୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ ଦେଇଛନ୍ତି। ଏହାପରେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବାବେଳେ ଅନେକ ସ୍ଥାନରେ ଯବାନଙ୍କ ଗୁଳିରେ ମାଓବାଦୀଙ୍କ ମୃତ୍ୟୁ ଘଟୁଛି। ଏହିକ୍ରମରେ ଓଡ଼ିଶାର ମୁଖ୍ୟ କୁହାଯାଉଥିବା ବା.ଘୁ.ନା, ନିୟମଗିରି ଏରିଆ କମିଟି ଓ ରାଜ୍ୟ କମିଟିର ଟପ୍‌ ମାଓବାଦୀ ଦମ୍ପତି ନିଖିଳ (ନିରଞ୍ଜନ ରାଉତ) ଓ ସ୍ତ୍ରୀ ଇନ୍ଦୁ (ଅଙ୍କିତା ଓରଫ ରଶ୍ମିତା ଲେଙ୍କା) ରାଜ୍ୟ ସରକାର ଓ ଗୃହ ବିଭାଗକୁ ୪ଟି ପ୍ରସ୍ତାବ ଦେଇଛନ୍ତି। ଏଥିରେ ସରକାର ରାଜି ହେଲେ ପତ୍ନୀପତି ଖୁବ୍‌ଶୀଘ୍ର ଆତ୍ମସମର୍ପଣ କରିବେ ଓ ଅନ୍ୟ ସାଥୀମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରବର୍ତ୍ତାଇବେ ବୋଲି ମାଓବାଦୀ ନେତା ନିଖିଳ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି।
ପ୍ରଥମ ସର୍ତ୍ତରେ ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ଆମେ କାର୍ଯ୍ୟ କରିବାକୁ ଚାହୁଁ ବୋଲି ଉଲ୍ଲେଖ ରହିଛି। ଦ୍ୱିତୀୟରେ ଆତ୍ମସମର୍ପଣ ପରେ ଆମ ଦୁଇଜଣଙ୍କୁ ମାଓବାଦୀଙ୍କ ବିରୋଧରେ ଏବଂ ଜନବିରୋଧୀ ଆନ୍ଦୋଳନରେ ନିୟୋଜିତ କରା ନ ଯାଉ। ତୃତୀୟରେ ପୂର୍ବରୁ ମାଓବାଦୀ ନେତା ଆଜାଦ୍‌, ସବ୍ୟସାଚୀ ପଣ୍ଡାଙ୍କୁ ଜେଲରେ ରଖାଯାଇଛି। ଏହା ସରକାରଙ୍କ ଆଇନ ବିରୋଧୀ। ସରକାର ଆତ୍ମସମର୍ପଣ ନୀତି ଲାଗୁ କରିଛନ୍ତି, କିନ୍ତୁ ତାହା ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ଲାଗୁ କରାଯାଉ ନ ଥିବାରୁ ସରକାରଙ୍କ ଉପରେ ବିଶ୍ବସନୀୟତା ଆସୁନି। ତେଣୁ ଉକ୍ତ ନୀତି କାର୍ଯ୍ୟକାରୀ କରନ୍ତୁ। ଶେଷରେ ଦେଶର ବିଭିନ୍ନ ପ୍ରାନ୍ତରେ ମାଆ, ମାଟି, ଜଳ, ଜମି ଜଙ୍ଗଲ, ପରିବେଶ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ଆଦିବାସୀଙ୍କ ଉପରେ ସୁରକ୍ଷାକର୍ମୀମାନେ ଯେଉଁ ଜୁଲୁମ କରୁଛନ୍ତି ତାହା ବନ୍ଦ କରାଯାଉ। ରାଜ୍ୟ ସରକାର ଜନ ଆନ୍ଦୋଳନକୁ ବିରୋଧ ନ କରି ସେଠାର ଜନମତକୁ ସମ୍ମାନ ଦିଅନ୍ତୁ ବୋଲି ପ୍ରେସ୍‌ ବିବୃତିରେ ଉଲ୍ଲେଖ କରାଯାଇଛି। ସରକାର ଉକ୍ତ ବିଷୟକୁ ବୁଝିବେ ବୋଲି ଆମର ଆଶା ବୋଲି ରାଜ୍ୟର ଟପ୍‌ ମାଓବାଦୀ କ୍ୟାଡର ନିଖିଳ ଓ ତାଙ୍କ ପତ୍ନୀ ଇନ୍ଦୁ ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାର ସମସ୍ତ ୪ଟି ସର୍ତ୍ତ ମାନିଲେ ସେ ଓ ତାଙ୍କ ସ୍ତ୍ରୀ ଆତ୍ମସମର୍ପଣ କରିବେ। ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ, ଫୁଲବାଣୀ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ଛତିଶଗଡ଼, ରାୟଗଡ଼ା, ଗଜପତି ଜିଲାରେ ନିଜର ଆଧିପତ୍ୟ ଜାହିର କରି ଜଳ, ଜମି, ଜଙ୍ଗଲ ପାଇଁ ସରକାର ବିରୋଧୀ କାର୍ଯ୍ୟକ୍ରମ ଚଳାଇ ଆସୁଥିବା ରାଜ୍ୟ ମାଓବାଦୀ କମିଟି ସଦସ୍ୟ ନିଖିଳ ଏହା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri