ଭାରତକୁ ତାଲିବାନ କହିଲା ‘ତୁମ କାମ ଶେଷ କର’

ନୂଆଦିଲ୍ଲୀ,୧୮।୮ : ଯଦି ଇଚ୍ଛା ଅଛି, ତେବେ ଆଫଗାନିସ୍ତାନରେ ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟ ଜାରି ରଖ। ଭାରତକୁ ଏଭଳି କହିଛନ୍ତି ତାଲିବାନ ପ୍ରବକ୍ତା ସୁହେଲ ଶାହିନ। ଆଫଗାନିସ୍ତାନ ମାଟିକୁ ଅନ୍ୟ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଆମେ ଅନୁମତି ଦେବୁ ନାହିଁ। ଏହା ଆମେ ସ୍ପଷ୍ଟ କରୁଛୁ। ଆଫଗାନିସ୍ତାନରେ ଭାରତ କିଛି ପ୍ରକଳ୍ପ, ବହୁ ପୁନଃ ନିର୍ମାଣ ଓ ଭିତ୍ତିଭୂମି ପ୍ରତିଷ୍ଠା ଆରମ୍ଭ କରିଛି।  ଯଦି ସେମାନେ ଚାହାନ୍ତି, ସମସ୍ତ ପ୍ରକଳ୍ପର ନିର୍ମାଣ ଶେଷ କରିପାରିବେ। କାରଣ ଏହା ଆମ ଦେଶର ଜନସାଧାରଣଙ୍କ ସ୍ବାର୍ଥ ପାଇଁ କରାଯାଉଥିବା ଶାହିନ ଏକ ପାକିସ୍ତାନୀ ଚ୍ୟାନେଲକୁ କହିଛନ୍ତି।

ନୂଆଦିଲ୍ଲୀ ତାଲିବାନ ଅଧିକାରୀଙ୍କ ସହ ଆଲୋଚନା ପାଇଁ ବାଟ ଖୋଲା ରଖିଛି। କିନ୍ତୁ ଆତଙ୍କବାଦୀ ସଂଗଠନକୁ ଭାରତ ଏପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇନାହିଁ। ଆଫଗାନିସ୍ତାନରେ ଶାଟୁଟ୍‌ ଡ୍ୟାମ, ସାଲମା ଡ୍ୟାମ, ପାର୍ଲାମେଣ୍ଟ ଓ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାସ୍ତା ଭଳି ଉନ୍ନତିମୂଳକ ପ୍ରକଳ୍ପରେ ଭାରତ ୩ ବିଲିୟନ ଟଙ୍କା ଖର୍ଚ୍ଚ କରିବ ବୋଲି ଚୁକ୍ତି କରିଛି। ମାତ୍ର ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ଆଫଗାନିସ୍ତାନର ୩୪ଟି ପ୍ରଦେଶରେ ଚାଲିଥିବା ଉନ୍ନତିମୂଳକ ପ୍ରକଳ୍ପରେ କାର୍ଯ୍ୟରତ ଅଧିକାରଙ୍କୁ ଭାରତ ଫେରାଇ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ମୁହଁ ଘୋଡ଼ାଇବା ହେଲା ନିଷେଧ

କଲମ୍ବୋ,୨୯।୪: ଇଷ୍ଟର ସଣ୍ଡେ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ସମସ୍ତ ପ୍ରକାର ମୁହଁ ଘୋଡ଼ାଇବାକୁ ନିଷେଧ କରାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ...

ରୋହିଙ୍ଗ୍ୟା ସମସ୍ୟା: ବିଶ୍ୱ ସମୁଦାୟର ସହଯୋଗ ଲୋଡିଲା ଜାତିସଂଘ

ଜେନେଭା,୨୭।୪: ବାଂଲାଦେଶରେ କୋକ୍ସ୍‌ ବଜାର ଶରଣାର୍ଥୀ ଶିବିରରେ ଥିବା ରୋହିଙ୍ଗ୍ୟାଙ୍କ ସହାୟତା ପାଇଁ ଜାତିସଂଘ ପକ୍ଷରୁ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ାଯାଇଛି। ଏଠାରେ ୭ ଲକ୍ଷରୁ...

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର...

୧,୪୪୮ କିଲୋମିଟର ପହଁରିବାରେ ପ୍ରଥମ ମହିଳା

ଲଣ୍ଡନ, ୨୧/୧୦:ନର୍ଥ ୟୋର୍କଶାୟର ଥିରସ୍କ ସହରର ଜସ୍ମିନ୍‌ ହାରିସନ୍‌ (୨୩) ବିଶ୍ୱର ପ୍ରଥମ ମହିଳା ଭାବେ ସର୍ବାଧିକ ୯୦୦ ମାଇଲ (୧୪୪୮ କିଲୋମିଟର) ପହଁରି ରେକର୍ଡ...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ...

ସୁରକ୍ଷା ସମ୍ମିଳନୀକୁ ରୁଷିଆର ବର୍ଜନ

ମ୍ୟୁନିକ୍‌,୧୯।୨: ୟୁକ୍ରେନ୍‌ ସୀମାରେ ବିପୁଳ ସୈନ୍ୟ ମୁତୟନ କରି ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବା ରୁଷିଆ ମୁନିକ୍‌ ସୁରକ୍ଷା ସମ୍ମିଳନୀ (ଏମ୍‌ଏସ୍‌ସି)କୁ ବର୍ଜନ କରିଛି।...

ବିବାହର ପ୍ରଥମ ରାତିରେ ସ୍ବାମୀଙ୍କ ଆଖି ସାମ୍ନାରେ ସ୍ତ୍ରୀଙ୍କୁ ଗଣବଳାତ୍କାର, ଆଉ ତା’ ପରେ…

ଇସଲାମାବାଦ,୨୮ା୫: ପାକିସ୍ତାନରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୨ ବର୍ଷୀୟା ନବ ବିବାହିତାଙ୍କୁ ବିବାହର ପ୍ରଥମ ରାତିରେ ସ୍ବାମୀଙ୍କ ଆଖି ସାମ୍ନାରେ...

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ, ନୂଆବର୍ଷରେ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ପ୍ରସାରଣ ଏବଂ ଏକ ନୂତନ ତଥା ଅଧିକ...

Advertisement
Archives

Model This Week