ଭଡ଼ା ଘରେ ୭ ଦିନ ଏକାଠି ରହିବେ ତପସ୍ବିନୀ- ସୁମିତ

ବ୍ରହ୍ମପୁର ଅଫିସ ,୨ା୧୨: ନ୍ୟାୟ ପାଇଁ ବଧୂ ତପସ୍ବିନୀ ଦାଶ ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ୧୦ ଦିନ ଧରି ଧାରଣା ଦେଇଥିଲେ। କୋର୍ଟରେ ରୁଜୁ ହୋଇଥିବା ପିଟିଶନ(ଏମ୍‌ସି ନଂ. ୩୪୪/୨୧)ର ଗୁରୁବାର ଶୁଣାଣି କରି ଏସ୍‌ଡିଜେଏମ୍‌ ସ୍ବାମୀ, ସ୍ତ୍ରୀଙ୍କୁ ୭ ଦିନ ପର୍ଯ୍ୟନ୍ତ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାମୀ ସୁମିତ ସାହୁ ଆସିକା ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଛନ୍ତି। ଏଣୁ ଆସିକାରେ ଉଭୟ ରହିବା ଲାଗି ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ଆସିକା ଥାନା ଅଧିକାରୀ ଏକ ଭଡାଘର ଯୋଗାଡ଼ କରି ସେଠାରେ ସେମାନଙ୍କୁ ରହିବାକୁ ଦେବେ। ସେଠାକୁ ପୁଅ ସୁମିତ କିମ୍ବା ଝିଅ ତାପସ୍ବନୀଙ୍କ ପରିବାର ଦେଖା କିମ୍ବା ଯୋଗାଯୋଗ କରିବେ ନାହିଁ ବୋଲି ନିର୍ଦ୍ଦେଶ ଥିବା ତପସ୍ବିନୀଙ୍କ ଆଇନଜୀବୀ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।

ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହେବା ପରେ ପୋଲିସ ଉଭୟଙ୍କୁ ପୁଣିଥରେ କୋର୍ଟରେ ହାଜର କରିବ। ଏଥିପାଇଁ ଜଣେ ପ୍ରୋଟେକ୍ସନ ଅଫିସରଙ୍କୁ ନିଯୁକ୍ତି କରାଯିବ। ସମ୍ପୃକ୍ତ ଅଧିକାରୀଙ୍କ ତଦାରଖରେ ଉଭୟେ ରହିବେ ବୋଲି ନିର୍ଦ୍ଦେଶ ରହିଛି।

ପ୍ରକାଶ ଯେ, ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଡା. ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ଗତ ବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। କିଛି ମାସ ହେବ ସ୍ବାମୀ, ଶାଶୁ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ସୁମିତଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ତପସ୍ବିନୀଙ୍କୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ନଭେମ୍ବର ୨୨ରେ ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୁର ଘର ଲୋକ କୌଣସି ଆୟୋଜନ କରି ନ ଥିବାରୁ ତପସ୍ବିନୀ ବଧୂ ବେଶରେ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri