Posted inଜାତୀୟ

ସୋସିଆଲ ମିଡିଆକୁ ଟାର୍ଗେଟ

ନୂଆଦିଲ୍ଲୀ,୧୮ା୬:ଗଣମାଧ୍ୟମର ସ୍ବାଧୀନତା ପାଇଁ ଲଢ଼ୁଥିବା ରିପୋଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ମତରେ ବିଶ୍ୱ ପ୍ରେସ୍‌ ଫ୍ରିଡମ୍‌ ସୂଚକାଙ୍କରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୨। ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ସଂଖ୍ୟାଲଘୁ ବୃଦ୍ଧଙ୍କ ଉପରେ ଆକ୍ରମଣର ରିପୋର୍ଟିଂ କରିଥିବା ଖବରଦାତାମାନଙ୍କ ବିରୋଧରେ ମାମଲା ରୁଜୁ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ଆର୍‌ଏସ୍‌ଏଫ୍‌ ବର୍ତ୍ତମାନ ଉଠାଇଛି। ଟୁଇଟର, ଫେସ୍‌ବୁକ୍‌ ସମେତ ତମାମ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏବେ କେନ୍ଦ୍ର ଏବଂ ୟୁପି ସରକାରଙ୍କ ଟାର୍ଗେଟରେ। ତେଣୁ କେନ୍ଦ୍ରର ନୂଆ ଆଇଟି ଗାଇଡ୍‌ଲାଇନ୍‌କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

କେନ୍ଦ୍ର ସରକାର ଟୁଇଟରକୁ ବ୍ୟାନ୍‌ କରିବା ସପକ୍ଷରେ ନାହାନ୍ତି। କିନ୍ତୁ ଏହି ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌କୁ ଭାରତୀୟ ଆଇନକୁ ମାନିବାକୁ ପଡ଼ିବ ବୋଲି ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।
ଟୁଇଟର ଉପରେ କେନ୍ଦ୍ର ପକ୍ଷରୁ ଲଗାଯାଇଥିବା କଟକଣାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଏହାର ଜବାବରେ ରବିଶଙ୍କର ଏକାଧିକ ଟୁଇଟ୍‌ କରି କହିଛନ୍ତି, କେନ୍ଦ୍ର ସରକାର କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଉପରେ କଟକଣା ଜାରି କରିବାକୁ ଚାହୁଁନାହାନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଟୁଇଟରରେ ଅଛନ୍ତି। ଏହା ସରକାରଙ୍କ ନିରପେକ୍ଷତାକୁ ଦର୍ଶାଉଛି। କିନ୍ତୁ ଟୁଇଟର ନିକଟରେ ଆଇନ ନ ମାନି ମଧ୍ୟସ୍ଥ ସଂସ୍ଥା ହେବାର ଷ୍ଟାଟସ୍‌ ହରାଇଦେଇଛି।
ଅନ୍ୟପକ୍ଷେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସବୁକିଛି ଉପରେ ନିୟନ୍ତ୍ରଣ ଚାହାନ୍ତି। ଏଥିରେ ବିଫଳ ହେଲେ ଚାପ ପକାଇ ଆୟତ୍ତ ଉଦ୍ୟମ କରିଥାଆନ୍ତି, ଯାହାକି ଟୁଇଟର କ୍ଷେତ୍ରରେ ଦେଖିବାକୁ ମିଳିଛି। ଟୁଇଟର ନିୟନ୍ତ୍ରଣ ଉଦ୍ୟମ ଫେଲ୍‌ ମାରିବା ପରେ କେନ୍ଦ୍ର ଏହି ପ୍ଲାଟଫର୍ମକୁ ଚପାଇଦେବା ପାଇଁ ପ୍ରୟାସ କରୁଛି। ତାଙ୍କ ସରକାର ସହ ମଧ୍ୟ କେନ୍ଦ୍ର ଏପରି ବ୍ୟବହାର ଦେଖାଇଥିଲା, ଯାହାକି ନିନ୍ଦନୀୟ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri