ଆତଙ୍କବାଦ ସହିତ ଲଢୁ ତାଲିବାନ, ପଡ଼ୋଶୀ ଦେଶଙ୍କ ଅପିଲ୍‌…

କାବୁଲ,୧୧।୯: ଆତଙ୍କବାଦି କାର୍ଯ୍ୟ କଳାପ ସହିତ ଲିପ୍ତ ଥିବା ତାଲିବାନ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବ। ଏନେଇ ପଡ଼ୋଶୀ ଦୋମାନଙ୍କ ପକ୍ଷରୁ ତାଲିବାନକୁ ଅପିଲ୍‌ କରାଯାଇଛି। ତାଲିବାନ ସହିତ ଚାଇନା, ଇରାନ୍‌, ତାଜିକିସ୍ତାନ,ତୁର୍କମେନିସ୍ତାନ, ଉଜବେକିସ୍ତାନ ଏବଂ ପାକିସ୍ତାନ ଆଦି ଦେଶ ପକ୍ଷରୁ ଭର୍ଚୁଆଲ ବୈଠକରେ ଏଭଳି ଅପିଲ୍‌ ହୋଇଛି। ନିଜ ଶାସନରେ ତାଲିବାନ ବିଭିନ୍ନ ଆତଙ୍କବାଦୀ ସଂଗଠନର କାର୍ଯ୍ୟ କଳାପ ଆଫଗାନିସ୍ତାନରେ ପ୍ରଶୟ ନ ଦେବା ଉଚିତ ନୁହେଁ ବୋଲି ପଡ଼ୋଶୀ ଦେଶ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା ସୂଚାଇ ଦେଉଛି ଯେ ତାଲିବାନ ଶାସନ ପ୍ରତି ପଡୋଶୀ ଦେଶଙ୍କ ମଧ୍ୟରେ ଆଶଙ୍କା ଏବଂ ଭୟ କମିନାହିଁ।

ଆଫଗାନିସ୍ତାନରେ ତାଲିବାନକୁ ଉଦାରବାଦୀ ନୀତି ଗ୍ରହଣ କରିବାକୁ ପଡ଼ୋଶୀ ଅନୁରୋଧ କରିଛନ୍ତି। ଭର୍ଚୁଆଲ ବୈଠକରେ ସ୍ବାଧୀନ ଚିନ୍ତାଧାରାକୁ ପସନ୍ଦ କରୁଥିବା ସରକାର ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପଡ଼ୋଶୀମାନେ ଆଶା ପ୍ରକଟ କରିଛନ୍ତି ଯେ ତାଲିବାନ ଏକ ସରକାର ଗଠନ କରିବ ଯାହା ଆଭ୍ୟନ୍ତରୀଣ ଏବଂ ବାହ୍ୟ ନୀତି ପ୍ରତି ଉଦାରବାଦୀ ଆଭିମୁଖ୍ୟ ଗ୍ରହଣ କରୁଥିବା। ବିଶେଷକରି ଆଫଗାନିସ୍ତାନର ପଡୋଶୀ ଦେଶଗୁଡିକ ଉପରେ ଏହାର ନୀତି ବନ୍ଧୁତ୍ୱପୂର୍ଣ୍ଣ ହେବ। ଏହା ସହିତ ପାରସ୍ପରିକ ଶାନ୍ତି, ନିରାପତ୍ତା ଏବଂ ଦୀର୍ଘସ୍ଥାୟୀ ସମୃଦ୍ଧି ଦୃଷ୍ଟିରୁ ତାଲିବାନକୁ ନୀତି ପ୍ରସ୍ତୁତ କରିବାକୁ ଆହ୍ବାନ ଦିଆଯାଇଛି।

ତାଲିବାନ ବିଭିନ୍ନ ସମ୍ପ୍ରଦାୟ ସମେତ ମହିଳା ଏବଂ ଶିଶୁମାନଙ୍କର ମାନବିକ ଅଧିକାରକୁ ସୁରକ୍ଷା କରିବା ଆବଶ୍ୟକ ବୋଲି ଆବେଦନ କରାଯାଇଛି। ଏହା ସହିତ ତାଲିବାନ ଆଇଏସ, ଅଲ-କାଏଦା, ତେହେରିକ-ଇ-ତାଲିବାନ ପାକିସ୍ଥାନ, ବିଏଲଏ, ଜୋନ୍ଦୋଲ୍ଲାହ, ଇଟିଆଇଏମ ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଠାରୁ ନିଜକୁ ଦୂରେଇ ରଖିବା ଉଚିତ ବୋଲି ବୈଠକରେ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନର ଭବିଷ୍ୟତ ସ୍ଥିର କରିବା ପାଇଁ ତାଲିବାନ ସରକାରଙ୍କୁ ମିଳିତ ଜାତିସଂଘ ଘୋଷଣାନାମା ଅନୁଯାୟୀ ନୀତି ପ୍ରସ୍ତୁତ କରି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ପଡ଼ୋଶୀ କହିଛନ୍ତି।

ଏପରିସ୍ଥଳେ ତାଲିବାନ ମଧ୍ୟ ପଡ଼ୋଶୀଙ୍କ ଆଶା ପୂରଣ କରିବା ବିଷୟରେ କହିଛି। ତାଲିବାନ ସମଗ୍ର ବିଶ୍ୱ ଏବଂ ପଡ଼େଶୀ ଦେଶ ସହ ସମନ୍ବୟ ରକ୍ଷା କରିବାକୁ କହିଛି। ତାଲିବାନ କାହାକୁ ନିଜ ଜମି ବ୍ୟବହାର କରି ଆତଙ୍କବାଦ ବିସ୍ତାର କରିବାକୁ ଦେବ ନାହିଁ ବୋଲି ଏହି ମର୍ମରେ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଅବଦୁଲ ହକ ଇମାଦ କହିଛନ୍ତି ।

ଏହା ସହିତ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ତାଲିବାନ ସରକାର ଏବଂ ପଡୋଶୀ ଦେଶର ମଧ୍ୟରେ ନିୟମିତ ବ୍ୟବଧାନରେ ଆଲୋଚନା ଅନୁଷ୍ଠିତ ହେବ। ପରବର୍ତ୍ତୀ ବୈଠକ ତେହେରାନରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ ହେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri