ବାଗ୍‌ଚୀ ଦମ୍ପତିଙ୍କ ସହ କଥା ହୋଇ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ଭୁବନେଶ୍ୱରରେ କ୍ୟାନ୍‌ସର ହସ୍ପିଟାଲ ଓ ଏକ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ସୁବ୍ରତୋ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ୩୪୦ କୋଟି ଟଙ୍କା ନିଜସ୍ବ ପାଣ୍ଠିରୁ ଦାନ କରିଛନ୍ତି। ଏଥିପାଇଁ ସୁବ୍ରତୋ ଓ ସୁସ୍ମିତାଙ୍କ ସହ କଥା ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଏହି ସୁନାମ ଧନ୍ୟ ଦମ୍ପତି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି। ଆଜି ଏକ ଖୁସିର ଦିନ। ଓଡ଼ିଶାର ଏହି ଦମ୍ପତି ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ କଟକର ବାଇମୁଣ୍ଡିଙ୍କ ଉଚ୍ଚ ପରମ୍ପରାକୁ ଆଗେଇ ନେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ତାଙ୍କ ଜୀବନ କୁସୁମିତ ହେଉ। ଏହି ମହତ କାମ ଓଡ଼ିଶାବାସୀଙ୍କୁ ପ୍ରେରିତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।