Posted inଫୁରସତ

ତସଲିମା ନାସରିନ- ରୁଦ୍ରଙ୍କ ପ୍ରେମ, ବିବାହ, ବିଚ୍ଛେଦ

ତସଲିମା ନାସରିନ ପ୍ରେମ କରି ବିବାହ କରିଥିଲେ କବି ରୁଦ୍ର ମହମ୍ମଦ ଶହୀଦୁଲ୍ଲାଙ୍କୁ । ତେବେ ଏକାଧିକ ପ୍ରେମର ଅଭିଯୋଗ କରି ରୁଦ୍ରଙ୍କୁ ଛାଡ଼ି ଚାଲିଯାଆନ୍ତି ତସଲିମା । ତସଲିମାଙ୍କ ସହିତ ବିବାହ ବିଚ୍ଛେଦର ଚାରିବର୍ଷ ପରେ ଅର୍ଥାତ୍‌ ୧୯୯୧ ମସିହାରେ ରୁଦ୍ରଙ୍କର ମୃତ୍ୟୁ ହୁଏ। ଅତ୍ୟଧିକ ମାଦକ ସେବନ ତାଙ୍କର ଅକାଳ ମୃତ୍ୟୁର କାରଣ ବୋଲି ପ୍ରଚାରିତ ହୁଏ। ରୁଦ୍ରଙ୍କ ମୃତ୍ୟୁପରେ ତାଙ୍କ ରଚିତ ‘ଆମାର ଭିତର ବାହିରେ ଅନ୍ତରେ ଅନ୍ତରେ’ (ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ ) ଶୀର୍ଷକ କବିତାଟି ଆବିଷ୍କୃତ ହୁଏ, ପରବର୍ତ୍ତୀ କାଳରେ ଏହି କବିତାଟି ଅପୂର୍ବ ଲୋକପ୍ରିୟତା ହାସଲ କରିଥିଲା । ଅନେକଙ୍କ ମତରେ ରୁଦ୍ର ତସଲିମାଙ୍କୁ ଉଦ୍ଦେଶ୍ୟ କରି ଏହି କବିତାଟି ରଚନା କରିଥିଲେ । ଏହି କବିତାର ଜବାବରେ ତସଲିମା ନାସରିନ ମଧ୍ୟ ଗୋଟିଏ କବିତା ଲେଖିଥିଲେ, ଯେଉଁ କବିତାରେ ସେ ରୁଦ୍ରଙ୍କ ପ୍ରତି ତାଙ୍କର ପ୍ରେମର କଥା ଲେଖିବା ସହିତ ରୁଦ୍ରଙ୍କର ଏକାଧିକ ପ୍ରେମର କଥା ମଧ୍ୟ ଉଲ୍ଲେଖ କରିଥିଲେ।

ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ
-ରୁଦ୍ର ମହମ୍ମଦ ଶହୀଦୁଲ୍ଲା
”ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ
ଅଛ ତୁମେ ହୃଦୟ ଆବୋରି
ଘୋଡ଼ାଇ ରଖେ ଯେପରି କୁସୁମ
ପାଖୁଡ଼ାର ଆଢ଼ୁଆଳରେ ଫସଲର ନିଦ
ସେପରି ତୁମର ନିବିଡ଼ ଚାଲିବା
ମରମର ମୂଳ ପଥ ଧରି
ପୋଷି ରଖେ ଯେପରି ଶାମୁକା
ଖୋଳପାର ଆବରଣରେ ମୁକ୍ତାର ସୁଖ
ସେହିପରି ତୁମ ଆଖିର
ଗଭୀର ନୀଳ ବନ୍ଦରରେ
ଭଲ ଅଛି, ଭଲ ଥାଅ
ଆକାଶର ଠିକଣାରେ ଚିଠି ଲେଖିବ
ଦେବ ତୁମର ହାରଟା
ବାଉଲର ଏହି ମନକୁ ।“

