ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ପ୍ରଥମ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଭାବେ ଭାରତରେ ୧୦ କୋଟି ଗ୍ରୀନ୍‌ କିଲୋମିଟର (କି.ମି.)ର ରାସ୍ତା ଅତିକ୍ରମ କରିଛି। ବିଶେଷକରି ସାର୍ବଜନୀନ, ଅର୍ଦ୍ଧ-ସାର୍ବଜନୀନ, ବସ୍‌-ଫ୍ଲିଟ୍‌ ଓ ହୋମ୍‌ ଚାର୍ଜର ବର୍ଗ ପର୍ଯ୍ୟନ୍ତ ଏହି ସାମାଧନ ବ୍ୟାପିଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଜାତୀୟ ସ୍ତରରେ ସ୍ଥାୟୀ ଗମନାଗମନର ପ୍ରସାର କରିବାରେ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ମାଇଲଖୁଣ୍ଟ ଦର୍ଶାଉଛି। ୨୦୩୦ ସୁଦ୍ଧା ଦେଶରେ ବିକ୍ରି ହେଉଥିବା ୩୦% ଯାନ ଇଭି ହେଉ ବୋଲି ସରକାର ଲକ୍ଷ୍ୟ ରଖିଥିବାବେଳେ ସ୍ଥାୟୀ ପରିବହନ ଓ ଇ-ଗମନାଗମନର ପ୍ରସାର କରିବା ଲାଗି ଫେମ୍‌ ଓ ଜାତୀୟ ଇଲେକ୍ଟ୍ରିକ୍‌ ଗମନାଗମନ ମିଶନ ଭଳି ସ୍କିମ୍‌କୁ ମଧ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ଏହି ପରିବର୍ତ୍ତନରେ ଦୃଢ଼ ଇଭି ଚାର୍ଜିଂ ଭିତ୍ତିଭୂମି କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ଟାଟା ପାୱାର ତା’ର ନେଟ୍‌ୱର୍କକୁ ଇଜି ଚାର୍ଜ ନାମରେ ନାମିତ କରିବା ସହ ଦେଶର ୫୩୦ରୁ ଅଧିକ ସହର ଓ ନଗରରେ ୮୬,୦୦୦ହୋମ୍‌ ଚାର୍ଜର, ୫୩୦୦ ରୁ ଅଧିକ ସାର୍ବଜନୀନ, ଅର୍ଦ୍ଧ ସାର୍ବଜନୀନ ଓ ଫ୍ଲିଟ୍‌ ଚାର୍ଜିଂ ପଏଣ୍ଟ ଏବଂ ୮୫୦ରୁ ଅଧିକ ବସ୍‌ ଚାର୍ଜିଂ ଷ୍ଟେଶନକୁ ସମ୍ପ୍ରସାରଣ କରିଛି। ଏହି ଚାର୍ଜରଗୁଡ଼ିକୁ ରାଜପଥ, ହୋଟେଲ, ମଲ୍‌, ହସ୍ପିଟାଲ, କାର୍ଯ୍ୟାଳୟ, ଆବାସିକ ପରିସର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରାଯାଇଛି।
ଏକ ଆକଳନ ଅନୁଯାୟୀ ୨୦୩୦ସୁଦ୍ଧା ଭାରତରେ ବାର୍ଷିକ ଇଭି ବିକ୍ରି ୧କୋଟିରେ ପହଞ୍ଚତ୍ବାର ଆଶା କରାଯାଉଛି। ଏହି ରୂପାନ୍ତରିତ ଯାତ୍ରା ସାରା ଦେଶରେ ଉପସ୍ଥିତି ସହ ଟାଟା ପାୱାର ଅଗ୍ରଣୀ ସ୍ଥାନରେ ରହିଛି। ଇଲେକ୍ଟ୍ରିକ୍‌ ଯାନ ଓ ଇଭି ଚାର୍ଜିଂ ଭିତ୍ତିଭୂମି ଚାହିଦାରେ ବୃଦ୍ଧି ସହ ଟାଟା ପାୱାର ପକ୍ଷରୁ ଆର୍‌ଏଫ୍‌ଆଇଡି କାର୍ଡ ଭଳି ଗ୍ରାହକ କୈନ୍ଦ୍ରିକ ପ୍ରଯୁକ୍ତି ସମାଧାନ ଉପସ୍ଥାପନ କରାଯାଉଛି,ଯାହା ଇଭି ଗ୍ରାହକଙ୍କୁ ଓୟାରଲେସ୍‌ ପେମେଣ୍ଟ କରିବାରେ ସହାୟକ ହେଉଛି।
ଶୂନ ନିର୍ଗମନ ଗମନାଗମନ ପ୍ରତି ଅତୁଟ ପ୍ରତିବଦ୍ଧତା ଲାଗି ଟାଟା ପାୱାର ସମ୍ମାନଜନକ ‘ଶୂନ୍ୟ ଭିତ୍ତିଭୂମି ଚାମ୍ପିୟନ’ ସମ୍ମାନ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri