ଉପକାରୀ କାଢ଼ା

ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁର କୁପ୍ରଭାବ ଦ୍ୱାରା ବିଶ୍ୱବାସୀ ଆଶଙ୍କାରେ ଏକ ଦ୍ୱନ୍ଦ୍ୱ ମାନସିକତା ଦେଇ ଗତିକରୁଥିବା ବେଳେ, ବର୍ତ୍ତମାନ ସୁଦ୍ଧା ‘କୋଭିଡ୍‌-୧୯’ ଭୂତାଣୁକୁ ପ୍ରତିରୋଧ ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ପ୍ରସ୍ତୁତି ହୋଇପାରିନାହିଁ। ଏପରି ସ୍ଥଳେ ନିଜେ ନିଜ ଶରୀରରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରାଇ କୋଭିଡ୍‌-୧୯ ଭୂତାଣୁର ପ୍ରତିରୋଧ ନିମନ୍ତେ ସମସ୍ତେ ଚେଷ୍ଟା କରିବା ଜରୁରୀ ଅଟେ। ଭାରତୀୟ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ବର୍ଣ୍ଣିତ ବିଭିନ୍ନ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ନିମନ୍ତେ କେତେକ ବ୍ୟବସ୍ଥା ରହିଛି ।
କାଢ଼ା(କ୍ୱାଥ): ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ‘କାଢ଼ା’ ସେବନ କରିବା ଜରୁରୀ। କାଢ଼ା ସେବନ ଦ୍ୱାରା ଶରୀରରେ ଏହା ଅମୃତ ତୁଲ୍ୟ କାର୍ଯ୍ୟ କରିଥାଏ। ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ବିଭିନ୍ନ ଆୟୁର୍ବେଦ ଔଷଧିୟ ଦ୍ରବ୍ୟକୁ ସିଝାଇ ଛାଣି ଉଷୁମ ଥିବା ଅବସ୍ଥାରେ ଚା’ ପରି ପିଇବାକୁ ‘କାଢ଼ା’ ସେବନବିଧି କୁହାଯାଏ। କିଛି ଅଦା(ଛେଚିକରି), ଗୋଲମରିଚ ଗୁଣ୍ଡ(୪-୬ଟି), ଲବଙ୍ଗ (୪-୫ଟି), ଡାଲଚିନି, ଗୁଜୁରାତି ଗୁଣ୍ଡ (୧-୨ଟି), ତେଜପତ୍ର(୧-୨ଟି), କିଛି ତୁଳସୀପତ୍ର, ଅଳ୍ପ କଳାଲୁଣ, କଞ୍ଚା ହଳଦୀ (ଛୋଟ ଖଣ୍ଡେ ବା ହଳଦୀ ଗୁଣ୍ଡ ଅଧା ଚାମଚ), ଗୁଡ଼ (୨ ଚାମଚ)ଆଦି ଦ୍ରବ୍ୟକୁ ୩ରୁ ୪କପ୍‌ ପାଣି ଦେଇ ଏହାକୁ ସିଝାଇ ଛାଣି ଦିନରେ ଥରେ କିମ୍ବା ଦୁଇଥର ଖାଲି ପେଟରେ ଚା’ ପରି ପିଇବା ଉଚିତ। ଏହାଦ୍ୱାରା ଶରୀରରେ ଯଥେଷ୍ଟ ପରିମାଣରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଇ ଗଳାପ୍ରଦେଶରେ ବିଭିନ୍ନ ଜୀବାଣୁ ଓ ଭୂତାଣୁର ସଂକ୍ରମଣକୁ ଯଥାଶୀଘ୍ର ନଷ୍ଟ କରିଦେଇଥାଏ। ଉକ୍ତ କାଢ଼ା ଗରମ ଥିବା ଅବସ୍ଥାରେ ମୁହଁରେ କପଡ଼ା ଦେଇ ଏହାର ବାମ୍ଫ ନେଲେ ଥଣ୍ଡା, କାଶ, ଛିଙ୍କ, ମୁଣ୍ଡବ୍ୟଥାରୁ ତୁରନ୍ତ ଆରାମ ମିଳିଥାଏ। ତେଣୁ କାଢ଼ା ସେବନ ଦ୍ୱାରା କୋଭିଡ୍‌-୧୯ ଭୂତାଣୁର କୁପ୍ରଭାବକୁ ଅତି ସରଳ ଉପାୟରେ ପ୍ରତିରୋଧ କରି ମନୁଷ୍ୟକୁ ସୁସ୍ଥ କରାଇ ମୃତ୍ୟୁମୁଖରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଉକ୍ତ ‘କାଢ଼ା’ ପ୍ରସ୍ତୁତି ଓ ସେବନ ପ୍ରଣାଳୀ ବିଜ୍ଞାନ ସମ୍ମତ ତଥା ଆୟୁଷ ବିଭାଗ ଦ୍ୱାରା ଅନୁମୋଦିତ।
କାଢ଼ା ସେବନ ଶରୀର ପାଇଁ ଅତି ଲାଭଦାୟକ ହୋଇଥିଲେ ସୁଦ୍ଧା ଅତ୍ୟଧିକ ସେବନ ଦ୍ୱାରା ଏହା ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା କରାଇଥାଏ। କେତେକ ବ୍ୟକ୍ତି ଏହାକୁ ଦିନରେ ବହୁବାର ସେବନ କରିଥାନ୍ତି, ଯଦ୍ବାରା ପେଟ ଗୋଳମାଳ ହୋଇ ଝାଡ଼ା ହେବାର ଆଶଙ୍କା ରହିଥାଏ। ଅତ୍ୟଧିକ ସେବନ ଦ୍ୱାରା ଲିଭର ଓ ଆମାଶୟରେ ଅଲ୍‌ସର ହେବାର ଆଶଙ୍କା ରହିଥାଏ। ତେଣୁ ଦିନରେ ଥରେ କିମ୍ବା ଦୁଇଥର ଏହାକୁ (ଏକ କପ୍‌ ପରିମାଣର) ପିଇବା ଉଚିତ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରକାର ତଟକା ଫଳ, ସବୁଜ ପନିପରିବା, କ୍ଷୀର, କାଜୁ, କିସ୍‌ମିସ୍‌ ଆଦିକୁ ପ୍ରତିଦିନ ଖାଦ୍ୟ ରୂପେ ଖାଇବା ଉଚିତ। ତା’ ସହ କୋଭିଡ୍‌-୧୯ ଭୂତାଣୁର କୁପ୍ରଭାବକୁ ପ୍ରତିରୋଧ କରିବା ନିମନ୍ତେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନିତାନ୍ତ ଆବଶ୍ୟକ। ତେଣୁ ଉପରୋକ୍ତ ପ୍ରଣାଳୀର ସଦୁପଯୋଗ କରି ଆମେ ନୀରୋଗ ଓ ଦୀର୍ଘାୟୁ ଜୀବନଯାପନ କରିପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri