ମିଳୁନି ଆବାସ, ଭଙ୍ଗାଘର ଭରସା

ବେଗୁନିଆ,୩ା୧୦(ଡି.ଏନ୍‌.ଏ.): ଅସହାୟ ଓ ଗରିବଙ୍କୁ ପକ୍କା ଘର ଯୋଗାଇଦେବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଆବାସ ଯୋଜନା ଏମାନଙ୍କ ଲାଗି ସାତସପନ ପାଲଟିଛି। ଏପରି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଗଡ଼ମାଣତୀର ଗ୍ରାମରେ ରହୁଥିବା ତାରାମଣି ହୋତା(୬୫)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲାର ତାରାମଣି ଓ ତାଙ୍କ ସ୍ବାମୀ କାର୍ତ୍ତିକେଶ୍ୱରଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଦୟନୀୟ ଅବସ୍ଥାରେ ବସବାସ କରୁଥିଲେ। ମା’ରାମଚଣ୍ଡୀଙ୍କ ସାନ୍ନିଧ୍ୟ ଲାଭ ପାଇଁ ୧୯୯୧ରେ ତାରାମଣି ଓ ତାଙ୍କ ସ୍ବାମୀ ବେଗୁନିଆର ଗଡ଼ମାଣତୀରକୁ ଆସିଥିଲେ। ମା’ଙ୍କ ସେବା କରିବା ସହ ପୀଠରେ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ଉଭୟ ଗ୍ରାମକୁ ଆଉ ଫେରି ନ ଥିଲେ। ପୀଠ ନିକଟ ନୂଆସାହିରେ ଏକ କୁଡ଼ିଆ ଘର କରି ରହୁଥିଲେ। ପରବର୍ତ୍ତୀ ସମୟରେ ସେମାନେ ଗଡମାଣତୀର ବାସିନ୍ଦା ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରାଇ ୧୯୯୨ରେ ପଞ୍ଚାୟତ ଭୋଟ ଦେଇଥିଲେ।

କିଛିଦିନ ପରେ କାର୍ତ୍ତିକେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ଏବେ ତାରାମଣି ଏବଂ ତାଙ୍କ ୧୬ବର୍ଷର ପୁଅ ବିକ୍ରମ ସେହି ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି। ଏପଟେ ବିକ୍ରମଙ୍କ ଆଖିକୁ ଠିକ୍‌ ସେ ଦେଖାଯାଉ ନାହିଁ। ୨୦୦୫ରୁ ରାମଚଣ୍ଡୀଙ୍କ ପୀଠରେ ତାରାମଣି ଭିକ୍ଷା ମାଗି ପରିବାର ଚଳାଉଛନ୍ତି। ଦୁଇ ଓଳି ଖାଇବାକୁ ସଂଘର୍ଷ କରୁଥିବା ବେଳେ ଘର ସଜାଡିବାକୁ ସମ୍ବଳ ନ ଥିବା କହିଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତ, ବ୍ଲକ ପ୍ରଶାସନଠାରୁ ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି, କାର୍ଯ୍ୟକାରୀ ହେଉନାହିଁ। ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି ବୋଲି ତାରାମଣି କହିଛନ୍ତି। ଅନ୍ୟପକ୍ଷେ ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ଦାସ କହିଛନ୍ତି, ତାରାମଣି ରହୁଥିବା ସ୍ଥାନର ରେକର୍ଡପତ୍ର ଠିକ୍‌ ନ ଥିବାରୁ ତାଙ୍କୁ ଆବାସ ଯୋଜନାରେ ସାମିଲ୍‌ କରାଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର,୨୯।୧(ବୁରୋ): ଗୁଳିମାଡ଼ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମନ୍ତ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ସିବିଆଇ ହାତରେ ଧରାପଡ଼ିଲେ ଇଓଡ୍‌ବ୍ଲ୍ୟୁ କନ୍‌ଷ୍ଟେବଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଆସି ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡ୍‌ବ୍ଲ୍ୟୁ )ର କନ୍‌ଷ୍ଟେବଳ ଅମିତ୍‌...

ନାହିଁ ନାହିଁରେ ଯୁଗପୁରା ପାସେଞ୍ଜର୍‌ ହଲ୍ଟ

ବୈଶିିଙ୍ଗା,୧୦।୮(ଡି.ଏନ.ଏ.)-ପୂର୍ବତଟ ରେଳପଥ ଅଧୀନ ରୂପ୍‌ସା- ବାଙ୍ଗିରିପୋଷୀ ରେଳପଥର ବୈଶିଙ୍ଗା ନିକଟସ୍ଥ ସର୍ବ ପୁରାତନ ଯୁଗପୁରା ପାସେଞ୍ଜର୍‌ ହଲ୍ଟ ଅଦ୍ୟାବଧି ଷ୍ଟେଶନର ମାନ୍ୟତା ପାଇପାରିନାହିଁ। ଏଠାରେ ପ୍ଲାଟ୍‌ଫର୍ମ...

‘ଶ୍ରୀମନ୍ଦିର ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରା ନ ଯାଉ

ପୁରୀ ଅଫିସ, ୨୦।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଜିଲା ପ୍ରଶାସନ ମେଘନାଥ ପାଚେରୀ...

ବ୍ୟକ୍ତିଗତ ହାଜର ହେଲେ ୩ ଅଧିକାରୀ

କଟକ ଅଫିସ,୧୨ା୨- ଚିଲିକା ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲିବା ଘଟଣାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଚିଲିକା ଉନ୍ନୟନ...

ସମୂଦ୍ରକୂଳରେ ଭାସୁଥିଲା ମୃତଦେହ, ଦେଖିଲେ ମତ୍ସ୍ୟଜୀବୀ

ଗଞ୍ଜାମ,୨୭।୯(ଡିଏନ୍‌.ଏ.): ଗଞ୍ଜାମ ଥାନା ନୂଆଗାଁସ୍ଥିତ ସମୁଦ୍ର କୂଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ଭାସୁଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ପରିଚୟ ମିଳିପାରି ନାହିଁ।...

ଗୃହଦାହ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ତିହିଡି, ୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମନ୍ଦାରମାଳ  ଥାନା ଅନ୍ତର୍ଗତ ତିହିଡ଼ି ଗ୍ରାମର ପଦୁ ସାମଲ ଓ ଜଗବନ୍ଧୁ ମସାଲଙ୍କ ଘର ସୋମବାର ରାତିରେ...

ଖନନ, ନିର୍ମାଣ ତୁରନ୍ତ ବନ୍ଦ ହେଉ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି। ଏଥିସହ ଖନନ ଓ ନିର୍ମାଣ କାର୍ଯ୍ୟକୁ ବିରୋଧ କରାଯାଉଛି। ଚାରିଆଡୁ ବିରୋଧ ସତ୍ତ୍ୱେ କାର୍ଯ୍ୟ...

Advertisement
Archives

Model This Week