ତାଲିବାନ୍‌ର ମାଷ୍ଟର ପ୍ଲାନ୍‌, ୯୦ ଦିନରେ ଆଫଗାନିସ୍ତାନ ଦଖଲ ଲକ୍ଷ୍ୟ…

କାବୁଲ୍‌,୧୨।୮: ଆମେରିକାର ଗୁପ୍ତଚର ସଂସ୍ଥା ଚେତାବନୀ ଦେଇଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଆସନ୍ତା ୩୦ରୁ ୯୦ ଦିନ ମଧ୍ୟରେ ଆଫଗାନିସ୍ତାନ ଦଖଲ କରିବାକୁ ଯୋଜନା କରିଛନ୍ତି। ଏନେଇ ତାଲିବାନ୍‌ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ପ୍ରକାଶ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଆଶରଫ ଘାନି ସରକାରରେ ଆଲୋଡ଼ନ ସୃଷ୍ଟି ହୋଇଛି। ତାଲିବାନ ଏପର୍ଯ୍ୟନ୍ତ ଦେଶର ୬୫ ପ୍ରତିଶତ ଅଞ୍ଚଳ ଦଖଲ କରିଛି। ସରକାର ଇତିମଧ୍ୟରେ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ ଓ୍ବଲୀ ଅହମ୍ମଦଜଇଙ୍କୁ ପଦବୀରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ତାଡ଼ରେ ଜେନେରାଲ ହିବତୁଲ୍ଲା ଅଲ୍ଲୀଜାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ତାଲିବାନକୁ ପରାସ୍ତ କରିବାକୁ ଆଫଗାନିସ୍ତାନ ସରକାର ତିନି ପର୍ଯ୍ୟାୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି।
ଆଫଗାନିସ୍ତାନର ଗୃହମନ୍ତ୍ରୀ ଜେନେରାଲ ଅବଦୁଲ ସତାର ମିର୍ଜାକୁଓ୍ବାଲ କହିଛନ୍ତି ଯେ ତାଲିବାନକୁ ହଟାଇବା ପାଇଁ ସରକାର ଯୋଜନାବଦ୍‌ଧ ଭାବେ କାର୍ଯ୍ୟ କରୁଛନ୍ତି। ସରକାର ସ୍ଥାନୀୟ ଗୋଷ୍ଠୀଙ୍କ ହାତରେ ଅସ୍ତ୍ର ଧରାଇଛନ୍ତି। ତାଲିବାନ ନଅଟି ପ୍ରଦେଶ ଦଖଲ କରିବା ପରେ ଆଫଗାନିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ରାଜପଥ, ପ୍ରମୁଖ ସହର ଏବଂ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସରକାର ସ୍ଥାନୀୟ ସ୍ବେଚ୍ଛାସେବୀ ମିଲିସିଆକୁ ସମର୍ଥନ କରୁଛନ୍ତି, ଯାହାକୁ ’ବିଦ୍ରୋହ ଆନ୍ଦୋଳନ’ ଅର୍ଥାତ୍‌ ଅପରାଇଜିଂ ମୁଭମେଣ୍ଟ୍‌ କୁହାଯାଉଥାଏ। ସରକାର ତିନୋଟି ପର୍ଯ୍ୟାୟରେ କାର୍ଯ୍ୟ କରୁଛନ୍ତି ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଥମ ପଦକ୍ଷେପ ହେଉଛି ସରକାରୀ ସୈନ୍ୟଙ୍କ ପରାଜୟକୁ ରୋକିବା। ଦ୍ୱିତୀୟ ପର୍ଯ୍ୟାୟରେ, ସୈନ୍ୟ ବାହିନୀଙ୍କୁ ପୁଣି ସଂଗଠିତ କରାଯିବା କାର୍ଯ୍ୟ ଜାରି ରହିଛି। ଯାହା ଦ୍ୱାରା ସେମାନଙ୍କ ସାହାଯ୍ୟରେ ସହରଗୁଡିକରେ ଏକ ସୁରକ୍ଷା କର୍ଡନ ପ୍ରସ୍ତୁତ କରାଯାଇପାରିବ। ଅପରପକ୍ଷରେ ନିଜ ପଦବୀ ଛାଡ଼ି ଚାଲିଯାଇଥିବା ସୁରକ୍ଷା କର୍ମୀଙ୍କୁ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ତାଲିବାନ ଭାରତରୁ ଉପହାର ପ୍ରାପ୍ତ ଏମ୍‌ଆଇ-୨୪ ହେଲିକପ୍ଟରକୁ କବ୍‌ଜା କରିଛି। ଆଫଗାନିସ୍ତାନ ବାୟୁସେନା ଏହି ସମୟରେ ପଳାୟନ କରିଥିଲା।
ଆଫଗାନିସ୍ତାନ ନେତା କହିଛନ୍ତି ଯେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଦେଶର ୪୦୦ ଅଞ୍ଚଳରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେ କହିଛନ୍ତି, ଆମର ବହୁତ ସୀମିତ ବାୟୁ ସମର୍ଥନ ଅଛି। ସାମଗ୍ରୀ ପରିବହନ ଏବଂ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଉଛି। ମିର୍ଜାକୁଓ୍ବାଲ କହିଛନ୍ତି ଯେ ତାଲିବାନ ବିରୋଧରେ ଯୁଦ୍ଧ ପାଇଁ ନିଜ ସମ୍ପ୍ରଦାୟର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ସ୍ଥାନୀୟ ନେତାମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଏହି ଲୋକମାନେ ଆଫଗାନିସ୍ତାନ ରାଷ୍ଟ୍ରପତି ଏବଂ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ପରେ ସେମାନଙ୍କୁ ଆଫଗାନିସ୍ତାନ ସେନାରେ ଭର୍ତ୍ତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri