ରାସ୍ତାରେ ଅଳିଆ ପଡ଼ିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦।୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ସୁଧୁରିବାର ନାଁ ଧରୁନି। କାନ୍ଥବାଡ଼ରେ ଯେତେ ରଙ୍ଗ ବୋଳି ସୌନ୍ଦର୍ଯ୍ୟକରଣ କରାଗଲେ ବି ସହରର ବିଭିନ୍ନ ସ୍ଥାନରେ ଏବେ ବି ଅଳିଆ ଆବର୍ଜନା ପଡ଼ିରହୁଛି। ଗଳିକନ୍ଦି ଏପରିକି କେତେକ ମୁଖ୍ୟରାସ୍ତାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏବେ ବିଶ୍ୱକପ୍‌ ହକି ଚାଲୁଥିବାବେଳେ ବିଭିନ୍ନ ଦେଶରୁ ଖେଳାଳୀ ଏବଂ ସେମାନଙ୍କ ପ୍ରଶଂସକମାନେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ସେମାନେ ଯିବାବେଳେ ଯେପରି ସହରର ନିର୍ମଳ ଛବି ନେଇ ଫେରିବେ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରୁଛି ବିଏମ୍‌ସି। ବାରମ୍ବାର ବୈଠକ କରି ଅଧିକାରୀମାନଙ୍କୁ ତାଗିଦା କରାଯାଉଛି। ମାତ୍ର ଏତେ ପରେ ବି ଅଧିକାଂଶ ରାସ୍ତାକଡ଼ରୁ ଆବର୍ଜନା ଉଠିପାରୁନାହିଁ। ଯାହାକୁ ନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦା କରିଛନ୍ତି। ଏଣିକି ଯେଉଁ ଓ୍ବାର୍ଡରେ ରାସ୍ତାକଡ଼ରେ ଆବର୍ଜନା ଏବଂ ଖୋଲା ଡ୍ରେନ୍‌ ଦେଖିବାକୁ ମିଳିବ, ସମ୍ପୃକ୍ତ ଓ୍ବାର୍ଡ ଅଫିସର ଏବଂ ସାନିଟେଶନ୍‌ ଇନ୍ସପେକ୍ଟର (ଏସ୍‌ଆଇ)ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।
କମିଶନରଙ୍କ ଅଧ୍ୟକ୍ଷତାରେ ବୁଧବାର ଓ୍ବାର୍ଡ ଅଫିସର, ଏସ୍‌ଆଇ ଏବଂ ନିୟୋଜିତ ସଫେଇ ସଂସ୍ଥାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଫେଇ ସଂସ୍ଥାଠାରୁ ଆରମ୍ଭ କରି ଓ୍ବାର୍ଡ ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ରୋଷର ଶିକାର ହୋଇଥିଲେ। ରାସ୍ତାକଡ଼ରେ ଯେପରି ଆବର୍ଜନା ଗଦା ନ ହେବ ସେଥିପାଇଁ ଓ୍ବାର୍ଡ ଅଫିସରମାନେ ଧ୍ୟାନ ଦେବେ। ବାହାରେ ଅଳିଆ ପଡ଼ିିଥିଲେ ତୁରନ୍ତ ସେଠାରୁ ଆବର୍ଜନା ଉଠାଯିବ। ଏଥିସହ ଯେଉଁ ବ୍ୟକ୍ତି ନିଜ ଘର ଆଗ କିମ୍ବା ଅନ୍ୟ କୌଣସି ସ୍ଥାନରେ ଭଙ୍ଗାରୁଜା ଆବର୍ଜନା ଗଦା କରିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ପରିମଳ ସହିତ ରାସ୍ତାଘାଟ ଓ ଖୋଲା ଡ୍ରେନ୍‌ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। କିଛିଦିନ ତଳେ ଖୋଲା ଡ୍ରେନ୍‌ରେ ପଡ଼ି ଜଣେ ବିଦେଶୀ ଫଟୋଗ୍ରାଫର ଆହତ ହେବା ପରେ ଏହାକୁ ଗୁରୁତ୍ୱର ସହିତ ନେଇଛି ବିଏମ୍‌ସି। ସହରର କୌଣସି ଡ୍ରେନ୍‌ ଯେପରି ମୁକୁଳା ନ ରୁହେ ସେଥିପ୍ରତି ଧ୍ୟାନ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ମୁକୁଳା ଡ୍ରେନ୍‌ ସମ୍ପର୍କରେ ଅବଗତ କରାଇବା ସହିତ ଖରାପ ରାସ୍ତା ଥିଲେ ଇଞ୍ଜିନିୟରଙ୍କୁ ସୂଚନା ଦେବା ପାଇଁ ଓ୍ବାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଥାଶୀଘ୍ର ଏହି କାର୍ଯ୍ୟ ସାରିବାକୁ କମିଶନର କହିିଛନ୍ତି। ଏଥିସହ ଓ୍ବାର୍ଡ ଗସ୍ତ ସମୟରେ ଏଭଳି କିଛି ସମସ୍ୟା ଦେଖିଲେ ସମ୍ପୃକ୍ତ ଓ୍ବାର୍ଡର ଓ୍ବାର୍ଡ ଅଫସର ଏବଂ ଏସ୍‌ଆଇଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଚେତାବନୀ ଦେଇଛନ୍ତି। ଏବେ ଡଟ୍‌ ଫେଷ୍ଟ ଏବଂ ବିଶ୍ୱକପ୍‌ ହକି ଚାଲିଥିବାରୁ ସେମାନଙ୍କ ଉପରେ ପ୍ରବଳ ଚାପ ରହିଥିବାବେଳେ କମିଶନରଙ୍କ ନୂଆ ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରିବେ ସେନେଇ ଓ୍ବାର୍ଡ ଅଫସର ଏବଂ ସାନିଟେଶନ ଇନ୍ସପେକ୍ଟରମାନେ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri