Posted inଜାତୀୟ

ବିବାଦ ସମାଧାନରେ ଅଗ୍ରଣୀ ଭୂମିକା ନିଅ

ନୂଆଦିଲ୍ଲୀ,୭ା୯: ଗୋଦାବରୀ ନଦୀରେ ପୋଲାଭରମ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନରେ ଅଗ୍ରଣୀ ଭୂମିକା ନେବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ର ସରକାର ନିର୍ମାଣ କରୁଥିବା ପୋଲାଭରମ ପ୍ରକଳ୍ପ ଯୋଗୁ ପରିବେଶଗତ ସମସ୍ୟା ସୃଷ୍ଟି ହେବାକୁ ଥିବାରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଉଚ୍ଚ ପଦାଧିକାରୀମାନଙ୍କ ବୈଠକ ଡାକି ସମାଧାନର ସୂତ୍ର ବାହାର କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇଛନ୍ତି। ତେଣୁ ସମସ୍ତ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ଡାକି କେନ୍ଦ୍ର ସମାଧାନ ସୂତ୍ର ବାହାର କରିବା ଆବଶ୍ୟକ। ସେଥିରେ କୌଣସି ମତପାର୍ଥକ୍ୟ ରହିଲେ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡକାଯାଇ ସମାଧାନ କରାଯାଇପାରେ ବୋଲି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ, ଅଭୟ ଏସ୍‌. ଓକା ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରସ୍ତାବ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭କୁ ଧାର୍ଯ୍ୟ ହୋଇଛି।
ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ କୋର୍ଟଙ୍କୁ କହିଥିଲେ, ବୈଧ ପରିବେଶ ମଞ୍ଜୁରୀ ବିନା ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ହେଉଥିବାରୁ ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହେବ। ନିକଟରେ ଓଡ଼ିଶାର ଅନେକ ଅଞ୍ଚଳରେ ବନ୍ୟା ଦେଖାଦେଇଛି। ବଚାଓ୍ବତ ଟ୍ରିବ୍ୟୁନାଲ ସୁପାରିସ୍‌ର ଉଲ୍ଲଂଘନ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଉଥିବା ସୁବ୍ରମଣ୍ୟମ କହିଥିଲେ। ଓଡ଼ିଶାର ଅନେକ ଅଞ୍ଚଳକୁ ବୁଡ଼ିରୁ ରକ୍ଷା କରିବାକୁ ହେଲେ ଗୋଦାବରୀ ନଦୀରେ ପ୍ରକଳ୍ପର ଉପର ମୁଣ୍ଡରେ ଦୁଇଟି ବ୍ୟାରେଜ୍‌ ନିର୍ମାଣ ହେବା ଆବଶ୍ୟକ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ପୋଲାଭରମ ପ୍ରକଳ୍ପର ଜଳଧାରଣ କ୍ଷମତା ୩୬ ଲକ୍ଷରୁ ୫୦ ଲକ୍ଷ କ୍ୟୁସେକ୍‌କୁ ବୃଦ୍ଧି କରାଯାଇଥିବାରୁ ତେଲଙ୍ଗାନା ପକ୍ଷର ଓକିଲ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରକଳ୍ପ ଯୋଗୁ ତେଲଙ୍ଗାନାର ବିଭିନ୍ନ ଅଞ୍ଚଳରେ ନିକଟରେ ବନ୍ୟା ହୋଇଥିବା ସେ କହିଥିଲେ। ଅନ୍ୟପକ୍ଷରେ ଜନଶୁଣାଣି ଆୟୋଜନ ନିମନ୍ତେ ଓଡ଼ିଶା ସରକାର ସହଯୋଗ କରୁ ନ ଥିବା ଆନ୍ଧ୍ରପ୍ରଦେଶ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri