Posted inଜାତୀୟ

ସୋସିଆଲ ମିଡିଆକୁ ଟାର୍ଗେଟ

ନୂଆଦିଲ୍ଲୀ,୧୮ା୬:ଗଣମାଧ୍ୟମର ସ୍ବାଧୀନତା ପାଇଁ ଲଢ଼ୁଥିବା ରିପୋଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ମତରେ ବିଶ୍ୱ ପ୍ରେସ୍‌ ଫ୍ରିଡମ୍‌ ସୂଚକାଙ୍କରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୨। ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ସଂଖ୍ୟାଲଘୁ ବୃଦ୍ଧଙ୍କ ଉପରେ ଆକ୍ରମଣର ରିପୋର୍ଟିଂ କରିଥିବା ଖବରଦାତାମାନଙ୍କ ବିରୋଧରେ ମାମଲା ରୁଜୁ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ଆର୍‌ଏସ୍‌ଏଫ୍‌ ବର୍ତ୍ତମାନ ଉଠାଇଛି। ଟୁଇଟର, ଫେସ୍‌ବୁକ୍‌ ସମେତ ତମାମ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏବେ କେନ୍ଦ୍ର ଏବଂ ୟୁପି ସରକାରଙ୍କ ଟାର୍ଗେଟରେ। ତେଣୁ କେନ୍ଦ୍ରର ନୂଆ ଆଇଟି ଗାଇଡ୍‌ଲାଇନ୍‌କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

କେନ୍ଦ୍ର ସରକାର ଟୁଇଟରକୁ ବ୍ୟାନ୍‌ କରିବା ସପକ୍ଷରେ ନାହାନ୍ତି। କିନ୍ତୁ ଏହି ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌କୁ ଭାରତୀୟ ଆଇନକୁ ମାନିବାକୁ ପଡ଼ିବ ବୋଲି ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।
ଟୁଇଟର ଉପରେ କେନ୍ଦ୍ର ପକ୍ଷରୁ ଲଗାଯାଇଥିବା କଟକଣାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଏହାର ଜବାବରେ ରବିଶଙ୍କର ଏକାଧିକ ଟୁଇଟ୍‌ କରି କହିଛନ୍ତି, କେନ୍ଦ୍ର ସରକାର କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଉପରେ କଟକଣା ଜାରି କରିବାକୁ ଚାହୁଁନାହାନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଟୁଇଟରରେ ଅଛନ୍ତି। ଏହା ସରକାରଙ୍କ ନିରପେକ୍ଷତାକୁ ଦର୍ଶାଉଛି। କିନ୍ତୁ ଟୁଇଟର ନିକଟରେ ଆଇନ ନ ମାନି ମଧ୍ୟସ୍ଥ ସଂସ୍ଥା ହେବାର ଷ୍ଟାଟସ୍‌ ହରାଇଦେଇଛି।
ଅନ୍ୟପକ୍ଷେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସବୁକିଛି ଉପରେ ନିୟନ୍ତ୍ରଣ ଚାହାନ୍ତି। ଏଥିରେ ବିଫଳ ହେଲେ ଚାପ ପକାଇ ଆୟତ୍ତ ଉଦ୍ୟମ କରିଥାଆନ୍ତି, ଯାହାକି ଟୁଇଟର କ୍ଷେତ୍ରରେ ଦେଖିବାକୁ ମିଳିଛି। ଟୁଇଟର ନିୟନ୍ତ୍ରଣ ଉଦ୍ୟମ ଫେଲ୍‌ ମାରିବା ପରେ କେନ୍ଦ୍ର ଏହି ପ୍ଲାଟଫର୍ମକୁ ଚପାଇଦେବା ପାଇଁ ପ୍ରୟାସ କରୁଛି। ତାଙ୍କ ସରକାର ସହ ମଧ୍ୟ କେନ୍ଦ୍ର ଏପରି ବ୍ୟବହାର ଦେଖାଇଥିଲା, ଯାହାକି ନିନ୍ଦନୀୟ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri