ଖୋର୍ଦ୍ଧାରେ ଟାଟା ମୋଟର୍ସର ଅତ୍ୟାଧୁନିକ ଆରଭିଏସ୍‌ଏଫ୍‌

ଭୁବନେଶ୍ୱର,୨୫।୭ (ଅଭୟ ଦାଶ): ଟାଟା ମୋଟର୍ସର ଅତ୍ୟାଧୁନିକ ରେଜିଷ୍ଟର୍ଡ ଭେଇକିଲ ସ୍କ୍ରାପିଂ ଫାସିଲିଟି (ଆର୍‌ଭିଏସ୍‌ଏଫ୍‌) ସେଣ୍ଟର ସୋମବାର ଭୁବନେଶର ନିକଟବର୍ତ୍ତୀ ଖୋର୍ଦ୍ଧାର କୁମାରବସ୍ତ କାଞ୍ଜିଆମାଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ନିରନ୍ତର ଗତିଶୀଳତା ପାଇଁ କମ୍ପାନୀର ପ୍ରତିବଦ୍ଧତା ଜାରି ରଖିଛି। ଏପରିକି ରିସାଇକେଲ ୱିଥ ରେସପେକ୍ଟ (ରି.ୱାଇ.ରି) ନାମରେ ଏହି ଉନ୍ନତ ସୁବିଧା କେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ସମସ୍ତ ନୀତି ନିୟମ ଓ କେନ୍ଦ୍ର ସରକାରଙ୍କର ନୀୟମାବଳି ଅନୁସାରେ ଏମ୍ପ୍ରିଓ ପ୍ରିମିୟମ ପକ୍ଷରୁ ନିର୍ମାଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ସୁଧୀର ସାମଲ, ଟାଟା ମୋଟର୍ସର ବିଜନେସ ହେଡ (ଟ୍ରକ), ରାଜେଶ କୌଲ, ଏମ୍ପ୍ରିଓ ପ୍ରିମିୟମ ତଥା ସାମଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ସାମଲଙ୍କ ସମେତ ଓଡିଶା ସରକାର ଏବଂ ଟାଟା ମୋଟର୍ସର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଅତ୍ୟାଧୁନିକ ସୁବିଧା କେନ୍ଦ୍ର ପରିବେଶ ଅନୁକୂଳ ପ୍ରକ୍ରିୟା ବ୍ୟବହାର କରି ପ୍ରତିବର୍ଷ ୧୦,୦୦୦ଯାନକୁ ନିରାପଦ ଏବଂ ନିରନ୍ତର ଭାବେ ସ୍କ୍ରାପିଂ କରିବାର କ୍ଷମତା ରଖିଛି। ଏଠାରେ ସମସ୍ତ ବ୍ରାଣ୍ଡ୍‌ର ଯାତ୍ରୀବାହୀ ଏବଂ ବାଣିଜି୍ୟକ ଯାନଗୁଡ଼ିକୁ ସ୍କ୍ରାପ କରିବା ପାଇଁ ଆରଭିଏସଏଫ ଟାଟା ମୋଟର୍ସ ପାର୍ଟନର ଏମ୍ପ୍ରିଓ ପ୍ରିମିୟମ ଦ୍ୱାରା ବିକଶିତ ଏବଂ ପରିଚାଳନା କରାଯାଉଛି। ଉଲ୍ଲେଖଯୋଗ୍ୟ, ନିକଟରେ ରାଜସ୍ଥାନର ଜୟପୁରଠାରେ ଏହାର ପ୍ରଥମ ସୁବିଧା କେନ୍ଦ୍ରର ଶୁଭାରମ୍ଭ କରାଯାଇଥିଲା। ଉକ୍ତ କେନ୍ଦ୍ରର ସଫଳତାକୁ ଅନୁସରଣ କରି ଏବଂ କମ୍ପାନୀର ସ୍ଥାୟୀ ପଦକ୍ଷେପ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନିତ କରିବାକୁ ସକ୍ଷମ ହୋଇଛି। ଏ ସମ୍ପର୍କରେ ଟାଟା ମୋଟର୍ସର ବିଜନେସ ହେଡ (ଟ୍ରକ), ରାଜେଶ କୌଲ କହିଛନ୍ତି, ଟାଟା ମୋଟର୍ସ ନିରନ୍ତର ଭାବେ ଇକୋ-ଫ୍ରେଣ୍ଡଲି ମୋବିଲିଟି ସମାଧାନ ଏବଂ ସମ୍ପୂର୍ଣ୍ଣ ଜୀବନଚକ୍ର ପରିଚାଳନା ପାଇଁ ପ୍ରତିଶ୍ରୁତିବଦ୍ଧ। ଏପରିକି ସ୍କ୍ରାପ ସାମଗ୍ରୀରୁ ସର୍ବାଧିକ ମୂଲ୍ୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତୁକୁ କମ କରିଥାଏ। ଏହି ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ଓଡିଶା ସରକାରଙ୍କ ଅସାଧାରଣ ପ୍ରୟାସକୁ ଆମେ କୃତଜ୍ଞତା ଜଣାଉଛୁ। ଏହି ବିକେନ୍ଦ୍ରୀକରଣ ସୁବିଧା ଆମ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ବିଶେଷ କରି ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ଏବଂ ପରିବେଶ ଅନୁକୂଳ ଯାନ ସ୍କ୍ରାପିଂର ଆବଶ୍ୟକତା ପୂରଣ କରିବ। ସେହିଭଳି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ନିରନ୍ତର ବିକାଶ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏପରିକି ଆମେ ଆମର ଯୋଗଦାନ ଦେବା ସହ ଉକ୍ତ ବିକାଶ କାର୍ଯ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି। ବିଶେଷ କରି ପରିବହନ ପରିଷ୍କାର ଏବଂ ଅଧିକ ଦକ୍ଷ ମୋଡ ଗ୍ରହଣ କରିବାକୁ ଆମେ ଟାଟା ମୋଟର୍ସ ଏବଂ ଉକ୍ତ ପ୍ରକଳ୍ପକୁ ସଫଳ କରିବାରେ ଜଡିତ ସମସ୍ତ ପକ୍ଷଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛୁ ଏବଂ ଆମର ନାଗରିକମାନଙ୍କୁ ଆମ ସହିତ ଏକ ସ୍ବଚ୍ଛ ଏବଂ ସବୁଜ ଭବିଷ୍ୟତ ପାଇଁ ଏକଜୁଟ ହେବାକୁ ଅନୁରୋଧ କରୁଛୁ। ଅପରପକ୍ଷରେ ଏମ୍ପ୍ରିଓ ପ୍ରିମିୟମ ତଥା ସାମଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ସାମଲ ଉକ୍ତ ସେଣ୍ଟରର କାର୍ଯ୍ୟକଳାପ ଓ ଆଗାମୀ ଦିନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri