ଶ୍ରେଷ୍ଠ ୫୦ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌

ନୂଆଦିଲ୍ଲୀ,୧୬।୨: ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌କୁ କ୍ରମାଗତ ୬ଷ୍ଠ ଥର ପାଇଁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ ପକ୍ଷରୁ ମାନୁଫାକ୍ଚରିଂ କ୍ଷେତ୍ରରେ ଟାାଟା ଷ୍ଟିଲ୍‌କୁ କ୍ରମାଗତ ୬ଷ୍ଠ ଥର ପାଇଁ ଉକ୍ତ ସ୍ବୀକୃତି ପ୍ରଦାନ କରାଯାଇଛି। ସେହିଭଳି ଉଚ୍ଚ ବିଶ୍ୱାସ, ନିଷ୍ଠାପର, ପେସାଦାର ବିକାଶ ଏବଂ କର୍ମକ୍ଷେତ୍ରରେ ବିଚାର ଏକ ସଂସ୍କୃତି ବିକାଶ କରିବା ଲାଗି କମ୍ପାନୀ ଜାରି ରଖିଥିବା ଉଦ୍ୟମ ପାଇଁ ଏଭଳି ଏକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଏକ ଅନ୍ତର୍ଭୁକ୍ତୀକରଣ ଓ ନିରନ୍ତର ସଂସ୍ଥା ଗଠନ ଦିଗରେ ଉଦ୍ୟମ ପାଇଁ କ୍ରମାଗତ ଷଷ୍ଠ ଥର ଲାଗି ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ ପକ୍ଷରୁ ଏଭଳି ଏକ ସ୍ବୀକୃତି ପ୍ରଦାନ କରାଯାଇଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି (ମାନବ ସମ୍ବଳ ପରିଚାଳନା) ଆତ୍ରାୟି ସାନ୍ୟାଲ କହିଛନ୍ତି, ଆମେ ଏଭଳି ଏକ କର୍ମସଂସ୍କୃତି ବିକାଶ କରିବା ଲାଗି ଉଦ୍ୟମ କରୁଛୁ, ଯାହା ସୁରକ୍ଷା, ସ୍ବାସ୍ଥ୍ୟ, ବିବିଧତା, ପ୍ରତିଦ୍ୱନ୍ଦ୍ୱିତାରେ ଉନ୍ନତି ଏବଂ ଆମ କର୍ମଚାରୀମାନଙ୍କ ସାମଗ୍ରିକ କଲ୍ୟାଣର ପ୍ରସାର କରିବ। ଏପରିକି ଭାରତର ଶ୍ରେଷ୍ଠ ମାନୁଫାକ୍ଚରିଂ କର୍ମକ୍ଷେତ୍ରରେ କମ୍ପାନୀ ସ୍ଥାନ ପାଇଥିବାରୁ ଆମେ ବେଶ୍‌ ଉଲ୍ଲସିତ। ଏହି ମାନ୍ୟତା ଆମକୁ ଆଗାମୀ ଭବିଷ୍ୟତରେ ଆଗକୁ ବଢ଼ିବା ଲାଗି ଉତ୍ସାହିତ କରିବ। ବିଶେଷ କରି କଠୋର ଅନୁଶୀଳନ ପଦ୍ଧତିରେ ମାନୁଫାକଚରିଂ କ୍ଷେତ୍ରରେ ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ରଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସଂସ୍ଥାଗୁଡ଼ିକ ଉଭୟ କର୍ମଚାରୀମାନଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଥା ଏବଂ ମତାମତ ଆଧାରରେ ଏକ ଉଚ୍ଚ ବିଶ୍ୱାସର ସଂସ୍କୃତି ଗଠନ କରିବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri