Categories: ବାଣିଜ୍ୟ

ଟେସଲା ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଚୁକ୍ତି ସ୍ଵାକ୍ଷର କଲା ଟାଟା ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୧୫।୪: ଆମେରିକାର ଅଟୋମେକର୍ ଟେସଲା ଟାଟା ଇଲେକ୍ଟ୍ରୋନିକ୍ସ ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଏକ ରଣନୀତିକ ଚୁକ୍ତି ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ ଟେସଲା ଭାରତରେ ଏକ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାକୁ ଆଗ୍ରହୀ ଅଟେ ଯାହା ସ୍ଥାନୀୟ ରାଜସ୍ୱ ଉତ୍ପାଦନଠାରୁ ଅଧିକ। ଅର୍ଥାତ ଟେସଲା ବିଶ୍ୱର ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏହାର ବିଭିନ୍ନ ଗାଡ଼ିରେ ଟାଟା ଦ୍ୱାରା ପ୍ରସ୍ତୁତ ସେମିକଣ୍ଡକ୍ଟର ଚିପ୍ସ ବ୍ୟବହାର କରିବ।

ଚୁକ୍ତି ସମ୍ବନ୍ଧରେ ସବିଶେଷ ତଥ୍ୟ, ଏହାର ମୂଲ୍ୟ ଏବଂ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଉଭୟ କମ୍ପାନୀ ଏହି ଚୁକ୍ତିନାମା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ଇଭି ଅଟୋମେକର୍ ଟେସଲା ଇଭି ଅଟୋମେକର୍ ମୁଖ୍ୟ ଏଲନ୍ ମସ୍କଙ୍କ ଭାରତ ଗସ୍ତର ପୃଷ୍ଠଭୂମିରେ ଏହା ଖବର ଆସିଛି। ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏବଂ ସମ୍ଭାବ୍ୟ ଭାରତୀୟ ପୁଞ୍ଜି ବିନିଯୋଗ ଘୋଷଣା କରିବେ ବୋଲି ଆଶା କରାଯାଉଛି

”ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବାକୁ ଉତ୍ସାହିତ! ”ମସ୍କ ଏପ୍ରିଲ ୧୦ ରେ ଏକ୍ସ(ପୂର୍ବରୁ ଟୁଇଟର)ରେ ଏକ ପୋଷ୍ଟରେ କହିଛନ୍ତି। ଭାରତରେ ବୈଦ୍ୟୁତିକ ଯାନ(ଇଭି) ଉତ୍ପାଦନ କାର୍ୟ୍ୟ ସ୍ଥାପନ ପାଇଁ ଟେସଲା ୨-୩ ବିଲିୟନ ଡଲାର ବିନିଯୋଗ କରିବ ବୋଲି ଆଶା କରାଯାଉଛି।

Share