ଚାଷୀଙ୍କୁ ବଡ଼ ଉପହାର ଦେଲେ ସରକାର, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ଚେନ୍ନାଇ,୧୭ା୮: ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ ସମବାୟ କୃଷି ଋଣ ଛାଡ଼ ନେଇ ଘୋଷଣା କରିଛନ୍ତି । ଫଳରେ ୭୫ ହଜାର ପର୍ଯ୍ୟନ୍ତ ସମବାୟ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯିବ।

ସେହିପରି, ୭୫ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ଆଂଶିକ ଛାଡ଼ ମିଳିବ । ୧ ଲକ୍ଷରୁ ଅଧିକ ଋଣ ଥିବା ଚାଷୀଙ୍କୁ ସର୍ବାଧିକ ୩୫ ହଜାର ପର୍ଯ୍ୟନ୍ତ ରିହାତି ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ଋଣ ଛାଡ଼ ଯୋଜନାରେ ମୋଟ ୧୩.୩୪ ଲକ୍ଷ ଚାଷୀ ଉପକୃତ ହେବେ । ସରକାରଙ୍କ ଉପରେ ଏଥିପାଇଁ ମୋଟ ୬,୨୨୦ କୋଟିର ଆର୍ଥିକ ଭାର ପଡ଼ିବ ।

ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, ସରକାର ଦାୟିତ୍ୱ ନେବାର ୧୫ ଦିନ ମଧ୍ୟରେ ମେ’ ମାସରେ ୫୦ ହଜାର ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିଥିଲେ। ଏବେ ଏହାକୁ ଆହୁରି ବଢ଼ାଇ ଚାଷୀଙ୍କୁ ନୂଆ ଆଶ୍ବସ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ହେଉଛି ରାଜ୍ୟର ମେରୁଦଣ୍ଡ ଏବଂ ଚାଷୀଙ୍କ ସମର୍ଥନ ବିନା ଦେଶର ସମୃଦ୍ଧି ସମ୍ଭବ ନୁହେଁ । ଆର୍ଥିକ ସମସ୍ୟା ସତ୍ତ୍ୱେ ଚାଷୀଙ୍କୁ ଅତିରିକ୍ତ ସହାୟତା ଦେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛି ।

 

Dharitri – Odisha’s No.1 Odia Daily

Share