୧୦ରେ ତାଳଚେର ବନ୍ଦ ଡାକରା

ତାଳଚେର, ୫ା୧୦ (ମନୋଜ ନନ୍ଦ)ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଆସନ୍ତା ୧୦ ତାରିଖ ଦିନ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସରକାର ଦେଇଥିବା ନିର୍ଦ୍ଧାରିତ ସମୟ ପରେ ବି ମେଡିକାଲ କଲେଜ କାର୍ଯ୍ୟକାରୀ ହୋଇନାହିଁ କିମ୍ବା ସରକାରୀ ଘୋଷଣାନାମା ଜାରି କରାଯାଉ ନାହିଁ। ତେଣୁ ଏହାର ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। କମିଟି ଆବାହକ ପଦ୍ମଚରଣ ସାମଲଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।