ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତି

ଭୁବନେଶ୍ୱର,୩୦।୫ (ଅଭୟ ଦାଶ): ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ଦକ୍ଷ’ ଜରିଆରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଉଛି। ଏପରିକି କମ୍ପାନୀର ଦକ୍ଷ କାର୍ଯ୍ୟକ୍ରମ ଅନୁଯାୟୀ ଜାତୀୟ ଦକ୍ଷତା ବିକାଶ ନିଗମ ସହାୟତାରେ କେନ୍ଦ୍ରାପଡ଼ାଠାରେ ଏକ ଡିଜିଟାଲ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲାବେଳେ ସ୍ଥାନୀୟ ଯୁବତୀଯୁବକମାନେ ଏହି କେନ୍ଦ୍ରରୁ ନିଯୁକ୍ତିଭିତ୍ତିକ ଆଇଟି-ଆଇଟିଇଏସ୍‌ ତାଲିମ ସଫଳତାର ସହ ଗ୍ରହଣ କରିଛନ୍ତି। ସେହିଭଳି ପ୍ରଥମ ବ୍ୟାଚ୍‌ରେ ତାଲିମପ୍ରାପ୍ତ ୧୦୦ ଯୁବତୀଯୁବକଙ୍କ ମଧ୍ୟରୁ ୮୫ଜଣ ୱିପ୍ରୋ,ଟେକ୍‌-ମହିନ୍ଦ୍ରା,ଫ୍ଲିପ୍‌କାର୍ଟ ଏବଂ ତତ୍ତ୍ୱ ଟେକ୍ନୋଲୋଜି ଭଳି କମ୍ପାନୀରେ ଡୋମେଷ୍ଟିକ୍‌ ଡାଟା ଏଣ୍ଟ୍ରି ଅପରେଟର ଏବଂ ଡୋମେଷ୍ଟିକ୍‌ ଆଇଟି ହେଲ୍‌ପ ଡେସ୍କରେ ନିଯୁକ୍ତି ପାଇଛନ୍ତି। ଏହି ବ୍ୟାଚ୍‌ର ଯୁବତୀଯୁବକଙ୍କୁ ୧୦୦ରୁ ଅଧିକ ଚାକିରି ପ୍ରସ୍ତାବ ଦିଆଯାଇଥିଲା।

ଅପରପକ୍ଷରେ ସମ୍ପ୍ରଦାୟ ଏବଂ ଗ୍ରାମର ମୁରବିମାନଙ୍କ ସହ ବ୍ୟାପକ ପରାମର୍ଶ ପରେ ମହାକାଳପଡା ବ୍ଲକ୍‌ ଅଧୀନ ୧୧ଟି ଗ୍ରାମର ଯୁବତୀଯୁବକମାନଙ୍କୁ ତାଲିମ ପାଇଁ ମନୋନୀତ କରାଯାଇଥିଲା। ଏପରିକି ବୈଷୟିକ ତାଲିମ ବ୍ୟତୀତ ଯୋଗାଯୋଗ ଦକ୍ଷତା, ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଏବଂ ସାକ୍ଷାତ୍‌କାର କୌଶଳ ପ୍ରଭୃତି ଅଣବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇଥିବା ସମସ୍ତ ପ୍ରାର୍ଥୀଙ୍କୁ ସାମିଲ କରାଯାଇଥିଲା। ଉକ୍ତ ତାଲିମ କାର୍ଯ୍ୟକ୍ରମର ସଫଳ ସମାପ୍ତି ପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୃତ୍ତିଗତ ପ୍ରମାଣପତ୍ର ଏବଂ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ନିକଟରେ ଦ୍ୱିତୀୟ ବ୍ୟାଚ୍‌ର ୧୦୦ ଯୁବତୀଯୁବକଙ୍କୁ ନିକଟସ୍ଥ ଗ୍ରାମରୁ ତାଲିମ ଦିଆଯିବ।

ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସ୍‌ଆର୍‌ ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁ ପାଠ୍ୟକ୍ରମ ସମାପ୍ତ ପରେ ସଫଳତାର ସହ ସ୍ଥାନିତ ହୋଇଥିବା ସମସ୍ତ ଯୁବତୀଯୁବକଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍‌ରେ ୫୫% ସ୍ଥାନୀୟ ବାଳିକା ତାଲିମ ନେଇଥିଲେ ଏବଂ ଭବିଷ୍ୟତରେ ଆହୁରି ଅଧିକ ମାତ୍ରାରେ ବାଳିକା ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆମେ ଆଶା ପ୍ରକାଶ କରୁଛୁ। ଏପରିକି ସ୍ଥାନୀୟ ବାସିନ୍ଦାଙ୍କୁ ଆବଶ୍ୟକ ସେବା ପ୍ରଦାନ ସହ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରିବାକୁ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ ରହିଛି।

ଉଲ୍ଲେଖଯୋଗ୍ୟ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ତା’ର ଅନ୍ୟ ଅପରେଟିଂ ସ୍ଥାନ ଜରିଆରେ ୮ଟି ଡିଜିଟାଲ ଦକ୍ଷତା କେନ୍ଦ୍ର ଚଳାଉଛି। ଏପରିକି ୧୫୦୦ରୁ ଅଧିକ ଶିକ୍ଷିତ ଏବଂ ବେକାର ଯୁବତୀଯୁବକଙ୍କୁ ତାଲିମ ଦିଆଯାଇଥିବାବେଳେ ୭୪% ଖ୍ୟାତିସମ୍ପନ୍ନ କମ୍ପାନୀରେ ସେମାନେ ଚାକିରି ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ଉନ୍ନତ ଡାଇଗ୍ନୋଷ୍ଟିକ୍‌ ସେବା ଯୋଗାଇବେ ନ୍ୟୁବର୍ଗ-ପ୍ରୋଲାଇଫ୍‌

ଭୁବନେଶ୍ୱର, ୨୪ା୯(ସନ୍ତୋଷ କୁମାର ବେହେରା): ଦେଶର ଅଗ୍ରଣୀ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ସମଗ୍ର ଓଡ଼ିଶାରେ ଉଚ୍ଚମାନର ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?