*ରୁଦ୍ରଙ୍କର ଏହି କବିତାର ଜବାବରେ ତସଲିମା ଲେଖିଥିଲେ …..
ପ୍ରିୟ ରୁଦ୍ର, ପ୍ରଯତ୍ନରେ, ଆକାଶ ତୁମେ ଆକାଶର ଠିକଣାରେ ଚିଠି ଲେଖିବା ପାଇଁ କହିଥିଲ । ତୁମେ କ’ଣ ଏବେ ଆକାଶରେ ଅଛ? ତୁମେ କ’ଣ ଆକାଶରେ ଉଡ଼ି ବୁଲୁଛ? ତୁଳା ପରି, ପକ୍ଷୀ ପରି ? ତୁମେ ଏହି ଜଗତ ସଂସାର ଛାଡ଼ି ଆକାଶକୁ ଚାଲି ଯାଇଛ। ତୁମେ ଅସଲରେ ବଞ୍ଚି ଯାଇଛ ରୁଦ୍ର! ଆଚ୍ଛା, ତୁମକୁ କ’ଣ ପକ୍ଷୀ ହୋଇ ଉଡ଼ି ଫେରି ଆସିବାକୁ ଇଚ୍ଛା ହୁଏ ନାହିଁ? ତୁମର ସେହି ଇନ୍ଦିରା ରୋଡ଼ର ଘରକୁ, ପୁଣି ସେହି ନୀଳ ଖେତ, ଶାହବାଗ, ପରୀବାଗ, ଲାଲବାଗ ଚଷି ବୁଲିବାକୁ? ଇଚ୍ଛା ତୁମର ହୁଏନାହିଁ, ଏକଥା ମୁଁ ଆଦୌ ବିଶ୍ବାସ କରେ ନାହିଁ, ଠିକ ଇଚ୍ଛା ହୁଏ ତୁମର, କିନ୍ତୁ ପାର ନାହିଁ । ଅଥଚ ଏକଦା ତୁମର ଯାହା ଇଚ୍ଛା ତାହା କରୁଥିଲ। ଇଚ୍ଛା ହେଲେ ରାତିସାରା ନ ଶୋଇ ଗପ କରୁଥିଲ ଯେ କରୁଥିଲ । ଇଚ୍ଛା ହେଲେ ଦିନସାରା ବୁଲୁଥିଲ ଯେ ବୁଲୁଥିଲ। କିଏ ତୁମକୁ କ’ଣ ବାଧା ଦେଉଥିଲେ? ଜୀବନ ତୁମର ହାତ ମୁଠାରେ ଥିଲା। ଜୀବନକୁ ନେଇ ଯେମିତି ଇଚ୍ଛା ଖେଳିଛ। ଭାବି ଦେଖିଲେ ମୋତେ ଅବାକ ଲାଗେ ଯେ ଜୀବନ ଏବେ ଆଉ ତୁମର ହାତ ମୁଠାରେ ନାହିଁ। ସେମାନେ ତୁମକୁ ଟ୍ରକ ଉପରେ ଲଦି ମିଠେଖାଲି ଠାରେ ମାଟି ତଳେ ରଖି ଆସିଲେ, ତୁମେ ପ୍ରତିବାଦ କରିପାରିଲ ନାହିଁ।

ଆଚ୍ଛା, ତୁମର ଲାଲବାଗର ସେହି ପ୍ରେମିକାଙ୍କ ଖବର କ’ଣ, ଦୀର୍ଘବର୍ଷ ପ୍ରେମ କରିଥିଲ ତୁମର ଯେଉଁ ‘ନେଲୀ ଖାଲା’ ସହିତ ? ସେହି କାରଣରୁ ତୁମର ଦିସ୍ତା ଦିସ୍ତା ପ୍ରେମ କବିତା ଦେଖି ମୁଁ ଦିନେ ଭୀଷଣ କାନ୍ଦିଥିଲି । ତୁମେ ଆଉ କାହାକୁ ପ୍ରେମ କରୁଛ, ସେକଥା ମୁଁ ସହି ପାରୁ ନ ଥିଲି। କି ଅବୁଝା ବାଳିକା ଥିଲି ମୁଁ । ନୁହେଁ? ଯେମିତି ମୋତେ ହିଁ କେବଳ ତୁମେ ଭଲ ପାଇବ। ଯେମିତି ଆମେ ଦୁଇଜଣ ଜନ୍ମଗ୍ରହଣ କରିଛୁ ଦୁଇଜଣଙ୍କ ପାଇଁ । ଯେଉଁଦିନ ଘରୁ ଟ୍ରକ ଡାଲାରେ ଲଦି ତୁମକୁ ନେଇଗଲେ, ମୋର ଶ୍ୱାସରୁଦ୍ଧ ହୋଇ ଆସୁଥିଲା । ଢାକା ସହରକୁ ମୋତେ ଏତେ ଫାଙ୍କା ଆଉ କେବେ ଲାଗି ନାହିଁ। ଛାତି ତଳେ ଏତେ ହାହାକାର ଆଉ କେବେ ଜାଣିନାହିଁ। ସେହିଦିନ ହିଁ ମୁଁ ଢାକା ସହର ଛାଡ଼ି ମୟନସିଂହ ଚାଲି ଯାଇଥିଲି। ମୋ ଘରେ ଥିବା ବାକ୍ସ ଭର୍ତ୍ତି ତୁମର ସବୁ ଚିଠି କାଢ଼ି ହାତରେ ଧରି କାନ୍ଦରେ ଫାଟି ପଡ଼ିଥିଲି । ଆମର ବିଚ୍ଛେଦ ଥିଲା ଚାରି ବର୍ଷର। ଏତେ ବର୍ଷ ପରେ ମଧ୍ୟ ତୁମେ କ’ଣ ସତରେ ମୋ ଛାତିର ଅତଳ ଗଭୀରରେ ରହିଥିଲ ! ସେଦିନ ମୁଁ ତାହା ଅନୁଭବ କରିପାରିଥିଲି ।

