Categories: ଖେଳ

ଚିୟର ଗର୍ଲଙ୍କ ପାଇଁ ବନ୍ଦ ହେଲା ଆଇପିଏଲ୍‌ ପ୍ରସାରଣ

ନୂଆଦିଲ୍ଲୀ,୨୧।୯: ତାଲିବାନ୍‌ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପ୍ରସାରଣ ଉପରେ ରୋକ ଲଗାଇ ଦେଇଛି। ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ମହିଳା ଦର୍ଶକ ଉପସ୍ଥିତ ରହୁଥିବାରୁ ଏଭଳି ପଦକ୍ଷେପ ନେଇଛି ତାଲିବାନ୍‌।

ଆଫଗାନିସ୍ତାନର ଜାତୀୟ ଟିଭି ଚ୍ୟାନେଲ ଆଜି ରାତିଠାରୁ ଆଇପିଏଲ ପ୍ରସାରଣ କରିବୁ ନାହିଁ। ଚିୟର ଗର୍ଲ ଓ ଷ୍ଟାଡିୟମରେ ବାଳ ଖୋଲା କରିଥିବା ମହିଳାଙ୍କୁ ଦେଖିବାକୁ ମିଳୁଥିବାରୁ ସମ୍ଭବତଃ ଇସ୍ଲାମିକ୍‌ ଏମିରେଟ୍ସ ଅଫ୍‌ ତାଲିବାନ୍‌ ଏଭଳି ନିଷ୍ପତ୍ତି ନେଇଛି ବୋଲି ପୂର୍ବତନ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ମିଡିଆ ମ୍ୟାନେଜର ଓ ଜର୍ନାଲିଷ୍ଟ ଏମ୍‌ ଇବ୍ରାହିମ ମୋମାଣ୍ଡ କହିଛନ୍ତି।

ଆଉ ଜଣେ ଜର୍ନାଲିଷ୍ଟ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଫଓ୍ବାଦ ଅମାନ ଟୁଇଟ୍‌ କରି ଲେଖିଛନ୍ତି, ଚିୟର ଲିଡର ଓ ଷ୍ଟାଡିୟମରେ ଉପସ୍ଥିତ ମହିଳାଙ୍କ କାରଣରୁ ତାଲିବାନ୍‌ ଆଫଗାନର ମିଡିଆ ଆଉଟ୍‌ଲେଟ୍‌ଙ୍କୁ ଆଇପିଏଲ ପ୍ରସାରଣ ନ କରିବାକୁ ଚେତାବନୀ ଦେଇଛି।

Share