ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ ଜୁଆଙ୍ଗ ଯୁବତୀ। ମୃତ ଯୁବତୀ ତେଲକୋଇ ଅଞ୍ଚଳର କବିତା ଜୁଆଙ୍ଗ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଝିଅଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକର ଛାୟା ଖୋଳିଯାଇଛି।

ଅନ୍ୟପକ୍ଷେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏପରିକି ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି।

Share