ଏବେ ଭୀଷଣ ହସ ମାଡ଼େ ଦେଖି ଯେ, ଏବେ ତୁମର ଶହ ଶହ ବନ୍ଧୁ ବାହାରୁଛନ୍ତି । ସେମାନେ ସେତେବେଳେ କୋଉଠି ଥିଲେ ? ଯେତେବେଳେ ପଇସାର ଅଭାବରେ ତୁମେ କେବଳ ଗୋଟିଏ ସିଙ୍ଗଡ଼ା ଖାଇ ଦିନ କଟାଉଥିଲ? ନ ହେଲା ବା ମୁଁ ସେତେବେଳେ ଆଉ ତୁମର ହୋଇ ରହି ନ ଥିଲି , ତୁମକୁ ଛାଡ଼ି ଚାଲି ଯାଇଥିଲି ବୋଲି। ଏଇ, ଏବେ ତୁମ ନାମରେ ଯେଉଁ ଶ୍ରଦ୍ଧାଞ୍ଜଳି ସଭା ସବୁ ହେଉଛି, ସେହିସବୁ ସଭାରେ ବୋଧହୁଏ ତୁମର ପରିଚିତା ଏକମାତ୍ର ମୁଁ ହିଁ ଅନୁପସ୍ଥିତ ଥାଏ। ଯେଉଁମାନେ ଏବେ ରୁଦ୍ର ରୁଦ୍ର ବୋଲି ମାତି ଉଠୁଛନ୍ତି, ବୁଝିପାରୁନାହିଁ ଯେ ସେମାନେ ସେତେବେଳେ କୋଉଠି ଥିଲେ ।
ଆଡ଼କୁ ତୁମେ ଶିମୁଲ ନାଁ ରେ ଜଣେ ଝିଅକୁ ଭଲ ପାଉଥିଲ । ତା ’ ସହିତ ତୁମର ବାହା ହେବାର କଥାବାର୍ତ୍ତା ବି ଚାଲିଥିଲା । ମୋ ଆଗରେ ଦିନେ ଶିମୁଲ କଥା ଗପିଥିଲ। ତୁମେ ବୁଝିପାରି ନ ଥିଲ ଯେ ସେକଥା ଶୁଣି ମୋତେ ଭୀଷଣ କଷ୍ଟ ହେଉଥିଲା । ଏକଥା ଭାବି ଯେ ତୁମେ କେତେ ଅନାୟାସରେ ପ୍ରେମ କରୁଛ ! ତା’ର ଗପ ଶୁଣାଉଛ । ଠିକ୍‌ ସେହିପରି ଅନୁଭବ କ’ଣ ତୁମର ଥିଲା ମୋ ପାଇଁ ? ଆଜି ଆଉ ଜଣକ ପାଇଁ ତୁମର ଅସ୍ଥିରତା । ତା’ ସହିତ ନିର୍ଧୂମ୍‌ ରାତି କଟାଇବାର ଗପ ଶୁଣି ମୋତେ କ’ଣ କାନ୍ଦ ମାଡ଼ିବ ନାହିଁ, କୁହ ? ତୁମେ ଶିମୁଲକୁ ନେଇ କି କି କବିତା ଲେଖିଛ କେତେ ସହଜରେ ସେସବୁ ତୁମେ ମୋତେ ଶୁଣାଇଲ ! ମୋତେ ପୁଣି ପ୍ରଶ୍ନ କରିଥିଲ, କେମିତି ହୋଇଛି ବୋଲି । ମୁଁ କହିଥିଲି , ଖୁବ ସୁନ୍ଦର । ଶିମୁଲକୁ ମୁଁ କେବେ ଦେଖିନାହିଁ। ତୁମେ ଯେତେବେଳେ ମୋ ଆଗରେ ତା’ କଥା କହୁଥିଲ ତୁମେ ତାକୁ ଭଲପାଅ ବୋଲି, ସେତେବେଳେ ମୁଁ ମୋର କଷ୍ଟ ତୁମକୁ ବୁଝିବାକୁ ଦେଇନାହିଁ । ତୁମକୁ ଛାଡ଼ି ଚାଲିଯାଇଛି ଠିକ୍‌ କିନ୍ତୁ ମୁଁ ଅନ୍ୟ କାହାକୁ ଭଲପାଇ ପାରିନାହିଁ । ଭଲପାଇବା ଯାହାକୁ ତାହାକୁ ବାଣ୍ଟିବା ଜିନିଷ ନୁହେଁ । ଆକାଶ ସହିତ ପ୍ରତିଦିନ କେତେ କଥା ହୁଏ ।

