ଖୋର୍ଦ୍ଧାରେ ଟାଟା ମୋଟର୍ସର ଅତ୍ୟାଧୁନିକ ଆରଭିଏସ୍‌ଏଫ୍‌

ଭୁବନେଶ୍ୱର,୨୫।୭ (ଅଭୟ ଦାଶ): ଟାଟା ମୋଟର୍ସର ଅତ୍ୟାଧୁନିକ ରେଜିଷ୍ଟର୍ଡ ଭେଇକିଲ ସ୍କ୍ରାପିଂ ଫାସିଲିଟି (ଆର୍‌ଭିଏସ୍‌ଏଫ୍‌) ସେଣ୍ଟର ସୋମବାର ଭୁବନେଶର ନିକଟବର୍ତ୍ତୀ ଖୋର୍ଦ୍ଧାର କୁମାରବସ୍ତ କାଞ୍ଜିଆମାଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ନିରନ୍ତର ଗତିଶୀଳତା ପାଇଁ କମ୍ପାନୀର ପ୍ରତିବଦ୍ଧତା ଜାରି ରଖିଛି। ଏପରିକି ରିସାଇକେଲ ୱିଥ ରେସପେକ୍ଟ (ରି.ୱାଇ.ରି) ନାମରେ ଏହି ଉନ୍ନତ ସୁବିଧା କେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ସମସ୍ତ ନୀତି ନିୟମ ଓ କେନ୍ଦ୍ର ସରକାରଙ୍କର ନୀୟମାବଳି ଅନୁସାରେ ଏମ୍ପ୍ରିଓ ପ୍ରିମିୟମ ପକ୍ଷରୁ ନିର୍ମାଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ସୁଧୀର ସାମଲ, ଟାଟା ମୋଟର୍ସର ବିଜନେସ ହେଡ (ଟ୍ରକ), ରାଜେଶ କୌଲ, ଏମ୍ପ୍ରିଓ ପ୍ରିମିୟମ ତଥା ସାମଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ସାମଲଙ୍କ ସମେତ ଓଡିଶା ସରକାର ଏବଂ ଟାଟା ମୋଟର୍ସର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଅତ୍ୟାଧୁନିକ ସୁବିଧା କେନ୍ଦ୍ର ପରିବେଶ ଅନୁକୂଳ ପ୍ରକ୍ରିୟା ବ୍ୟବହାର କରି ପ୍ରତିବର୍ଷ ୧୦,୦୦୦ଯାନକୁ ନିରାପଦ ଏବଂ ନିରନ୍ତର ଭାବେ ସ୍କ୍ରାପିଂ କରିବାର କ୍ଷମତା ରଖିଛି। ଏଠାରେ ସମସ୍ତ ବ୍ରାଣ୍ଡ୍‌ର ଯାତ୍ରୀବାହୀ ଏବଂ ବାଣିଜି୍ୟକ ଯାନଗୁଡ଼ିକୁ ସ୍କ୍ରାପ କରିବା ପାଇଁ ଆରଭିଏସଏଫ ଟାଟା ମୋଟର୍ସ ପାର୍ଟନର ଏମ୍ପ୍ରିଓ ପ୍ରିମିୟମ ଦ୍ୱାରା ବିକଶିତ ଏବଂ ପରିଚାଳନା କରାଯାଉଛି। ଉଲ୍ଲେଖଯୋଗ୍ୟ, ନିକଟରେ ରାଜସ୍ଥାନର ଜୟପୁରଠାରେ ଏହାର ପ୍ରଥମ ସୁବିଧା କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା। ଉକ୍ତ କେନ୍ଦ୍ରର ସଫଳତାକୁ ଅନୁସରଣ କରି ଏବଂ କମ୍ପାନୀର ସ୍ଥାୟୀ ପଦକ୍ଷେପ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନିତ କରିବାକୁ ସକ୍ଷମ ହୋଇଛି। ଏ ସମ୍ପର୍କରେ ଟାଟା ମୋଟର୍ସର ବିଜନେସ ହେଡ (ଟ୍ରକ), ରାଜେଶ କୌଲ କହିଛନ୍ତି, ଟାଟା ମୋଟର୍ସ ନିରନ୍ତର ଭାବେ ଇକୋ-ଫ୍ରେଣ୍ଡଲି ମୋବିଲିଟି ସମାଧାନ ଏବଂ ସମ୍ପୂର୍ଣ୍ଣ ଜୀବନଚକ୍ର ପରିଚାଳନା ପାଇଁ ପ୍ରତିଶ୍ରୁତିବଦ୍ଧ। ଏପରିକି ସ୍କ୍ରାପ ସାମଗ୍ରୀରୁ ସର୍ବାଧିକ ମୂଲ୍ୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତୁକୁ କମ କରିଥାଏ। ଏହି ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ଓଡିଶା ସରକାରଙ୍କ ଅସାଧାରଣ ପ୍ରୟାସକୁ ଆମେ କୃତଜ୍ଞତା ଜଣାଉଛୁ। ଏହି ବିକେନ୍ଦ୍ରୀକରଣ ସୁବିଧା ଆମ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ବିଶେଷ କରି ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ଏବଂ ପରିବେଶ ଅନୁକୂଳ ଯାନ ସ୍କ୍ରାପିଂର ଆବଶ୍ୟକତା ପୂରଣ କରିବ। ସେହିଭଳି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ନିରନ୍ତର ବିକାଶ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏପରିକି ଆମେ ଆମର ଯୋଗଦାନ ଦେବା ସହ ଉକ୍ତ ବିକାଶ କାର୍ଯ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି। ବିଶେଷ କରି ପରିବହନ ପରିଷ୍କାର ଏବଂ ଅଧିକ ଦକ୍ଷ ମୋଡ ଗ୍ରହଣ କରିବାକୁ ଆମେ ଟାଟା ମୋଟର୍ସ ଏବଂ ଉକ୍ତ ପ୍ରକଳ୍ପକୁ ସଫଳ କରିବାରେ ଜଡିତ ସମସ୍ତ ପକ୍ଷଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛୁ ଏବଂ ଆମର ନାଗରିକମାନଙ୍କୁ ଆମ ସହିତ ଏକ ସ୍ବଚ୍ଛ ଏବଂ ସବୁଜ ଭବିଷ୍ୟତ ପାଇଁ ଏକଜୁଟ ହେବାକୁ ଅନୁରୋଧ କରୁଛୁ। ଅପରପକ୍ଷରେ ଏମ୍ପ୍ରିଓ ପ୍ରିମିୟମ ତଥା ସାମଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ସାମଲ ଉକ୍ତ ସେଣ୍ଟରର କାର୍ଯ୍ୟକଳାପ ଓ ଆଗାମୀ ଦିନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri