ପଞ୍ଜଶିରରେ ପତାକା ଉଡ଼ାଇଲା ତାଲିବାନ୍‌

କାବୁଲ, ୭ା୯: ତାଲିବାନ୍‌ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନିଆଯାଇଥିବା ଘୋଷଣା କରିଛିି ତାଲିବାନ୍‌। ଏହି ପ୍ରଦେଶ ଉପରେ ବିଜୟ ହାସଲ ହୋଇଥିବା ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର ଦାବି କରିବା ସହ ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହେଲା ବୋଲି କହିଛନ୍ତି। ପଞ୍ଜଶିର ରାଜ୍ୟପାଳ ଅଫିସ୍‌ରେ ତାଲିବାନୀ ନେତା ସେମାନଙ୍କ ପତାକା ଉଡ଼ାଇଛନ୍ତି। ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଜାରି ହୋଇଛି। ଅନ୍ୟପକ୍ଷରେ ତାଲିବାନ୍‌ର ଏହି ଦାବିକୁ ପୁଣି ଖଣ୍ଡନ କରିଛି ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସ (ଏନ୍‌ଆର୍‌ଏଫ୍‌)। ପ୍ରତିରୋଧୀ ବଳ ଅପରାଜେୟ ଏବଂ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ତାଲିବାନ୍‌ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଏନ୍‌ଆର୍‌ଏଫ୍‌ର ନେତୃତ୍ୱ ନେଉଥିବା ପଞ୍ଜଶିରର ସିଂହ ଅହମ୍ମଦ ମାସୁଦ୍‌ ଏକ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି। ପ୍ରତିରୋଧୀ ବଳ ବିରୋଧରେ ତାଲିବାନ୍‌ ଯୁଦ୍ଧ ନ କରି ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇକୁ ଏଥିପାଇଁ ନିୟୋଜିତ କରିଛି ବୋଲି ସେ ପ୍ରକାଶ କରିଛନ୍ତି। ଯୁଦ୍ଧ ବିରତି ଓ ଆଲୋଚନା ପାଇଁ ପ୍ରତିରୋଧୀ ବଳ ପକ୍ଷରୁ ତାଲିବାନ୍‌କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ତାଲିବାନ୍‌ ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ତାଲିବାନ୍‌ ଲଢ଼ୁଆମାନେ ପଞ୍ଜଶିରକୁ ଘେରାଉ ଜାରି ରଖିଥିବାବେଳେ ରବିବାର ରାତିରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଏଥିରେ ଏନ୍‌ଆରଏଫ୍‌ର
ଚିଫ୍‌ କମାଣ୍ଡର ସାଲେହ ମହମ୍ମଦ ରେଗିସ୍ତାନିଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ପ୍ରତିରୋଧୀ ବଳର ମୁଖପାତ୍ର ଫହିମ୍‌ ଦାସ୍ତି ଏବଂ ମାସୁଦ୍‌ଙ୍କ ଭାଇ ସାହିବ୍‌ ଅବଦୁଲ୍‌ ଓ୍ବାଦୁଦ୍‌ ଜୋହର୍‌ ନିହତ ହୋଇଛନ୍ତି। ପ୍ରତିରୋଧୀ ବଳ ପାଇଁ ଏହା ଏକ ବଡ଼ କ୍ଷତି। ପଞ୍ଜଶିରରୁ ପ୍ରମୁଖ ଅପ୍‌ଡେଟ୍‌ ଦେବା ସହ ତାଲିବାନ୍‌ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଫହିମ୍‌ ଟୁଇଟ କରିଆସୁଥିଲେ। ପଞ୍ଜଶିରରେ ତାଲିବାନ୍‌ ବିରୋଧରେ ଲଢ଼ୁଥିବା ମାସୁଦ୍‌ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଦେଶ ଛାଡ଼ି ତାଜିକିସ୍ତାନ ପଳାଇ ଯାଇଥିବା ଜାବିହୁଲ୍ଲା କହିଛନ୍ତି। ଏହାକୁ ମଧ୍ୟ ସାଲେହ ଖଣ୍ଡନ କରିଛନ୍ତି। ସେ ପଞ୍ଜଶିରରେ ଅଛନ୍ତି ଏବଂ ତାଲିବାନ୍‌ ସହ ଲଢ଼େଇ ଚାଲିଛି ବୋଲି ସାଲେହ କହିଛନ୍ତି। ମାସୁଦ୍‌ଙ୍କ ଘରକୁ ମଧ୍ୟ ତାଲିବାନ୍‌ ନିୟନ୍ତ୍ରଣକୁ ନେବା ସହ ତାଙ୍କ ପରିବାରର ଅନେକଙ୍କୁ ହତ୍ୟା କରିଛି। ସେପଟେ ପଞ୍ଜଶିରରେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଇସ୍‌ଲାମିଷ୍ଟ ବିରୋଧରେ ଯୁଦ୍ଧକୁ ଓହ୍ଲାଇଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଜାବିହୁଲ୍ଲା ପ୍ରତିଶ୍ରୁତି ଦେଇଛନ୍ତି। ଏଣିକି ଆଫଗାନିସ୍ତାନରେ କୌଣସି ପ୍ରକାର ଯୁଦ୍ଧକୁ ଅନୁମତି ମିଳିବ ନାହିଁ। ଯଦି ଏହା ବିରୋଧରେ ଯାଇ କେହି ଅସ୍ତ୍ରଶସ୍ତ୍ର ଉଠାନ୍ତି ତେବେ ସେମାନଙ୍କୁ ଦେଶର ଶତ୍ରୁ ବୋଲି ବିବେଚନା କରାଯାଇ ଦଣ୍ଡବିଧାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ୍‌ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଦଖଲ କରିବା ସହ ପଞ୍ଜଶିରକୁ ଛାଡ଼ି ଅନ୍ୟ ସମସ୍ତ ପ୍ରଦେଶକୁ ନିଜ ଅକ୍ତିଆରକୁ ନେଇଥିଲା। କିନ୍ତୁ ପଞ୍ଜଶିରରେ ତାଲିବାନ୍‌କୁ ଘୋର ବିରୋଧର ସାମ୍‌ନା କରିବାକୁ ପଡ଼ିଛି। ପ୍ରତିରୋଧୀ ବଳ ସହ ଲଢ଼େଇରେ ତାଲିବାନ୍‌ର ଶତାଧିକ ଲଢ଼ୁଆ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri