ତାଲିବାନର ଅସଲ ଚେହେରା: ପୋଷାକ ଖୋଲି ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ

କାବୁଲ,୯ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏବେ ସେଠାରେ ସରକାର ମଧ୍ୟ ଗଠନ କରାଯାଇଛି । ତାଲିବାନ ଶାସନରେ ଭୟଭୀତ ହୋଇପଡିଥିବା ଆଫଗାନବାସୀ କେତେକାଂଶରେ ଦେଶ ଛାଡିଥିବା ବେଳେ ଯେଉଁମାନେ ସେଠାରେ ରହି ଯାଇଛନ୍ତି ସେମାନଙ୍କୁ ତାଲିବାନର କଠୋର ନିୟମକୁ ମାନିବାକୁ ପଡୁଛି । ତେବେ ତାଲିବାନକୁ ସମର୍ଥନ କରୁଥିବା ପାକିସ୍ତାନକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ । ପାକିସ୍ତାନ ମୁର୍ଦ୍ଦାବାଦ ରାଲି ବାହାର କରି ରାତା ରାତି ରାସ୍ତାକୁ ଚାଲି ଆସିଥିଲେ ମହିଳା । ଆଉ ଏହି ବିରୋଧ ପ୍ରଦର୍ଶନର ଖରବ ସଂଗ୍ରହ କରିବା ପାଇଁ ସେଠାରେ ପହଞ୍ଚିଥିବା କବରଦାତାଙ୍କୁ ଅତି ନିର୍ମମ ଭାବେ ପିଟିଛି ତାଲିବାନ । ମିଳିଥିବା ସୂଚନା ଅନୁଯାୟୀ ଖବର ସଂଗ୍ରହ କରିବାକୁ ଯାଇଥିବା ଖବରଦାତାଙ୍କୁ ଗୋଟିଏ ଘରେ ବନ୍ଦି କରି ରଖିବା ପରେ ତାଙ୍କୁ ନିର୍ମମ ଭାବେ ପୋଷାକ ଖୋଲି ପିଟିଛି ତାଲିବାନ । ଆଉ ଏହା ପରର କିଛି ଫଟୋ ମଧ୍ୟ ତାଲିବାନ ଦ୍ୱାରା ଭାଇରାଲ ହୋଇଥିବା କୁହାଯାଉଛି । ଲସ୍ ଆଞ୍ଜେଲସ୍ ଟାଇମ୍ସରେ ପ୍ରକାଶିତ ଏହି ଫଟୋକୁ ଦେଖିଲେ ତାଲିବାନର ଅସଲ ଚେହେରା ସ୍ପଷ୍ଟ ବାରି ହୋଇ ପଡୁଛି । କେବଳ ଖବରଦାତା ନୁହେଁ ବିରୋଧ ପ୍ରଦର୍ଶକ କରୁଥିବା ମହିଳାଙ୍କୁ ମଧ୍ୟ ଖୁବ୍ ପିଟିଛି ତାଲିବାନ । ଏବେ ନୂଆ ସରକାର ଗଠନ ହେବା ପରେ ନିୟମ କରାଯାଇଛି କି ସରକାରଙ୍କ ବିନା ଅନୁମତିରେ କୌଣସି ପ୍ରଦର୍ଶନ କରାଯାଇ ପାରିବ ନାହିଁ । ଯଦି କେହି ଏହି ନିୟମ ବିରୋଧରେ କାମ କଲେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଲିବାନ ମହିଳାଙ୍କୁ ପିଟୁଥିବାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri