ଶହୀଦ ସ୍ମୃତିପୀଠକୁ ଅଣଦେଖା

ବରୀ,୩ା୮: ସ୍ବାଧୀନତା ସଂଗ୍ରାମରେ ଯାଜପୁର ଜିଲା ବରୀ ବ୍ଲକର ଅବଦାନ ସ୍ବର୍ଣ୍ଣିମ ଇତିହାସରେ ସ୍ବତନ୍ତ୍ର ସ୍ଥାନ ପାଇଛି। ୧୯୪୨ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇଥିବା ଏଠାକାର ସଂଗ୍ରାମୀମାନଙ୍କ ମଧ୍ୟରୁ ଗହ୍ମାପୂର୍ଣ୍ଣମୀ ତିଥିରେ ୪ଜଣ ଶ୍ରୀରାମପୁର ଗ୍ରାମର ସାଉଁଟି ମଳିକ, ହାଟସାହି ଗ୍ରାମର ମାୟାଧର ଭୂୟାଁ , କୃଷ୍ଣନଗର ଗ୍ରାମର ସାନନ୍ଦ ସ୍ବାଇଁ ଓ ହାଡିବନ୍ଧୁ ପଣ୍ଡା ଶହୀଦ ହୋଇଥିଲେ। ସେମାନଙ୍କ ସ୍ମୃତିରେ କଳାମାଟିଆଠାରେ ନିର୍ମାଣ କରାଯାଇଥିଲା ଶହୀଦ ସ୍ମୃତିପୀଠ। ରକ୍ତପୀଠ ଭାବେ ପରିଚିତ ଏହି ପୀଠ ଏବେ ଅବହେଳିତ ହୋଇ ପଡିରହିଛି। ଉକ୍ତ ସ୍ଥାନକୁ ଜାତୀୟ ସ୍ମାରକୀ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲେ ବି କିଛି ସୁଫଳ ମିଳିନି। ଶହୀଦଙ୍କ ପରିବାରକୁ କେବଳ ସରକାରୀ ଭତ୍ତା ମିଳୁ ଥିବା ବେଳେ ସ୍ମୃତି ପୀଠ ଉନ୍ନତୀକରଣ ଦିଗରେ ପ୍ରଶାସନ କିମ୍ବା ସରକାର କେବେ ପଦକ୍ଷେପ ନେଇନାହାନ୍ତି। ଏବେ ବି ବଣଜଙ୍ଗଲ ଭିତରେ ଅଣଦେଖା, ଅଲୋଡ଼ା ଭାବେ ପଡ଼ିରହିଛି ସେହି ବୀର ସଂଗ୍ରାମୀଙ୍କ ସ୍ମୃତିସ୍ତମ୍ଭ। ରାକ୍ଷୀ ପୂର୍ଣ୍ଣମୀ ଦିନ ଉକ୍ତ ସ୍ଥାନ ଚଳଚଞ୍ଚଳ ହୋଇ ଉଠୁଥିବା ବେଳେ ଲୋକ ଦେଖାଣିଆ ଭାବେ ଅନେକେ ଭାବ ପ୍ରବଣତା ପ୍ରକାଶ କରନ୍ତି। ମାତ୍ର ପରବର୍ତ୍ତୀ ସମୟରେ ଏହି ସ୍ଥାନର ଉନ୍ନତୀକରଣ ବା ମାନ୍ୟତା ପ୍ରଦାନ ଦିଗରେ କେହି ଉଦ୍ୟମ କରୁ ନ ଥିବାରୁ ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହା ଅବହେଳିତ ଭାବେ ପଡ଼ିରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବରୀପାଳଠାରେ ଥିବା ସଂଗ୍ରାମୀ ଭବନ ପରିସରରେ ସ୍ବାଧୀନତା ସଂଗ୍ରାମରେ ସାମିଲ ଥିବା ସମସ୍ତ ସଂଗ୍ରାମୀଙ୍କ ତୈଳଚିତ୍ର ରଖାଯିବାକୁ ଶହୀଦ ମାୟାଧର ଭୂୟାଁଙ୍କ ନାତି ତଥା ଶିକ୍ଷକ ଚିତ୍ତରଞ୍ଜନ ଭୂୟାଁ  ଦାବି କରିଛନ୍ତି। ଏଥିସହ ୪ଜଣ ଶହୀଦଙ୍କ ନିଜ ଗ୍ରାମରେ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ସଂଗ୍ରାମୀଙ୍କ ସମ୍ପର୍କରେ ପିଲାମାନଙ୍କ ଅବଗତି ନିମନ୍ତେ ସ୍କୁଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚିତ୍ତରଞ୍ଜନ ଦାବି କରିଛନ୍ତି।
ସୂଚନାଥାଉ କି, ଶହୀଦ ପୀଠ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ପାଇଁ ଗତ ମେ ୨୪ ତାରିଖରେ ବରୀ ବିଧାୟିକା ତାଙ୍କ ହାତ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏଥିନିମନ୍ତେ ଭୂମିପୂଜନ ସରିଛି।

ସଂଗ୍ରାମୀଙ୍କ ବୀରତ୍ୱର ଗାଥା

ଭାରତଛାଡ ଆନ୍ଦୋଳନରେ ବରୀର ସଂଗ୍ରାମୀମାନେ ବାସୁଦେବ ସାମଲଙ୍କ ନେତୃତ୍ୱରେ କାଇପଡ଼ା ପୋଷ୍ଟ ଅଫିସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହାର କିଛିଦିନ ପରେ ଗହ୍ମା ପୂର୍ଣ୍ଣିମା ତିଥିରେ ସଂଗ୍ରାମୀମାନେ କାଇପଡ଼ା ଗୋଲାଠାରେ ସଭା କରୁଥିବା ବେଳେ ବ୍ରିଟିଶ ଫୌଜ ସେଠାରୁ ୧୧ଜଣଙ୍କୁ ବନ୍ଦୀ କରି କଳାମାଟିଆ ନିମ୍ନମୌଳିକ ବିଦ୍ୟାଳୟକୁ ନେଇଯାଇଥିଲେ। ସେଠାରୁ ସେମାନଙ୍କୁ ଡଙ୍ଗାରେ ବିଞ୍ଝାରପୁର ଥାନାକୁ ନିଆଯିବାକୁ ଉଦ୍ୟମ କରାଯାଉଥିବା ବେଳେ ବରୀ ଅଞ୍ଚଳର ଶହଶହ ସଂଗ୍ରାମୀ ସେଠାରେ ପହଞ୍ଚତ୍ଥିଲେ। ଏହାପରେ ଡିଏସ୍‌ପି ଲକ୍ଷ୍ମଣ ମିଶ୍ର ଓ ବିଞ୍ଝାରପୁର ଥାନା ସବ୍‌ ଇନ୍ସପେକ୍ଟର ନବାବ ଖଁାଙ୍କ ନିର୍ଦ୍ଦେଶରେ ବିହାରୀ ପୋଲିସ ଫୌଜ ସଂଗ୍ରାମୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ଶ୍ରୀରାମପୁର ଗ୍ରାମର ସାଉଁଟି ମଳିକ, ହାଟସାହି ଗ୍ରାମର ମାୟାଧର ଭୂୟାଁ , କୃଷ୍ଣନଗର ଗ୍ରାମର ସାନନ୍ଦ ସ୍ବାଇଁ ଓ ହାଡ଼ିବନ୍ଧୁ ପଣ୍ଡା ଶହୀଦ ହୋଇଥିବା ବେଳେ ଅନେକେ ଆହତ ହୋଇଥିଲେ।

ମହେନ୍ଦ୍ର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri