‘ଜମି, ଗାଁ ନିଅ, ଆମକୁ ବିସ୍ଥାପିତ କର’

ଯାଜପୁର ଅଫିସ,୩ା୮: ଜିଲାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ପରେ ପ୍ରଦୂଷଣ ମାତ୍ରା ଅଧିକ ହୋଇଛି। ସୁକିନ୍ଦା ରେଲୱେ ସାଇଡିଂରେ ସିମେଣ୍ଟ କାରଖାନା ପାଇଁ ଉଦ୍ଦିଷ୍ଟ କଞ୍ଚମାଲ ଜିପସମ୍‌ ଅନଲୋଡିଂ ଆଖପାଖ ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଛି। ଏହିମର୍ମରେ ଅଞ୍ଚଳବାସୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ଦାନଗଦି ବ୍ଲକ ଧୂଳିଗଡ଼ ପଞ୍ଚାୟତର ସରପଞ୍ଚ ମୀନାରାଣୀ ବେହେରା ସୁକିନ୍ଦା ରେଲୱେ ସାଇଡିଂ ନିକଟବର୍ତ୍ତୀ ନୀଳପଦା, ମାନଗୋବିନ୍ଦପୁର, ସହରସାହି ଗ୍ରାମକୁ ବିସ୍ଥାପିତ କରିବାକୁ ଯାଜପୁର ଜିଲାପାଳଙ୍କୁ ଲିଖିତ ଭାବେ ନିବେଦନ କରିଛନ୍ତି। ଏହାସହ ମାନଗୋବିନ୍ଦପୁରସ୍ଥିତ ୧ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏମ୍‌ଇ ଓ ହାଇସ୍କୁଲ, ନୀଳପଦା ଅଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା କେନ୍ଦ୍ରକୁ ସ୍ଥାନାନ୍ତରଣ କରିବାକୁ ସେ ଦାବି କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି ସରପଞ୍ଚ ବେହେରା ଚେତାବନୀ ଦେଇଛନ୍ତି।
ଯାଜପୁର ଜିଲା ଦାନଗଦି ବ୍ଲକର ଜନସାଧାରଣ ଶିଳ୍ପାୟନ ପାଇଁ ଜମି ଅଧିଗ୍ରହଣକୁ ସାଦରେ ଗ୍ରହଣ କରିନେବାରୁ ଆଜି କଳିଙ୍ଗନଗର ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ କାରଖାନାର ଅଞ୍ଚଳ ଭାବରେ ପ୍ରତିଷ୍ଠା ଲାଭ କରିଛି। କିନ୍ତୁ ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବେ କ’ଣ ନିଜ ଗାଁ ମାଟି ଛାଡିବାକୁ ଇଚ୍ଛା କଲେଣି। ଅନ୍ୟସ୍ଥାନରେ ଲୋକେ ‘ମରିବୁ ପଛେ ଜନ୍ମମାଟି ଛାଡ଼ିବୁ ନାହିଁ’ ବୋଲି କହି ଆନ୍ଦୋଳନ କରୁଛନ୍ତି। କିନ୍ତୁ କଳିଙ୍ଗନଗର ଅଞ୍ଚଳବାସୀ ଗାଁ ଛାଡିବାକୁ ମନସ୍ଥ କରି ସେଗୁଡିକର ଅଧିଗ୍ରହଣ ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ଧୂଳିଗଡ ସରପଞ୍ଚ ବେହେରା ତାଙ୍କ ନିବେଦନରେ ଦର୍ଶାଇଛନ୍ତି ଯେ, ବାୟୁ ପ୍ରଦୂଷଣ ଯୋଗୁ ଏହି ପଞ୍ଚାୟତର ୮୦ ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏବେ ଶତାଧିକ ଲୋକ ବାୟୁ ଓ ଜଳ ପ୍ରଦୂଷଣ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରେଲୱେ ସାଇଡିଂରେ ପଞ୍ଚାୟତବାସୀ କମ୍‌ କାମ କରୁଥିବାବେଳେ ଏକାଧିକ ମେଶିନ ଦିନରାତି କାମ କରୁଛି। ନିୟମିତ ବ୍ୟବଧାନରେ ଅଭିଯୋଗ ହେଉଥିଲେ ବି କେହି ଶୁଣୁନାହାନ୍ତି। ତେଣୁ ଆମ ଜମି, ଗାଁ ନିଅ, ଆମକୁ ବିସ୍ଥାପିତ କର ବୋଲି ସରପଞ୍ଚ ବେହେରା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନତା କର୍ଫ୍ୟୁ ପ୍ରଭାବ: ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ପଦ୍ମପୁର,୨୨।୩(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଭଦ୍ରକ ଜିଲା ପଦ୍ମପୁର ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ରବିବାର ଦେଖିବାକୁ ମିଳିଛି। ନାୟକାଣୀଡିହି, ବିଦେଇପୁର, ଚାନ୍ଦିମାଳ, ରାଜଘରପୋଖରୀ,...

ଭିତର ରତ୍ନଭଣ୍ଡାର ଚାବିକୁ ନେଇ ହଟୁନି ଦ୍ୱନ୍ଦ୍ୱ

ପୁରୀ ଅଫିସ,୨୦।୧୧: ରତ୍ନଭଣ୍ଡାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ପୂର୍ବରୁ ରତ୍ନଭଣ୍ଡାର ଚାବି ଘଟଣାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପ ଉପରେ ସାଧାରଣରେ...

ଆଲୋଚନା ପାଇଁ ସମୟ ମାଗିଲା ଫାଇନାନ୍ସ କମ୍ପାନୀ

ସଜନାଗଡ଼, ୧୭।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀକୁ ଋଣ ଅସୁଲ କରିବା ଉପରେ ରୋକ୍‌୍‌ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ମହିଳା...

ତାତି ବଢ଼ାଉଛି ବେଆଇନ ଇଟାଭାଟି

ପାଟପୁର,୨୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି...

ମୌଳିକ ସୁବିଧାରୁ ବଞ୍ଚିତ ପାଟବେଡ଼ାବାସୀ:ସ୍ବଚ୍ଛ ପାଣି, ଭଲ ରାସ୍ତା ଅପେକ୍ଷାରେ ୯୦ ପରିବାର

ଖମାର, ୧୫।୧୨ ସର୍ବନିମ୍ନ ସୁବିଧାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ରହିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଶଙ୍ଖମୁର ପଞ୍ଚାୟତ ଅଧୀନ ପାଟବେଡ଼ା ଗ୍ରାମବାସୀ। ସ୍ବଚ୍ଛ...

୨ ଗୋଡ ହରାଇ ହାରିନାହାନ୍ତି ଗଦାଧର, ସରକାରୀ ସହାୟତା ପାଇଲେ ଜାତୀୟସ୍ତରରେ ଖେଳିବାକୁ ଇଚ୍ଛା

ଶେରଗଡ,୨ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଦାଧର ସାହୁ (୨୬)। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚଳିତ ବର୍ଷ ଗଞ୍ଜାମ...

ପଡ଼ିଆ ପଡ଼ିଛି ଚାଷଜମି

ବନ୍ତ, ୩ା୯(ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି...

ମତଦାନ ବେଳେ ଉତ୍ତେଜନା: ୩ ଖବରଦାତାଙ୍କୁ ଆକ୍ରମଣ, କ୍ୟାମେରା ଭଙ୍ଗାରୁଜା

ଚାନ୍ଦବାଲି,୧୮।୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତ ହଳଦିଆ ଗ୍ରାମର ୧୨ ଓ ୧୩ ନଂ. ବୁଥ୍‌ରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନ ପାଇଁ...

Advertisement
Archives

Model This Week