ତାଲିବାନ୍‌ର ମାଷ୍ଟର ପ୍ଲାନ୍‌, ୯୦ ଦିନରେ ଆଫଗାନିସ୍ତାନ ଦଖଲ ଲକ୍ଷ୍ୟ…

କାବୁଲ୍‌,୧୨।୮: ଆମେରିକାର ଗୁପ୍ତଚର ସଂସ୍ଥା ଚେତାବନୀ ଦେଇଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଆସନ୍ତା ୩୦ରୁ ୯୦ ଦିନ ମଧ୍ୟରେ ଆଫଗାନିସ୍ତାନ ଦଖଲ କରିବାକୁ ଯୋଜନା କରିଛନ୍ତି। ଏନେଇ ତାଲିବାନ୍‌ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ପ୍ରକାଶ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଆଶରଫ ଘାନି ସରକାରରେ ଆଲୋଡ଼ନ ସୃଷ୍ଟି ହୋଇଛି। ତାଲିବାନ ଏପର୍ଯ୍ୟନ୍ତ ଦେଶର ୬୫ ପ୍ରତିଶତ ଅଞ୍ଚଳ ଦଖଲ କରିଛି। ସରକାର ଇତିମଧ୍ୟରେ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ ଓ୍ବଲୀ ଅହମ୍ମଦଜଇଙ୍କୁ ପଦବୀରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ତାଡ଼ରେ ଜେନେରାଲ ହିବତୁଲ୍ଲା ଅଲ୍ଲୀଜାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ତାଲିବାନକୁ ପରାସ୍ତ କରିବାକୁ ଆଫଗାନିସ୍ତାନ ସରକାର ତିନି ପର୍ଯ୍ୟାୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି।
ଆଫଗାନିସ୍ତାନର ଗୃହମନ୍ତ୍ରୀ ଜେନେରାଲ ଅବଦୁଲ ସତାର ମିର୍ଜାକୁଓ୍ବାଲ କହିଛନ୍ତି ଯେ ତାଲିବାନକୁ ହଟାଇବା ପାଇଁ ସରକାର ଯୋଜନାବଦ୍‌ଧ ଭାବେ କାର୍ଯ୍ୟ କରୁଛନ୍ତି। ସରକାର ସ୍ଥାନୀୟ ଗୋଷ୍ଠୀଙ୍କ ହାତରେ ଅସ୍ତ୍ର ଧରାଇଛନ୍ତି। ତାଲିବାନ ନଅଟି ପ୍ରଦେଶ ଦଖଲ କରିବା ପରେ ଆଫଗାନିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ରାଜପଥ, ପ୍ରମୁଖ ସହର ଏବଂ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସରକାର ସ୍ଥାନୀୟ ସ୍ବେଚ୍ଛାସେବୀ ମିଲିସିଆକୁ ସମର୍ଥନ କରୁଛନ୍ତି, ଯାହାକୁ ’ବିଦ୍ରୋହ ଆନ୍ଦୋଳନ’ ଅର୍ଥାତ୍‌ ଅପରାଇଜିଂ ମୁଭମେଣ୍ଟ୍‌ କୁହାଯାଉଥାଏ। ସରକାର ତିନୋଟି ପର୍ଯ୍ୟାୟରେ କାର୍ଯ୍ୟ କରୁଛନ୍ତି ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଥମ ପଦକ୍ଷେପ ହେଉଛି ସରକାରୀ ସୈନ୍ୟଙ୍କ ପରାଜୟକୁ ରୋକିବା। ଦ୍ୱିତୀୟ ପର୍ଯ୍ୟାୟରେ, ସୈନ୍ୟ ବାହିନୀଙ୍କୁ ପୁଣି ସଂଗଠିତ କରାଯିବା କାର୍ଯ୍ୟ ଜାରି ରହିଛି। ଯାହା ଦ୍ୱାରା ସେମାନଙ୍କ ସାହାଯ୍ୟରେ ସହରଗୁଡିକରେ ଏକ ସୁରକ୍ଷା କର୍ଡନ ପ୍ରସ୍ତୁତ କରାଯାଇପାରିବ। ଅପରପକ୍ଷରେ ନିଜ ପଦବୀ ଛାଡ଼ି ଚାଲିଯାଇଥିବା ସୁରକ୍ଷା କର୍ମୀଙ୍କୁ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ତାଲିବାନ ଭାରତରୁ ଉପହାର ପ୍ରାପ୍ତ ଏମ୍‌ଆଇ-୨୪ ହେଲିକପ୍ଟରକୁ କବ୍‌ଜା କରିଛି। ଆଫଗାନିସ୍ତାନ ବାୟୁସେନା ଏହି ସମୟରେ ପଳାୟନ କରିଥିଲା।
ଆଫଗାନିସ୍ତାନ ନେତା କହିଛନ୍ତି ଯେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଦେଶର ୪୦୦ ଅଞ୍ଚଳରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେ କହିଛନ୍ତି, ଆମର ବହୁତ ସୀମିତ ବାୟୁ ସମର୍ଥନ ଅଛି। ସାମଗ୍ରୀ ପରିବହନ ଏବଂ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଉଛି। ମିର୍ଜାକୁଓ୍ବାଲ କହିଛନ୍ତି ଯେ ତାଲିବାନ ବିରୋଧରେ ଯୁଦ୍ଧ ପାଇଁ ନିଜ ସମ୍ପ୍ରଦାୟର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ସ୍ଥାନୀୟ ନେତାମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଏହି ଲୋକମାନେ ଆଫଗାନିସ୍ତାନ ରାଷ୍ଟ୍ରପତି ଏବଂ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ପରେ ସେମାନଙ୍କୁ ଆଫଗାନିସ୍ତାନ ସେନାରେ ଭର୍ତ୍ତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri