‘ଜମି, ଗାଁ ନିଅ, ଆମକୁ ବିସ୍ଥାପିତ କର’

ଯାଜପୁର ଅଫିସ,୩ା୮: ଜିଲାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ପରେ ପ୍ରଦୂଷଣ ମାତ୍ରା ଅଧିକ ହୋଇଛି। ସୁକିନ୍ଦା ରେଲୱେ ସାଇଡିଂରେ ସିମେଣ୍ଟ କାରଖାନା ପାଇଁ ଉଦ୍ଦିଷ୍ଟ କଞ୍ଚମାଲ ଜିପସମ୍‌ ଅନଲୋଡିଂ ଆଖପାଖ ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଛି। ଏହିମର୍ମରେ ଅଞ୍ଚଳବାସୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ଦାନଗଦି ବ୍ଲକ ଧୂଳିଗଡ଼ ପଞ୍ଚାୟତର ସରପଞ୍ଚ ମୀନାରାଣୀ ବେହେରା ସୁକିନ୍ଦା ରେଲୱେ ସାଇଡିଂ ନିକଟବର୍ତ୍ତୀ ନୀଳପଦା, ମାନଗୋବିନ୍ଦପୁର, ସହରସାହି ଗ୍ରାମକୁ ବିସ୍ଥାପିତ କରିବାକୁ ଯାଜପୁର ଜିଲାପାଳଙ୍କୁ ଲିଖିତ ଭାବେ ନିବେଦନ କରିଛନ୍ତି। ଏହାସହ ମାନଗୋବିନ୍ଦପୁରସ୍ଥିତ ୧ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏମ୍‌ଇ ଓ ହାଇସ୍କୁଲ, ନୀଳପଦା ଅଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା କେନ୍ଦ୍ରକୁ ସ୍ଥାନାନ୍ତରଣ କରିବାକୁ ସେ ଦାବି କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି ସରପଞ୍ଚ ବେହେରା ଚେତାବନୀ ଦେଇଛନ୍ତି।
ଯାଜପୁର ଜିଲା ଦାନଗଦି ବ୍ଲକର ଜନସାଧାରଣ ଶିଳ୍ପାୟନ ପାଇଁ ଜମି ଅଧିଗ୍ରହଣକୁ ସାଦରେ ଗ୍ରହଣ କରିନେବାରୁ ଆଜି କଳିଙ୍ଗନଗର ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ କାରଖାନାର ଅଞ୍ଚଳ ଭାବରେ ପ୍ରତିଷ୍ଠା ଲାଭ କରିଛି। କିନ୍ତୁ ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବେ କ’ଣ ନିଜ ଗାଁ ମାଟି ଛାଡିବାକୁ ଇଚ୍ଛା କଲେଣି। ଅନ୍ୟସ୍ଥାନରେ ଲୋକେ ‘ମରିବୁ ପଛେ ଜନ୍ମମାଟି ଛାଡ଼ିବୁ ନାହିଁ’ ବୋଲି କହି ଆନ୍ଦୋଳନ କରୁଛନ୍ତି। କିନ୍ତୁ କଳିଙ୍ଗନଗର ଅଞ୍ଚଳବାସୀ ଗାଁ ଛାଡିବାକୁ ମନସ୍ଥ କରି ସେଗୁଡିକର ଅଧିଗ୍ରହଣ ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ଧୂଳିଗଡ ସରପଞ୍ଚ ବେହେରା ତାଙ୍କ ନିବେଦନରେ ଦର୍ଶାଇଛନ୍ତି ଯେ, ବାୟୁ ପ୍ରଦୂଷଣ ଯୋଗୁ ଏହି ପଞ୍ଚାୟତର ୮୦ ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏବେ ଶତାଧିକ ଲୋକ ବାୟୁ ଓ ଜଳ ପ୍ରଦୂଷଣ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରେଲୱେ ସାଇଡିଂରେ ପଞ୍ଚାୟତବାସୀ କମ୍‌ କାମ କରୁଥିବାବେଳେ ଏକାଧିକ ମେଶିନ ଦିନରାତି କାମ କରୁଛି। ନିୟମିତ ବ୍ୟବଧାନରେ ଅଭିଯୋଗ ହେଉଥିଲେ ବି କେହି ଶୁଣୁନାହାନ୍ତି। ତେଣୁ ଆମ ଜମି, ଗାଁ ନିଅ, ଆମକୁ ବିସ୍ଥାପିତ କର ବୋଲି ସରପଞ୍ଚ ବେହେରା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri