ଶପଥ ନେବ ତାଲିବାନ୍‌ ସରକାର

କାବୁଲ, ୧୧ା୯: ଆମେରିକାରେ ୯/୧୧ ଆକ୍ରମଣର ୨୦ ବର୍ଷପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିଥିବା ତାଲିବାନ୍‌ ଶନିବାର ଶପଥ ସମାରୋହ ଆୟୋଜନ କରିପାରେ। ଏପରି କରି ତାଲିବାନ୍‌ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଭୋଗିଥିବା ଯନ୍ତ୍ରଣାକୁ ବିଦ୍ରୂପ କରିଛି। ଆମେରିକାର ମୋଷ୍ଟ ଓ୍ବ୍‌।ଣ୍ଟେଡ୍‌ ତାଲିକାରେ ଥିବା ଆତଙ୍କବାଦୀଙ୍କୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ସମାରୋହରେ ଚାଇନା, ତୁର୍କୀ, ପାକିସ୍ତାନ, ଇରାନ୍‌, କାତାର, ଭାରତ ସମେତ ଆମେରିକାକୁ ମଧ୍ୟ ତାଲିବାନ୍‌ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ତାଲିବାନ୍‌ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଅଧୀନରେ ଅନ୍ତରୀଣ ସରକାର ଗଢ଼ିଥିଲା। ମୁଲ୍ଲା ମହମ୍ମଦ ହାସନ୍‌ ଅଖୁନ୍ଦ ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି। ଶପଥ ନେବା ପୂର୍ବରୁ ଅଖୁନ୍ଦ ପୂର୍ବ ସରକାରବେଳେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନରେ ଏପରି ମୁହୂର୍ତ୍ତ ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ଏଣିକି ଆଫଗାନ୍‌ ମାଟିରେ ରକ୍ତପାତ ସମୟ ଶେଷ ହୋଇଛି ବୋଲି ଅଖୁନ୍ଦ କହିଛନ୍ତି।

ଅମ୍‌ରୁଲ୍ଲାଙ୍କ ଭାଇଙ୍କୁ ହତ୍ୟା

ପଞ୍ଜଶିରରେ ସଂଘର୍ଷ ବେଳେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ତାଲିବାନ ଲଢ଼ୁଆମାନେ ନିର୍ଯାତନା ଦେବା ସହ ହତ୍ୟା କରିଥିବା ଜଣାପଡ଼ିଛି। ଗୁରୁବାର ରାତିରେ ପଞ୍ଜଶିର ଉପତ୍ୟକାରେ ତାଲିବାନ ଲଢ଼ୁଆମାନେ ତାଙ୍କୁ ଚିହ୍ନଟ କରିଥିଲେ। ଉକ୍ତ ଉପତ୍ୟକାକୁ ତାଳିବାନ ସମ୍ପୂର୍ଣ୍ଣ ଦଖଲ କରିଥିବା ଦାବି କରିଆସୁଛି। ତେବେ ଜାତୀୟ ପ୍ରତିରୋଧ ସାମ୍ମୁଖ୍ୟ (ଏନ୍‌ଆର୍‌ଏଫ୍‌)ର ସମର୍ଥକମାନେ ତାଲିବାନର ଏହି ଦାବିକୁ ଖଣ୍ଡନ କରିଛନ୍ତି। ତାଲିବାନ ବିରୋଧରେ ଲଢ଼େଇ ଚଳାଇଥିବା ପ୍ରତିରୋଧୀ ବାହିନୀ ମୁଖ୍ୟ ଅହମଦ ମାସୁଦ୍‌ ଏବଂ ଅମ୍‌ରୁଲ୍ଲା ସାଲେହ ତାଜାକିସ୍ତାନ ପଳାଇଯାଇଥିବା ଖବର ପ୍ରକାଶ ପାଇଥିଲା। ତେବେ ତାଜିକିସ୍ତାନରେ ଥିବା ପୂର୍ବତନ ଆଫଗାନ୍‌ ସରକାରଙ୍କ ରାଷ୍ଟ୍ରଦୂତ ଏହାକୁ ଖଣ୍ଡନ କରିଛନ୍ତି।

ପୂର୍ବତନ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ

ଅଶ୍ରଫ୍‌ ଗନିଙ୍କ ସରକାର ସମୟରେ କାର୍ଯ୍ୟରତ ଥିତ୍ବା ଅଫିସର ଓ କର୍ମଚାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାମଚଳା ତାଲିବାନ୍‌ ସରକାର ବନ୍ଦ କରିଦେଇଛି। ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିବା ପରେ ଅଧିକାଂଶ କର୍ମଚାରୀ ଦେଶ ଛାଡ଼ି ପଳାଇଯାଇଥିଲେ। କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ସମ୍ପର୍କରେ ତାଲିବାନ ସାଂସ୍କୃତିକ କମିଶନ ସଦସ୍ୟ ଅନାମୁଲ୍ଲା ସମଙ୍ଗାନୀ ଘୋଷଣା କରିଛନ୍ତି। ତେବେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା କର୍ମଚାରୀମାନଙ୍କ ନାଁ ସେ ପ୍ରକାଶ କରିନାହାନ୍ତି। ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri