Categories: ଖେଳ

ଫାଇନାଲରେ ୧୯୦ରୁ ଅଧିକ ରନ୍‌ର ଟାର୍ଗେଟ ବଡ଼ ନୁହେଁ

ଦୁବାଇ,୧୫।୧୦: ଟି୨୦ କ୍ରିକେଟରେ ୧୯୦ରୁ ଅଧିକ ରନ୍‌ର ବିଜୟ ଲକ୍ଷ୍ୟକୁ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିଚାର କରାଯାଏ। କିନ୍ତୁ ଆଇପିଏଲ ଫାଇନାଲରେ ଦୁଇ ଦୁଇ ଥର ୧୯୦ରୁ ଅଧିକ ରନ୍‌ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୧୨ ଓ ୨୦୧୪ ଆଇପିଏଲ ଫାଇନାଲରେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା। କୌତୁହଳର କଥା ହେଲା ଉଭୟ ଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବିଜୟୀ ହୋଇଛି।

୨୦୧୨ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରତିପକ୍ଷ କେକେଆର ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା। ଏହି ମ୍ୟାଚ୍‌କୁ କେକେଆର ୫ ଉଇକେଟରେ ଜିତି ନେଇଥିଲା। ୨୦୧୪ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୨୦୦ ରନ୍‌ କରିବା ପରେ ମଧ୍ୟ କୋଲକାତାଠାରୁ ହାରିଥିଲା କିଙ୍ଗ୍ସ ଏକାଦଶ ପଞ୍ଜାବ (ଏବେ ପଞ୍ଜାବ କିଙ୍ଗ୍ସ)।

Share