କଷ୍ଟର କଥା, ସୁଖର କଥା । ଦିନେ ଆକାଶଭର୍ତ୍ତି ଜ୍ୟୋସ୍ନାରେ ଦେହ ଭାସି ଯାଉଥିଲା ଆମର । ତୁମେ ତୁମର କିଛି ଦୁଃଖର କଥା କହି ସାରିବା ପରେ ନିଜ ଲେଖା କବିତା ଶୁଣାଇଥିଲ – ”ଭଲ ଅଛି, ଭଲ ଥାଅ , ଆକାଶର ଠିକଣାରେ ଚିଠି ଲେଖିବ ।“ ମଂଲାରେ ବସି ସେହି କବିତା ଲେଖିଥିଲ । ମନେ ମନେ ତୁମେ କାହାର ଚିଠି ପାଇଁ ଅପେକ୍ଷା କରିଥିଲ ?
ମୋର ? ନେଲୀ ଖାଲାର ? ଶିମୁଲର ? କାହାର ? ଅନେକ ଦିନ ଇଚ୍ଛା ହୋଇଛି ତୁମକୁ ଖଣ୍ଡେ ଚିଠି ଲେଖନ୍ତି । ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ତୁମକୁ ପ୍ରତିଦିନ ଚିଠି ଲେଖୁଥିଲି । ତୁମେ ବି ଲେଖୁଥିଲ ପ୍ରତିଦିନ । ସେଥର ଆରମାନିଟୋଲା ଘରେ ବସି ଦେଇଥିଲ ଆକାଶର ଠିକଣା । ତୁମେ ପାଇବ ତ ଏହି ଚିଠି ? ଜୀବନ ଏବଂ ଜଗତର ତୃଷ୍ଣା ତ ମଣିଷର କେବେ ମେଣ୍ଟେ ନାହିଁ, ତଥାପି ମଣିଷ ଆଉ କେତେଦିନ ବା ବଞ୍ଚି ରହେ, କୁହ ? ଦିନ ତ ସରିଯାଏ । ମୋର କ’ଣ ଦିନ ସରି ଆସୁନାହିଁ ? ତୁମେ ଭଲରେ ଥାଅ । ମୁଁ ଆଦୌ ଭଲ ନାହିଁ ।

ଇତି । ସକାଳ
ପୁନଶ୍ଚ …… ମୋତେ ତୁମେ ସକାଳ ବୋଲି ଡାକୁଥିଲ । କେତେକାଳ ହେଲା ସେହି ଡାକ ଆଉ ଶୁଣି ନାହିଁ । ତୁମେ କ’ଣ ଆକାଶରୁ ‘ସକାଳ’ , ‘ସକାଳ ମୋର’ ବୋଲି ମଝିରେ ମଝିରେ ଡାକୁଛ ? କି ମୁଁ ଭୁଲ ଶୁଣୁଛି ?
-ପ୍ରଦୀପ କୁମାର ରାୟ,
ମୋ: ୯୪୩୭୫୩୪୭୭୩


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri