୩୪୦୦ ଶିକ୍ଷାର୍ଥୀଙ୍କ ଶିକ୍ଷାଦାନର ବ୍ୟବସ୍ଥା କରାଇଛି ଟାଟା ମୋଟର୍ସ

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ମୋଟର୍ସର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଅନେକ ମହତ କାର୍ଯ୍ୟ କରାଯାଉଛି। ବିଶେଷ କରି ଟାଟା ମୋଟର୍ସ ଇଞ୍ଜିନିୟରିଂ ଏବଂ ଏନଇଇଟି (ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା) ଆଡମିଶନ ବ୍ରିଜ ଆସିଲେରେଟେଡ ଲର୍ନିଂ ଏନଗେଜମେଣ୍ଟ ଇନିସିଏଟିଭ୍‌ ଶିକ୍ଷଣ ଯୋଗଦାନ ପଦକ୍ଷେପ ଜାନୁୟାରୀ ୨୦୨୧ରେ ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ଓ ଅବନ୍ତି ଫେଲୋସ୍‌ ଏବଂ ଏକ୍ସ-ନବୋଦୟନ ଫାଉଣ୍ଡେସନ ଦ୍ୱାରା ମିଳିତ ଭାବେ ଆରମ୍ଭ ହୋଇଥିଲା। ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ବିଦ୍ୟାଧନମର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏନେବୁଲ ହେଉଛି ଏକ ଡିଜିଟାଲ-ସକ୍ଷମ ରିମୋର୍ଟ ଲର୍ନିଂ ପଦକ୍ଷେପ, ଯାହାକି ଦେଶର ୫୫୨ଜବାହର ନବୋଦୟ ବିଦ୍ୟାଳୟରେ ପଢୁଥିବା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରତିଭାବାନ ଶିକ୍ଷାର୍ଥୀଙ୍କୁ ଜେଇଇ ଏବଂ ଏନଇଇଟି ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିଥାଏ। ଯାହା ହୁଏତ ଅନ୍ୟମାନଙ୍କ ପାଇଁ ସହଜରେ ଉପଲବ୍ଧ ହୋଇ ପାରି ନଥାଏ। ସେହିଭଳି ୨୦୨୨ରେ ଟାଟା ମୋଟର୍ସ ୩୪୦୦ ଶିକ୍ଷାର୍ଥୀଙ୍କୁ ଭାରତର ସର୍ବୋଚ୍ଚ ଇଞ୍ଜିନିୟରିଂ ଏବଂ ମେଡିକାଲ ସ୍କୁଲରେ ନାମ ଲେଖାଇବାରେ ସାହାଯ୍ୟ କରିଛି, ସେମାନଙ୍କ ମଧ୍ୟରୁ ୪୦% ମହିଳା ଅଛନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ଟାଟା ମୋଟର୍ସର ସିଏସଆର ହେଡ ବିନୋଦ କୁଲକର୍ଣ୍ଣି କହିଛନ୍ତି, ଦେଶର ଯୁବବର୍ଗମାନଙ୍କୁ ସମୃଦ୍ଧ କରିବା ଦିଗରେ ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ଭାବରେ ଟାଟା ମୋଟର୍ସ ଗୁଣାତ୍ମକ ଶିକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ଶିକ୍ଷାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି। ଆମର ସିଏସଆର କାର୍ଯ୍ୟକ୍ରମର ମୂଳ ସ୍ତମ୍ଭ ହେଉଛିୁ ବିଦ୍ୟାଧନମ। ଉଚ୍ଚଶିକ୍ଷାକୁ ଯିବା ଦିଗରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଉଦ୍ୟମକୁ ରୁଦ୍ଧିମନ୍ତ କରାଇବା ଉଦ୍ଦେଶ୍ୟରେ ଏନେବୁଲ ପଦକ୍ଷେପ ଗ୍ରହଣ କରିଥାଏ। ଯୁବବର୍ଗମାନଙ୍କୁ ସେମାନଙ୍କର ଇଞ୍ଜିନିୟରିଂ ଏବଂ ଡାକ୍ତରୀ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆବଶ୍ୟକ କରୁଥିବା ସମସ୍ତ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri