ଜୀବିକା ଦେଉଛି ଟସର ଚାଷ

କେନ୍ଦୁଝର, ୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର ଧଳାଡିହି ଗ୍ରାମର ମମତା ନାଏକ (୩୬) ଜଣେ ଭୂମିହୀନ ଗରିବ ମହିଳା। ତେବେ ଦିନ ମଜୁରୀ କରି ବହୁ କଷ୍ଟରେ ଚଳୁଥିଲେ। ଜଙ୍ଗଲରୁ ଟସର ସଂଗ୍ରହ କରି ଆସୁଥିବା ମମତାଙ୍କୁ ପ୍ରଶାସନ ସାହା ହେଲେ। ଏଥିପାଇଁ ତହସିଲ ପକ୍ଷରୁ ତାଙ୍କୁ ଅଢେଇ ଏକର ଜମି ମିଳିଲା। ଜିଲା ଖଣିଜ ଫାଉଣ୍ଡେଶନ ପାଣ୍ଠିରୁ ସହାୟତା ପାଇ ସେ ଅର୍ଜୁନ ଓ ଅସନ ଚାଷ ଆରମ୍ଭ କରିଥିଲେ। ୨୦୨୧ ମସିହାରେ ଉକ୍ତ ଜମିରେ ୧୮୫୨ ଗଛ ଲଗାଇଥିଲେ। ଏହାର ରକ୍ଷଣାବେକ୍ଷଣ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରୋଜଗାରକ୍ଷମ ହୋଇଥିବାବେଳେ ଏହି ଗଛ ମଧ୍ୟରେ ଡିଏମ୍‌ଏଫ୍‌ ଓ ଟିଡିଏଫ୍‌ର ସହାୟତାରେ ବିଭିନ୍ନ ପ୍ରକାରର ଚାଷ କରି ରୋଜଗାର କରୁଛନ୍ତି ।

ଏଭଳି ଜିଲାର ବହୁ ଆଦିବାସୀ ଓ ଭୂମିହୀନ ଚାଷୀ ମାନେ ଟସର ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ଡିଏମ୍‌ଏଫ୍‌ ସହାୟତାରେ ଟସର ପାଇଁ ବନୀକରଣ, ନର୍ସରୀ ପ୍ରତିଷ୍ଠା, କୋଷା ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ଆଦି କରାଯାଇଛି । ଜିଲାରେ ପାଖାପାଖି ୬,୬୦୦ ଚାଷୀ ଟସର ସିଲ୍କ ପ୍ରୋତ୍ସାହନ ପାଇ ଜୀବିକା ନିର୍ବାହ କରୁଛନ୍ତି ବୋଲି ଜଣାପଡିଛି । ଟସର ପାଇଁ ଅସନ ଓ ଅର୍ଜୁନ ଗଛ ପାଖାପାଖି ୬୦୦ ହେକ୍ଟର ଅଞ୍ଚଳରେ ଲଗାଯାଇଛି।

ଟସରକୁ ସଂଗ୍ରହ କରି ସେଥିରୁ ସୂତା କାଟି ବିଭିନ୍ନ ପ୍ରକାରର ଲୁଗା ପ୍ରସ୍ତୁତ ହୋଇଥାଏ। ଯାହାର ଚାହିଦା ଦେଶ ଓ ବିଦେଶରେ ରହିଛି। ଆଜିକାଲିର ଫ୍ୟାଶନ ଡିଜାଇନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ ରହିଛି। ଏଣୁ ଡିଏମ୍‌ଏଫ୍‌ ଓ ମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ଚାଷକୁ ପ୍ରଧାନ୍ୟ ଦିଆଯାଇ ଏହାର ବିକାଶ କରାଯାଉଛି। ଏଥିପାଇଁ ଦୁଇଟି ମେଗା ନର୍ସରୀ ବାଂଶପାାଳ ଓ ହରିଚନ୍ଦନପୁରରେ କରାଯିବା ବୋଲି ସୂଚନା ମିଳିଛି। ଏହି ଚାଷକୁ ବ୍ୟାପକ କରିବା ପାଇଁ ଅଧିକ ବିହନ ଉତ୍ପାଦନ କେନ୍ଦ୍ର ଓ ରୋଗ ନିରାକରଣ କେନ୍ଦ୍ର ନିର୍ମାଣ କରାଯାଉଛି। ଟସର ସିଲ୍କ ଚାଷକୁ ପ୍ରୋତ୍ସାହନ ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ଟସର ଉପଯୋଗୀ ଅର୍ଜୁନ ଓ ଅସନ ଗଛ ବନୀକରଣ କରି ଜୀବନଜୀବିକାର ବିକାଶ, ଏହା ଦ୍ୱାରା ଲୋକଙ୍କ ରୋଜଗାର ବୃଦ୍ଧି କରି ଦାରିଦ୍ର୍ୟତା ହ୍ରାସ କରିବା, ଅବ୍ୟବହୃତ ରାଜସ୍ବ ଜମି ଗୁଡିକରେ ବନୀକରଣ କରିବା, ଏହା ଦ୍ୱାରା ସ୍ଥାନୀୟ ପ୍ରାକୃତିକ ପରିବେଶ ସୁରକ୍ଷା କରିବାସହ ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାର ଉନ୍ନତି କରିବା ଆଦି ସାଧିତ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି। ଏହାକୁ ଅଧିକ ସୃଦୃଢ ଓ ବ୍ୟାପକ କରିବା ପାଇଁ ଟସର ବିକାଶ ସମିତି ଓ ଟିଆରସିଏସ ଆଦି ପ୍ରତିଷ୍ଠା କରାଯାଉଛି ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

ବାଙ୍କୀ ସ୍ବୟଂଶାସିତ କଲେଜରେ ବୋମାମାଡ଼; ଝରକା ଭାଙ୍ଗିଲା, କାନ୍ଥ ଫାଟିଲା

ବାଙ୍କୀ,୧୨ା୧୦(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ରବିବାର ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ ଫଳରେ କଲେଜ ଆସବାବପତ୍ର ସହ ଝରକା ଏବଂ କବାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?