ରଙ୍ଗିନ ଅଣ୍ଡାକୁ ନେଇ ଚର୍ଚ୍ଚା

କେନ୍ଦୁଝର, ୨୪।୪ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ମୁସଲିମ ବସ୍ତିର ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଲାଙ୍କୁ ମିଳିଥିବା ଅଣ୍ଡାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ଏହି ରଙ୍ଗିନ ଅଣ୍ଡାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ା ପିଲା ମାନଙ୍କୁ ଦିଆଯାଇଥିବା ଅଣ୍ଡା ମଧ୍ୟରୁ ଜଣେ ଶିଶୁଙ୍କୁ ମିଳିଥିବା ଅଣ୍ଡା ଭାଂଗି ଦେଖି ପରିବାର ଲୋକ ଚକିତ ହୋଇ ପଡିଥିଲେ ା ଏହା ଭିତର ରଙ୍ଗିନ ଦେଖାଯାଉଛି ା ଅଣ୍ଡାଟି ପଚିଯାଇ ଏଭଳି ଦେଖାଯାଉଥିବା ଆଶଙ୍କା କରାଯାଉଛି ା ଏଣୁ ଏହି ଅଣ୍ଡା ସହିତ ବଣ୍ଟନ ହୋଇଥିବା ଅନ୍ୟ ଅଣ୍ଡା ସବୁର ଯାଞ୍ଚ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଅଭିଭାବକ ମାନେ ଦାବି କରିଛନ୍ତି।