ପ୍ରଥମେ ଫିଲ୍ମ ନିର୍ଦ୍ଦେଶକଙ୍କ ଘରୁ ଚୋରି କଲେ, ପରେ ଭୁଲ ମାଗି ଫେରାଇ ଦେଇ ଗଲେ ସାମଗ୍ରୀ

ପ୍ରଥମେ ଘରୁ ଚୋରି ହେଲା, କିଛିଦିନ ପରେ ଚୋରମାନେ ଚୋରି କରିଥିବା କିଛି ସାମଗ୍ରୀକୁ ଫେରସ୍ତ କରିଲେ। ଏପରିକି ଏକ କ୍ଷମା ପ୍ରାର୍ଥନା ଚିଠି ଛାଡ଼ିଦେଇଗଲେ। କିଛି ଏଭଳି ଘଟଣା ମଦୁରାଇର ଉସିଲାମପଟ୍ଟୀରେ ରହୁଥିବା ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିକନ୍ଦମଙ୍କ ସହ ଘଟିଛି। ତାଙ୍କ ଘରୁ ଏକ ଚୋରି ହୋଇଥିଲା। ଚୋରମାନେ ତାଙ୍କ ଘରୁ ସୁନା ଅଳଙ୍କାର, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ଯାଇଥିଲେ। ସେଥିରେ ନିର୍ଦ୍ଦେଶକଙ୍କ କିଛି ଜାତୀୟ ପୁରସ୍କାର ଏବଂ ପଦକ ଥିଲା।

ମଣିକନ୍ଦମଙ୍କ ପରିବାର ସହିତ ଚେନ୍ନାଇରେ ଥିବାବେଳେ ଘରୁ ଚୋରି ହୋଇଥିଲା। ଚୋରି ବିଷୟରେ ଜାଣିବା ପରେ ସେ ଉସିଲାମପାଟୀ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାର କିଛି ଦିନ ପରେ ଚୋରମାନେ ମାଣିକନ୍ଦମଙ୍କ ଜାତୀୟ ପୁରସ୍କାର ଏବଂ ପଦକକୁ ପଲିଥିନ ବ୍ୟାଗରେ ରଖି ଏ ତାଙ୍କ ଘରର ପାଚେରୀରେ ଝୁଲାଇ ଦେଇଥିଲେ। ଏଥିରେ ସେ କ୍ଷମା ପ୍ରାର୍ଥନା ମଧ୍ୟ ଛାଡିଥିଲେକ, ଯେଉଁଥିରେ ଲେଖାଯାଇଥିଲା – ମୋତେ କ୍ଷମା କର ଭାଇ। ତୁମର କଠିନ ପରିଶ୍ରମ କେବଳ ତୁମର। ତେବେ ଚୋରମାନେ ଜାତୀୟ ପୁରସ୍କାର ଏବଂ ପଦକ ଫେରସ୍ତ କରିଥିଲେ ହେଁ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଫେରସ୍ତ କରି ନ ଥିଲେ। ପୋଲିସ ଏପର୍ଯ୍ୟନ୍ତ ସେମାନଙ୍କୁ ଧରି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri