ଗଣତି ପୂର୍ବରୁ ଅଳ୍ପ ବ୍ୟବଧାନ ଚର୍ଚ୍ଚା

ଛେଣ୍ଡିପଦା,୨୫।୨(ସ୍ବ.ପ୍ର.) ଅନୁଗୋଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଗତ ୨୨ ତାରିଖରୁ ଶେଷ ହୋଇଥିବା ବେଳେ ଏବେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା। ଷ୍ଟ୍ରଙ୍ଗ ରୁମ୍‌ରେ ସିଲ୍‌ ହୋଇ ରହିଥିବା ଭୋଟ ବାକ୍ସ ଆସନ୍ତା ୨୬ ରୁ ୨୮ ତାରିଖରେ ଖୋଲାଯିବାକୁ ଥିଲେ ହେଁ ଏବେଠାରୁ ବିଜୟ-ପରାଜୟ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ବିଶେଷକରି ଅଳ୍ପ ବ୍ୟବଧାନରେ କିଏ ଜିତିବେ ଓ ହାରିବେ ତାହା ଏବେ ଛେଣ୍ଡିପଦା ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି।
ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ସହ ୪ଟି ଜିଲାପରିଷଦ ଜୋନ୍‌ ପାଇଁ ୧୮ ତାରିଖରେ ଭୋଟଗ୍ରହଣ ସରିଯାଇଛି। ୧୪ଜଣ ଜିଲା ପରିଷଦ ପ୍ରାର୍ଥୀ, ୮୧ ସମିତିସଭ୍ୟ ପ୍ରାର୍ଥୀ, ୯୯ ସରପଞ୍ଚ ଓ ୮୧୭ ୱାର୍ଡସଭ୍ୟ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦୧୧ ଜଣଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ରହିଛି। ବିଶେଷକରି ଜିଲା ପରିଷଦ ପ୍ରାର୍ଥୀମାନଙ୍କୁ ନେଇ ଅଧିକ ଆଲୋଚନା ହେଉଛି। ଏଠାରେ ୩ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଶାସକ ବିଜେଡିକୁ କିପରି ଗାଦିଚ୍ୟୁତ କରାଯିବ ତାହା ଭାଜପାର ମୁଖ୍ୟ ଯୋଜନା ରହିଥିଲା। ମତଦାନକୁ ଇତିମଧ୍ୟରେ ୬ଦିନ ବିତି ଯାଇଥିଲେ ମଧ୍ୟ ମିଳିଥିବା ଭୋଟ୍‌ ନେଇ ୩ ଦଳର ନେତାମାନେ ଠିକ୍‌ ଆକଳନ କରିପାରୁ ନାହାନ୍ତି। କେଉଁ ଦଳର ପ୍ରାର୍ଥୀ କେତେ ଭୋଟ ପାଇଛନ୍ତି ତାହାର ଅନୁମାନ ଲଗାଇପାରୁ ନାହାନ୍ତି। ତଥାପି ୧୫ ନଂ. ଜୋନ୍‌ ଭାଜପା ଓ ୧୭ ନଂ ଜୋନ୍‌ ବିଜେଡି ଭାଗରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ୧୪ ନଂ. ଜୋନ୍‌ ଏବଂ ୧୬ନଂ. ଜୋନ୍‌ରେ ଭାଜପା ଓ ବିଜେଡି ମଧ୍ୟରେ ଅଳ୍ପ ବ୍ୟବଧାନରେ ହାର-ଜିତ ରହିବ ବୋଲି ଆଶଙ୍କା କରାଯାଉଛି। ତେବେ ୪ଟି ଜୋନ୍‌ରୁ କେଉଁ ଦଳ କେତୋଟି ହାତେଇବ ତାହା ୨୮ ତାରିଖ ସୁଦ୍ଧା ଜଣାପଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ହସ୍ପିଟାଲରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri