ତାଲିବାନର ନୂଆ ରଣନୀତି, କାବୁଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ଯୋଜନା…

କାବୁଲ,୧୮।୭: ଆଫଗାନିସ୍ତାନରେ ବିଭିନ୍ନ ଅଞ୍ଚଳରେ ଧୀରେଧୀରେ ଆତଙ୍କବାଦୀ ସଂଗଠନ ତାଲିବାନ ସକ୍ରିୟ ହେବାରେ ଲାଗିଛି। ଦେଶର ସୀମାକୁ ତାଲିବାନ ଜବର ଦଖଲ କରିବାରେ ଲାଗିଛି। ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ଲାଗି ତାଲିବାନ ଯୋଜନା କରିଛି। ଇତିମଧ୍ୟରେ ତାଲିବାନ ନିଜର ଶକ୍ତି ବୃଦ୍ଧିି କରିବା ଲାଗି ଉଦ୍ୟମ କରୁଥିବାବେଳେ ଏନେଇ ଆମେରିକାର ଭୟ ବଢିବାରେ ଲାଗିଛି। କାବୁଲ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଗଲେ ଆମେରିକା ବାୟୁସେନା ପକ୍ଷରୁ ତାଲିବାନ ଶିବିର ଉପରେ ବୋମା ମାଡ଼ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି। କାବୁଲ ଉପରେ ଦଖଲ କରିବା ଲାଗି ତାଲିବାନ ରାଜଧାନୀକୁ ଦେଶର ଅନ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ କରିବା ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସରକାର ସ୍ବତନ୍ତ୍ର ସୈନ୍ୟ ବାହିନୀ ଗଠନ କରିଛନ୍ତି। ଇତିମଧ୍ୟରେ ସୈନ୍ୟ ବାହିନୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା କେତେକ ଟ୍ରକ୍‌, ତୋପ, ମୋର୍ଟାର, ଆଣ୍ଟି ଏୟାରକ୍ରାଫ୍ଟ ବନ୍ଧୁକ ଆଦିକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇସାରିଛି। ତେବେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ୍‌ ଡିଜେଲ ଟାଙ୍କି ଉପରେ ତାଲିବାନ କବ୍‌ଜା କରି ପାରିନାହିଁ। ତେଲ ଟାଙ୍କିକୁ ନିଜ କବ୍‌ଜାକୁ ନେଲେ ତାଲିବାନର ଶକ୍ତି ଅଧିକ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏପରି ହେଲେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ବଢ଼ିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri