Categories: ଖେଳ

ଗୁଜରାଟ ଆଗରେ ୧୫୪ ରନ୍‌ର ଟାର୍ଗେଟ୍‌

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶିଖର ଧାୱନଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ନିଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୩ ରନ୍‌ କରିଛି। ଫଳରେ ଗୁଜରାଟ ଆଗରେ ୧୫୪ ରନ୍‌ର ଟାର୍ଗେଟ ରଖିଛି ପଞ୍ଜାବ।
ପଞ୍ଜାବର ଦୁଇ ଓପରନ ପ୍ରଭାସିମରନ ସିଂ ଏବଂ ଶିଖର ଧାଓ୍ବନ ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଭାସିମରନ ସିଂ ଖାତା ଖୋଲିପାରି ନ ଥିବା ବେଳେ ଧାଓ୍ବନ ୮ ରନ୍‌ କରି ଆଉଟ ହୋଇଯାଇଥିଲେ। ଫଳରେ ପ୍ରାରମ୍ଭରୁ ୨ ଉଇକେଟ ହରାଇ ପଞ୍ଜାବ ସଂକଟରେ ପଡ଼ିଥିଲା। ହେଲେ ମାଥ୍ୟୁ ସର୍ଟ ଏବଂ ଭାନୁକା ରାଜପକ୍ସା ଧୈର୍ଯ୍ୟର ସହ ଖେଳି ଦଳକୁ ଆଗକୁ ନେଇଥିଲେ। ମାଥ୍ୟୁ ୩୬ ରନ୍‌ କରିଥିବା ବେଳେ ରାଜପକ୍ସା ୨୦ ରନ୍‌ କରିଥିଲେ । ସେହିପରି ଶେଷ ବେଳକୁ ଜିତେଶ ଶର୍ମାଙ୍କ ୨୫ ରନ୍‌ ଏବଂ ସାମ୍‌ କୁରାନଙ୍କ ୨୨ ଓ ଶାହରୁଖ ଖାଁଙ୍କ ୨୨ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ବଳରେ ପଞ୍ଜାବ ୧୩୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଗୁଜରାଟର ମୋହିତ ଶର୍ମା ୨ ଉଇକେଟ ନେଇଥିବା ବେଳେ ରସିଦ ଖାଁ, ଅଲଜାରି ଜୋସେଫ, ଜୋସୁଆ ଲିଟଲ୍‌ ଏବଂ ମହମ୍ମଦ ଶାମି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ ।

 

Share