ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ‘ତତ୍କାଳ ଋଣ’ ସେବା,ପଲିସି ବଦଳରେ ଋଣ ନେଇପାରିବେ…

ଭୁବନେଶ୍ୱର,୩୦।୫: ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ବହୁ ପ୍ରତୀକ୍ଷିତ ‘ତତ୍କାଳ ଋଣ’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପଲିସିଧାରକମାନେ ଜରୁରିକାଳୀନ ପାଣ୍ଠି ଆବଶ୍ୟକତା ଥିବା ସମୟରେ ସେମାନଙ୍କ ବୀମା ପଲିସି ବଦଳରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ଋଣ ନେଇପାରିବେ। ସେହିଭଳି ଅତ୍ୟାଧୁନିକ ମାଇଁ ଡିଜି ଆକାଉଣ୍ଟ ପୋର୍ଟାଲ ଜରିଆରେ ମାତ୍ର ୧ ମିନିଟ୍‌ ଭିତରେ ଗ୍ରାହକଙ୍କ ଖାତାରେ ଋଣ ରାଶି ଜମା ହୋଇଯିବ। ଏହି ସେବାର ଶୁଭାରମ୍ଭ ପରଠାରୁ କମ୍ପାନୀ ୫୦୦ରୁ ଅଧିକ ଆବେଦନର ପ୍ରକ୍ରିୟାକରଣ କରିଥିବା ବେଳେ ୫.୫ କୋଟି ଋଣ ବଣ୍ଟନ କରି ପଲିସିଧାରକଙ୍କ ନଗଦ ଆବଶ୍ୟକତାକୁ ପୂରଣ କରିପାରିଛି। ସେହିପରି ଏହି ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ପଲିସିର ସରେଣ୍ଡର ଭାଲ୍ୟୁ ବଦଳରେ ଗ୍ରାହକମାନେ ଋଣ ନେଇପାରୁଛନ୍ତି। ଏଥିରେ କମ୍‌ କାଗଜପତ୍ର କାମ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହାରରେ ସେମାନେ ତୁରନ୍ତ ପାଣ୍ଠି ପାଇପାରୁଛନ୍ତି। ଏପରିକି ଗ୍ରାହକମାନେ ବାର୍ଷିକ ୮.୮୦% ସୁଧରେ କୌଣସି ବନ୍ଧକ କିମ୍ବା କ୍ରେଡିଟ୍‌ ଯାଞ୍ଚ ବିନା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିପାରିବେ।

ଏ ସମ୍ପର୍କରେ ଟାଟା ଏଆଇଏର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ପରିଚାଳନା ମୁଖ୍ୟ ସଞ୍ଜୟ ଆରୋରା କହିଛନ୍ତି, ଜରୁରିକାଳୀନ ପାଣ୍ଠିର ଆବଶ୍ୟକତା ଯେକୌଣସି ବ୍ୟକ୍ତିଙ୍କ ପାଇଁ ସୃଷ୍ଟି ହୋଇପାରେ ଏବଂ ଯେକୌଣସି ସମୟରେ ଆମ ମଧ୍ୟରୁ କେହି ମଧ୍ୟ ଆମର ପ୍ରିୟଜନଙ୍କ ଆର୍ଥତ୍କ ନିରାପତ୍ତା ସହ ବୁଝାମଣା କରିବାକୁ ଚାହିଁବୁ ନାହିଁ। ଇନ୍‌ଷ୍ଟାଟ୍‌ ଲୋନ୍‌ ସୁବିଧା ଆମର ଉପଭୋକ୍ତାଙ୍କୁ ସେମାନଙ୍କର ପଲିସି ସମର୍ପଣ ନ କରି ଜରୁରିକାଳୀନ ପରିସ୍ଥିତି ସମେତ ଯେକୌଣସି ପରିସ୍ଥିତିରେ ଚିନ୍ତାମୁକ୍ତ ହେବାକୁ ସକ୍ଷମ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୂଚାଉଛି। ଋଣ ପରିଶୋଧ ପାଇଁ ଡିଜିଟାଲ ପ୍ରୋସେସିଂ ବ୍ୟବସ୍ଥା ପ୍ରଦାନ କରିବାରେ ଆମେ ଶିଳ୍ପରେ ପ୍ରଥମ ହୋଇଥିବାବେଳେ ଏହା ଅସାଧାରଣ ଗ୍ରାହକ ଅନୁଭୂତି ପ୍ରଦାନ ଏବଂ ବୀମା ଶିଳ୍ପରେ ନୂତନ ମାନଦଣ୍ଡ ସ୍ଥାପିତ କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରିବାରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri