ଟାରିଫ୍‌ ହ୍ରାସ: ଭାରତ ଉପରେ ପଡ଼ିପାରେ ତେଲ ବୋଝ

ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍‌ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ରହିଥିଲା ବେଳେ ଏବେ ଏହା ୧୮%କୁ ଖସିଛି। ରୁଷିଆରୁ ଭାରତ ତୈଳ ଆମଦାନୀ ବନ୍ଦ କରିବାକୁ କହିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟାରିଫ୍‌ ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ବାଗତ କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପରେ ଭାରତୀୟ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି।ଶିଳ୍ପପତି ଓ ରପ୍ତାନି ଉଦ୍ୟୋଗପତି ଟାରିଫ୍‌ ହ୍ରାସକୁ ସ୍ବାଗତ କରିଛନ୍ତି। ପୂର୍ବରୁ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଟାରିଫ୍‌କୁ ନେଇ ଭାରତୀୟ ରପ୍ତାନି ଉଦ୍ୟୋଗ କ୍ଷେତ୍ର ଚିନ୍ତାରେ ପଡ଼ିଥିଲା। ଅଧିକ ଟାରିଫ୍‌ ଯୋଗୁ ଭାରତୀୟ ସାମଗ୍ରୀ ମୂଲ୍ୟ ବଢିବା ସହ ଆମେରିକାକୁ ରପ୍ତାନି ହ୍ରାସ ପାଇବ ବୋଲି ଆଶଙ୍କା ଥିଲା। କିନ୍ତୁ ଟାରିଫ୍‌ ଘୋଷଣା ପରେ ଏହି ଆଶଙ୍କା ଦୂର ହୋଇଛି। ଏହିକ୍ରମରେ ମଙ୍ଗଳବାର ଶେୟାର ବଜାରରେ ମଧ୍ୟ ଅନୁକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ବଢିଛି। ହେଲେ ଟାରିଫ୍‌ ହ୍ରାସ ଦ୍ୱାରା ଭାରତୀୟ ବଜାର ଉପରେ ତେଲ ବୋଝ ପଡ଼ିପାରେ ବୋଲି ଆଶଙ୍କା ବଢ଼ିଛିି। କାରଣ ରୁଷିଆରୁ ଭାରତ ତେଲ ଆମଦାନୀ ବନ୍ଦ କରିବା ପରେ ନିଜର ଆବଶ୍ୟକ ତେଲ ଅନ୍ତର୍ଜାତୀୟ ବଜାରରୁ କିଣିବ। ଅନ୍ତର୍ଜାତୀୟ ବଜାର ମୁଖ୍ୟତଃ ବ୍ରେଣ୍ଟ୍‌ ଇଣ୍ଡେକ୍ସ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ବେଳେ ନୂଆଦିଲ୍ଲୀ ଆମେରିକା ତୈଳ କମ୍ପାନୀଗୁଡିକରୁ ତେଲ ଆମଦାନୀ କରିବାକୁ ବାଧ୍ୟ ହେବ। ଫଳରେ ଭାରତକୁ ଅଧିକ ଅର୍ଥ ପୈଠ କରିବାକୁ ପଡ଼ିବ। ବର୍ତ୍ତମାନ ଭାରତ ରୁଷିଆରୁ ବ୍ୟାରେଲ୍‌ ପିଛା ୫୦ରୁ ୫୫ ଡଲାରରେ ତୈଳ ଆମଦାନୀ କରୁଛି। କିନ୍ତୁ ଅନ୍ତର୍ଜାତୀୟ ବଜାରରୁ ତୈଳ ଆମଦାନୀ କଲେ ବ୍ୟାରେଲ୍‌ ପିଛା ୬୨ରୁ ୬୫ ଡଲାର ପୈଠ କରିବ। ବ୍ୟାରେଲ୍‌ ପିଛା ୭ରୁ ୧୨ ଡଲାର ଅଧିକ ମୂଲ୍ୟରେ ତୈଲ କିଣିବା ସହିତ ପରିବହନ ଏବଂ ବୀମା ଖର୍ଚ୍ଚ ଯୋଡିଲେ ଭାରତର ତୈଳ ଆମଦାନୀ ଉପରେ ସାମଗ୍ରିକ ଭାବେ ୯ରୁ ୧୨ ବିଲିୟନ ଡଲାରର ବୋଝ ପଡ଼ିବ ବୋଲି ବିଶ୍ଳେଷକମାନେ ଅନୁମାନ ଲଗାଇଲେଣି। ଏହି ବୋଝ ଭରଣା କରିବାକୁ ଭାରତୀୟ ତୈଳ ବିପଣନକାରୀ କମ୍ପାନୀ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବେ। ଫଳରେ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିବାର ଆଶଙ୍କା ବଢିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri