ଭୁବନେଶ୍ୱରରେ ତାସ୍‌ଭାର ପ୍ରଥମ ଷ୍ଟୋର

ଭୁବନେଶ୍ୱର,୧୪।୬: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡ୍‌ ଏବଂ ଡିଜାଇନର ତରୁଣ ତାହିଲିଆନିଙ୍କ ମେନ୍ସୱେର ବ୍ରାଣ୍ଡ୍‌ ତାସ୍‌ଭାର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ଭୁବନେଶ୍ୱର ଜନପଥଠାରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍‌ ପୁରୁଷମାନଙ୍କ ପାଇଁ ଜାତିଗତ ଏବଂ ବିବାହ ପୋଷାକର ଏକ ଉଲ୍ଲେଖନୀୟ ପରିସର ପ୍ରଦାନ କରିବ। ଏପରିକି ଉକ୍ତ ଶୋ’ରୁମ୍‌ ଗ୍ରାଉଣ୍ଡ ଏବଂ ପ୍ରଥମ ମହଲାରେ ଭିନ୍ନ ଡିଜାଇନର ଡ୍ରେସ୍‌ ଉପଲବ୍ଧ। ଅପରପକ୍ଷରେ ୨,୨୨୪ ବର୍ଗଫୁଟ ପରିମିତି ସ୍ଥାନରେ ନିର୍ମିତ ଏହି ନୂତନ ଶୋ’ରୁମ୍‌ର ଆକର୍ଷଣୀୟ ସାଜସଜ୍ଜା ଓ ସୁସଜ୍ଜିତ ତଥା ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଏବଂ ଷ୍ଟାଇଲିଶ୍‌ ଭାରତୀୟ ପୁରୁଷ ପୋଷାକର ସମ୍ଭାର ଉପଲବ୍ଧ। ବିଶେଷକରି ଗ୍ରୀଷ୍ମକାଳୀନ ମୋତି ସଂଗ୍ରହ, ବିଭିନ୍ନ ବର୍ଗର କୁର୍ତା, ବୁଣ୍ଡିସ୍‌, ଶେରୱାନିସ୍‌, ବାନ୍ଧଗାଲାସ୍‌, ଆକାନ୍ସ, ଚୁରିଡାରସ୍‌ ଆଲିଗାରିସ୍‌ ଏବଂ ଅନ୍ୟାନ୍ୟ ବସ୍ତ୍ର ଉଭୟ ପ୍ରଦର୍ଶନ ଓ ବିକ୍ରୟ ହେଉଛି। ସେହିଭଳି ତସଭାର ପାରମ୍ପରିକ ହସ୍ତଶିଳ୍ପ ଯଥା ରେଶମ,ମୋତି, ଚିକାନକରୀ, ଇକାଟ ଠାରୁ ଆରମ୍ଭକରି କପା ପର୍ଯ୍ୟନ୍ତ ଡିଜାଇନ ପୋଷାକ ଉପଲବ୍ଧ। ଉକ୍ତ ଷ୍ଟୋରର ଡିଜାଇନ୍‌ ଏବଂ ସାଜସଜ୍ଜା ତରୁଣ ତାହିଲିଆନିଙ୍କ ‘ଇଣ୍ଡିଆ ଆଧୁନିକ’ ଡିଜାଇନ ଇଥୋସ୍‌ ସହିତ ଜଡ଼ିତ ଏବଂ ବାସ୍ତବତାକୁ ପ୍ରତିଫଳିତ କରୁଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଷ୍ଟୋରରେ କାଠ, ପିତଳ ଏବଂ ବୃଦ୍ଧ ରାଜସ୍ଥାନୀ ଆର୍କିଟ୍ରାଭ ଭଳି ବିଳାସପୂର୍ଣ୍ଣ ସାମଗ୍ରୀକୁ ଭାରତୀୟ ପୋଷାକର ଏକ ନୂତନ ଯୁଗ ପାଇଁ ଏକ ପୋର୍ଟାଲ ଭାବେ ମିଶ୍ରଣ କରାଯାଇଛି। ଏ ସମ୍ପର୍କରେ ତାସ୍‌ଭା ସିଇଓ ସନ୍ଦୀପ ପାଲ କହିଛନ୍ତି, ଭୁବନେଶ୍ୱରଠାରେ ଆମେ ଆମର ପ୍ରଥମ ଷ୍ଟୋର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ। ଏପରିକି ଆସନ୍ତା କିଛି ମାସ ମଧ୍ୟରେ ଆମେ ସମଗ୍ର ଭାରତରେ ଅଧିକ ଷ୍ଟୋର ଖୋଲିବା ଏବଂ ଆମର ଖୁଚୁରା ଉପସ୍ଥିତି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ। ସେହିପରି ତାହିଲିଆନି କହିଛନ୍ତି, ବ୍ରାଣ୍ଡ୍‌ ମାଧ୍ୟମରେ ଆମେ ଆମର ଡିଜାଇନକୁ ସଫଳ କରିବାକୁ କଠିନ ପରିଶ୍ରମ କରିଛୁ। ଦୀର୍ଘ ସମୟ ଧରି ମୁଁ ଶୁଣିଛି ଯେ ଜାତିଗତ ପୋଷାକ ଅସହଜ ଏବଂ ତାସ୍‌ଭା ଏହାକୁ ସଂଶୋଧନ କରିବାକୁ ଏକ ପ୍ରୟାସ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri