କରୋନା ଟିକାକରଣରେ ତାମିଲନାଡୁ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୨୩ ।୭: ଦେଶରେ କରୋନା ଭାଇରସର ତୃତୀୟ ଲହର ଆସିବା ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଦ୍ରୁତ ଗତିରେ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ କହିଥିଲେ । ମେ ୧ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ-୧୯ର ପାଖାପାଖି ୪୧ ଲକ୍ଷ ଅତିରିକ୍ତ ଟିକା ମିଳିଛି । ସ୍ୱ୍ୟାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାରୁ ଜଣାପଡିଛି କି ଟିକାକରଣ ମାମଲାରେ ତାମିଲନାଡୁ ସବୁଠାରୁ ଆଗରେ ରହିଥିବା ବେଳେ ଏହା ପଛକୁ ରହିଛି ପଶ୍ଚିମବଙ୍ଗ, ଗୁଜରାଟ । ଏମାନେ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ତାମିଲନାଡୁକୁ ୫.୮୮ ଲକ୍ଷ ଡୋଜ, ପଶ୍ଚିମବଙ୍ଗକୁ ୪.୮୬ ଲକ୍ଷ ଡୋଜ ଓ ଗୁଜରାଟକୁ ୪.୬୨ ଲକ୍ଷ ଅତିରିକ୍ତ ଡୋଜ ଦିଆଯାଇଛି । ଅନ୍ୟପଟେ ଟିକା ନଷ୍ଟ କରିବାରେ ବିହାର ରହିଛି ସବୁଠାରୁ ଆଗରେ । ଅନୁମାନ କରାଯାଇଛି କି ସମଗ୍ର ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୨.୫ ଲକ୍ଷ ଡୋଜ ଭ୍ୟାକ୍ସିନ ନଷ୍ଟ ହୋଇ ସାରିଛି । ଯେଉଁଥିରୁ ଅଧାରୁ ଅଧିକ ପ୍ରାୟ ୧.୨୬ ଲକ୍ଷ କେବଳ ବିହାରରେ ନଷ୍ଟ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତରରେ କୁହାଯାଇଛି କି ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ପ୍ରାୟ ୯,୭୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଟିକା ଯୋଗାଡ ପାଇଁ ୮,୭୦୧ କୋଟି ଓ ଭ୍ୟାକ୍ସିନ ପ୍ରକ୍ରିୟା କରଣର ଖର୍ଚ୍ଚ ମଧ୍ୟ ଏଥିରେ ସାମିଲ ଅଛି । ଟିକାକରଣର ସମ୍ପୂର୍ଣ୍ଣ ବଜେଟ ୩୫,୦୦୦କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି । ସରକାର କହିଛନ୍ତି ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ ୧୩୫ କୋଟି ଡୋଜ ମିଳିଯିବାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦାହେବେ ଅପାରଗ, ଦୁର୍ନୀତିଗ୍ରସ୍ତ ବାବୁ

ନୂଆଦିଲ୍ଲୀ,୩୦ା୮- ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନେ ଆଉ ଅଧିକ ସମୟ ଚାକିରିରେ ରହିପାରିବେ ନାହିଁ। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦ ବର୍ଷ...

ଚିନ୍ତା ବଢ଼ାଉଛି ଦିଲ୍ଲୀ: ଗତ ୨୪ଘଣ୍ଟାରେ ୧୬ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୬।୫: ରାଜଧାନୀ ଦିଲ୍ଲୀରେ ଏବେ କରୋନା ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ କରୋନା ସଂକ୍ରମଣ ସଖ୍ୟା ହଜାରେରୁ ଅଧିକ...

କୋଭିଡ୍‌ ଚିକିତ୍ସା ଲାଗି ଡେକ୍ସାମିଥାସୋନ୍‌କୁ ଅନୁମତି

ନୂଆଦିଲ୍ଲୀ,୨୮ା୬(ପି.ଟି.): ବହୁଳ ଭାବେ ବ୍ୟବହୃତ ହେଉଥିବା ଅପେକ୍ଷାକୃତ ଶସ୍ତା ଔଷଧ ଷ୍ଟେରଏଡ୍‌ ଡେକ୍ସାମିଥାସୋନ୍‌କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ...

ତାମିଲନାଡୁରେ ପ୍ରବଳ ବର୍ଷା: କାନ୍ଥ ଭୂଷୁଡି ୧୫ ମୃତ

ମେଟୁପାଲୟମ୍‌,୨।୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ...

ପୁଣି ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୪୦୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ...

ଗ୍ରୀଷ୍ମ ପ୍ରବାହ ଯୋଗୁ ଭାରତରେ କମିବ କରୋନା ସଂକ୍ରମଣର ପ୍ରଭାବ !

ଓ୍ବାଶିଂଟନ,୨୯।୩: କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବରୁ ଏହାକୁ ନେଇ ବିଶ୍ୱବାସୀ ଭୟଭୀତ ହୋଇଯାଇଛନ୍ତି। ନିକଟରେ କେମ୍ବ୍ରିଜର ମାସାଚୁଏଟ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର...

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ: ପ୍ରଦୀପ ସିଂ ଟପ୍ପର, ୮ ନମ୍ବର ସ୍ଥାନରେ ଓଡ଼ିଶାର ଅଭିଷେକ

ନୂଆଦିଲ୍ଲୀ, ୪।୮: ୟୁପିଏସ୍‌ସି ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଜତିନ୍‌...

୩୨ ହଜାର ସଂକ୍ରମିତ, ଶହେରୁ ଊର୍ଦ୍ଧ୍ୱ ମୃତ୍ୟୁ, ଚିନ୍ତା ବଢାଇଲାଣି କରୋନା

ନୂଆଦିଲ୍ଲୀ,୩ ।୧: କଟକଣା ପରେ ବି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ପଟେ କରୋନା ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ଏବେ ଦୋବଶସୀଙ୍କୁ...

Advertisement
Archives

Model This Week