ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା ବେହେରା, ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରିଥିଲା। ଏହା ପରେ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ବୈଠକ ହୋଇଥିଲା।

ବୈଠକରେ ସୁରକ୍ଷା ନୀତି ମାନିବା, ସୁରକ୍ଷାରେ କାମ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ, ପ୍ରତ୍ୟେକ ମାସରେ ୧ ତାରିଖରେ ଦରମା ପ୍ରଦାନ କରିବା ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା।

Dharitri – Odisha’s No.1 Odia Daily

Share