୩୫୦୦ କୋଟିର ବାର୍ଷିକ ପ୍ରିମିୟମ ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୧୬।୨: ଦେଶର ପ୍ରମୁଖ ଘରୋଇ ଇନ୍‌ସ୍ୟୁରଟେକ୍‌ ଇନ୍‌ସ୍ୟୁରାନ୍ସ ଦେଖୋ ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ପ୍ରାୟ ୩୫୦୦ କୋଟିର ବାର୍ଷିକ ପ୍ରିମିୟମ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି। ଏପରିକି କମ୍ପାନୀ ଇକ୍ୟୁଟି ଓ ଋଣର ମିଶ୍ରଣକୁ ନେଇ ସିରିଜ ଏ ପାଣ୍ଠିରୁ ୧୫୦ ମିଲିୟନ ଡଲାର ସଂଗ୍ରହ କରିଛି, ଯାହାକି ଭାରତୀୟ ଇନ୍‌ସ୍ୟୁରଟେକ୍‌ କମ୍ପାନୀ ଦ୍ୱାରା ସର୍ବବୃହତ୍‌ ସିରିଜ ଏ ରାଉଣ୍ଡ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି। ବିଶେଷକରି ଇକ୍ୟୁଟି ରାଉଣ୍ଡ ଗୋଲ୍‌ଡ ମ୍ୟାନ୍‌ ସାଚ୍‌ ଆସେଟ ମ୍ୟାନେଜମେଣ୍ଟ ଓ ଟିଭିଏସ୍‌ କ୍ୟାପିଟାଲ ଫଣ୍ଡ ଦ୍ୱାରା ଇନ୍‌ଭେଷ୍ଟକର୍ପ, ଅବତାର ଭେଞ୍ଚର୍ସ ଓ ଲିପ୍‌ଫ୍ରଗ୍‌ ନିବେଶରେ ଅଂଶ ଗ୍ରହଣ କରିଥିଲା। ଅପରପକ୍ଷରେ ୨୦୨୩ ଶେଷ ସୁଦ୍ଧା କମ୍ପାନୀ ତା’ର ପ୍ଲାଟ୍‌ଫର୍ମରେ ୨,୦୦,୦୦୦ ରୁ ଅଧିକ ବୀମା ପରାମର୍ଶଦାତାଙ୍କୁ ସକ୍ରିୟ କରିବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଓଡ଼ିଶା ଆଇଡି ଅନ୍ତର୍ଗତ ଏହାର ଦଳକୁ ଅତ୍ୟଧିକ ଆକ୍ରମଣାତ୍ମକ ଭାବେ ବିସ୍ତାର କରୁଛି ଏବଂ ନିକଟ ଭବିଷ୍ୟତରେ ୧୦,୦୦୦ ବୀମା ପରାମର୍ଶଦାତାଙ୍କର ଏକ ନେଟ୍‌ୱାର୍କ ସୃଷ୍ଟି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। କମ୍ପାନୀ ସାରା ଭାରତରେ ୪୬ ବୀମା କମ୍ପାନୀ ସହ ଜଡ଼ିତ ଥିବାବେଳେ ୩୮୦ରୁ ଅଧିକ ବୀମା ଉପତ୍ାଦ ସହ ସ୍ବାସ୍ଥ୍ୟ ଓ ଜୀବନ ପାଇଁ ୧୭୫ଟି ଉପତ୍ାଦ ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଇନ୍‌ସ୍ୟୁରାନ୍ସ ଦେଖୋର ସହ ପ୍ରତିଷ୍ଠାତା ତଥା ସିଇଓ ଅଙ୍କିତ ଅଗ୍ରୱାଲ କହିଛନ୍ତି, ଦେଶରେ ବୀମା ଅନୁପ୍ରବେଶର ସଫଳତା ପାଇଁ ଆମକୁ ସହରାଞ୍ଚଳ ଅତିକ୍ରମ କରିବାକୁ ପଡ଼ିବ। ସାଧାରଣ ଜନତାଙ୍କ ପାଇଁ ବୀମାକୁ ବିମୁଦ୍ରୀକରଣ କରିବା ଲକ୍ଷ୍ୟ ରଖିଛୁ ଓ ଏଥିପାଇଁ ଆମର ସମ୍ପ୍ରସାରଣକୁ ବିସ୍ତାର ଓ ବୈଷୟିକ ଆଧାରରେ ସମାଧାନ ତଥା ସଶକ୍ତୀକୃତ ଭାବେ କାର୍ଯ୍ୟ ଜାରି ରଖିବୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri