ଏଲ୍‌ଏମ୍‌ଏମ୍‌ ୧ ନଂ. ଇଲେକ୍ଟ୍ରିକ୍‌ ୩ ଚକିଆ ଯାନ ନିର୍ମାତା

ଭୁବନେଶ୍ୱର,୧୪।୬: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରମୁଖ ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌) ୨୦୨୨-୨୩ ଆର୍ଥିକ ବର୍ଷରେ ୧ ନମ୍ବର ଇଲେକ୍ଟ୍ରିକ୍‌ ୩ ଚକିଆ ଯାନ ନିର୍ମାତା ଭାବେ ମାନ୍ୟତା ହାସଲ ସହ ସ୍ଥିତି ସୁଦୃଢ଼ କରିଛି। ଏପରିକି ଏହି ସମୟ ମଧ୍ୟରେ ଏଲ୍‌ଏମ୍‌ଏମ୍‌ ୩୬,୮୧୬ ଇଭି ବିକ୍ରି କରିଥିଲା ବେଳେ ଏହାର ବଜାର ଅଂଶ ୧୪.୬% ଥିଲା। ବିଶେଷକରି ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ୧୭,୫୨୨ ୟୁନିଟ୍‌ ବିକ୍ରି କରିଥିଲା ବେଳେ ୭.୬% ବଜାର ଅଂଶ ହାସଲ କରିଥିଲା। ଏହା ୨୦୨୧-୨୨ ଆର୍ଥିକ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର କାରବାରଠାରୁ ଯଥେଷ୍ଟ କମ୍‌ ବୋଲି କୁହାଯାଉଛି। ସେହିଭଳି ସମଗ୍ର ଭାରତରେ ଏଲ୍‌ଏମ୍‌ଏମ୍‌ର ୧୧୫୦ଟି ଟଚ୍‌ ପଏଣ୍ଟ ରହିଥିବାବେଳେ ୧୦, ୦୦୦ ରୁ ଅଧିକ ଚାର୍ଜିଂ ଷ୍ଟେଶନ ରହିଛି। ବିଶେଷକରି ମହିନ୍ଦ୍ରା ବ୍ରାଣ୍ଡ୍‌ର ବିଶ୍ୱସନୀୟତା ଏଲ୍‌ଏମ୍‌ଏମ୍‌କୁ ତା’ର ୧ ନମ୍ବର ଇଭି ନିର୍ମାତା ସ୍ଥାନ ବଜାୟ ରଖିବାରେ ସାହାଯ୍ୟ କରିଛି। ଅପରପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏଲ୍‌ଏମ୍‌ଏମ୍‌ ଏକ ପାୱାର ପ୍ୟାକ୍‌ ଯୁକ୍ତ ୩ଚକିଆ ଇଭି, ଜୋର୍‌ ଗ୍ରାଣ୍ଡ ଯୋଡ଼ିଥିଲା ବେଳେ ଏହାର ଉନ୍ମୋଚନର ୧ ବର୍ଷ ମଧ୍ୟରେ ଉକ୍ତ ମଡେଲ ୨୩,୦୦୦ରୁ ଅଧିକ ଅର୍ଡର ବୁକିଂ କରିପାରିଥିଲା। ସେହିପରି ଜୋର୍‌ ଗ୍ରାଣ୍ଡ ବ୍ୟତୀତ ଏଲ୍‌ଏମ୍‌ଏମ୍‌ର ବୈଦ୍ୟୁତିକ ପୋର୍ଟଫୋଲିଓରେ ଟ୍ରେଓ ରେଞ୍ଜର ଯାନ ଏବଂ ଆଲଫା-ମିନି ଏବଂ କାର୍ଗୋ ଭଳି ମଡେଲ ସାମିଲ ରହିଛି। ବିଶେଷକରି ଗ୍ରାହକଙ୍କ ବିଶ୍ୱାସ ଆଧାରରେ ନିର୍ମିତ ଏଲ୍‌ଏମ୍‌ଏମ୍‌ ଏ ପର୍ଯ୍ୟନ୍ତ ୧ ଲକ୍ଷ ୩ଚକିଆ ଇଭି ବିକ୍ରି କରିସାରିଛି। ଏହାଦ୍ୱାରା କମ୍ପାନୀ ଉକ୍ତ ମଡେଲ ୧ ନମ୍ବର ୩ ଚକିଆ ଇଭି ନିର୍ମାତା ମାନ୍ୟତା ସୁଦୃଢ଼ ହୋଇଛି।
ଏ ସମ୍ପର୍କରେ ଏଲ୍‌ଏମ୍‌ଏମ୍‌ର ସିଇଓ ସୁମନ ମିଶ୍ର କହିଛନ୍ତି, ଗତ ଆର୍ଥିକ ବର୍ଷରେ ଆମେ ଇଲେକ୍ଟ୍ରିକ୍‌ ୩ଚକିଆ ଯାନରେ ଆମର ବଜାର ନେତୃତ୍ୱ ଜାରି ରଖିଥିଲୁ। ଏପରିକି ୨୦୨୩ ଜୁନ୍‌ରେ ମଧ୍ୟ ଆମେ ଏ କ୍ଷେତ୍ରରେ ଆମର ଗଭୀର ଅଭିଜ୍ଞତା ଏବଂ ନେତୃତ୍ୱକୁ ପ୍ରତିଫଳିତ କରି ୧ଲକ୍ଷ ଇଭି ବିକ୍ରିର ମାଇଲଖୁଣ୍ଟରେ ପହଞ୍ଚିଛୁ। ସେହିଭଳି ଲି-ଆୟନ ଚାଳିତ ମହିନ୍ଦ୍ରା ଟ୍ରେଓ ଅଟୋ ଅଗ୍ରଣୀ ଇଲେକ୍ଟ୍ରିକ୍‌ ୩ ହ୍ବିଲର ହୋଇଥିବା ବେଳେ ଏହାର କାର୍ଗୋ ଭର୍ସନ ଟ୍ରେଓ ଜୋର ଏବଂ ଜୋର ଗ୍ରାଣ୍ଡ ମଧ୍ୟ ଅଟୋଶିଳ୍ପରେ ୩୨% ଅଂଶଧନ ସହ ଇ ଅଟୋ ବର୍ଗରେ ଶୀର୍ଷତମ ସ୍ଥାନରେ ରହିଛି। ନିକଟରେ ହରିଦ୍ୱାର କାରଖାନାରୁ ୫୦,୦୦୦ତମ ମହିନ୍ଦ୍ରା ଇ-ଆଲ୍‌ଫାର ଉତ୍ପାଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?