ୟୁକ୍ରେନ୍‌ ପରେ ତାଇଓ୍ବାନ୍‌

ଆମେରିକା ପାର୍ଲାମେଣ୍ଟ କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଏବେ ଏସିଆ ଗସ୍ତରେ ଅଛନ୍ତି। ଅଗଷ୍ଟ ୧ରେ ସେ ସିଙ୍ଗାପୁରରେ ପହଞ୍ଚତ୍ ସେଠାକାର ରାଷ୍ଟ୍ରପତି ହ୍ୟାଲିମାହା ୟାକୋବ, ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ଭେଟିଛନ୍ତି। ବରିଷ୍ଠତାକୁ ବିଚାରକୁ ନେଲେ ଆମେରିକା ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସର ବାଚସ୍ପତି। ଏଣୁ ତାଙ୍କ ଏସିଆ ଗସ୍ତକୁ ଚାଇନା ଭିନ୍ନ ଦୃଷ୍ଟିରେ ଦେଖୁଥିବାବେଳେ ତାଇଓ୍ବାନ ସମ୍ପୂର୍ଣ୍ଣ ନୀରବ ରହିଥିଲା। ଇତିମଧ୍ୟରେ ନାନ୍ସି ତାଇଓ୍ବାନରେ ପହଞ୍ଚିସାରିଛନ୍ତି। ତାଇଓ୍ବାନକୁ ସମର୍ଥନ ଜଣାଇବା ଲାଗି ପୂର୍ବରୁ ବହୁ ଅଧିକାରୀ ସେଠାକୁ ଯାଇଥିଲେ ମଧ୍ୟ ନାନ୍ସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନା ବହୁ ମାସ ପୂର୍ବରୁ ବ୍ୟସ୍ତତା ଦେଖାଇବା ଆରମ୍ଭ କରିଛି। ନାନ୍ସି ଯଦି ତାଇଓ୍ବାନ ମାଟିରେ ପହଞ୍ଚନ୍ତି, ତେବେ ଚାଇନା ଯୁଦ୍ଧ ଆରମ୍ଭ କରିବ ବୋଲି ବହୁ ମାସ ଧରି କହିଆସୁଛି। ଏହା ପୂର୍ବରୁ ତାଇଓ୍ବାନ୍‌କୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ଛାୟାଯୁଦ୍ଧ ଲାଗି ରହିଛି, ଯାହା ଅର୍ଥନୈତିକ ଓ ସାମରିକ କ୍ଷେତ୍ରରେ ସ୍ପଷ୍ଟ ହୋଇଛି। କରୋନା ମହାମାରୀ ପରେ ଚାଇନାକୁ ଟାର୍ଗେଟ କରି ଆସିଛି ଆମେରିକା। କିନ୍ତୁ ୨୦୨୧ ଅକ୍ଟୋବରରେ ପିିପୁଲ୍‌ସ ରିପବ୍ଲିକ ଅଫ୍‌ ଚାଇନାର ପ୍ରତିଷ୍ଠା ଦିବସ ପାଳନ ଅବସରରେ ତାଇଓ୍ବାନ୍‌ ଚାରିପାଖରେ ଚାଇନାର ଯୁଦ୍ଧବିମାନ ଉଡ଼ିବା ଘଟଣା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ବେଶି ବିଗାଡ଼ିଦେଇଥିଲା। ଚଳିତ ବର୍ଷ ଜୁନ୍‌ରେ ସିଙ୍ଗାପୁରରେ ଅନୁଷ୍ଠିତ ସୁରକ୍ଷା ସମ୍ମିଳନୀରେ ଚାଇନା ପ୍ରତିିରକ୍ଷାମନ୍ତ୍ରୀ ଏବଂ ଆମେରିକାର ପରରାଷ୍ଟ୍ର ସଚିବଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା। ଚାଇନା ସବୁବେଳେ ତାଇଓ୍ବାନ୍‌କୁ ତା’ର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାବି ଆସିଛି। ତାକୁ ସ୍ବାଧୀନ ଘୋଷଣା କଲେ ଚାଇନା ଯୁଦ୍ଧ କରିବାକୁ ପଛେଇବ ନାହିଁ ଓ ଶେଷ ଯାଏ ଲଢ଼େଇ କରିବ ବୋଲି ଚାଇନାର ବରିଷ୍ଠ ସେନା ଅଧିକାରୀ ଲିଉ କୁଇଙ୍ଗ୍‌ସଙ୍ଗ ପ୍ରକାଶ କରିଥିଲେ। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ତାଇଓ୍ବାନ ସପକ୍ଷ ମତ ସ୍ଥିତିକୁ ଆହୁରି ଜଟିଳ କରିଥିଲା। ତାଇଓ୍ବାନ୍‌କୁ ସମର୍ଥନ କରିବାକୁ ଯାଇ ବାଇଡେନ ମତ ଦେଇଥିଲେ ଯେ, ଯଦି ଚାଇନା ଆକ୍ରମଣ କରେ ତେବେ ଆମେରିକା ତରଫରୁ ତାଇଓ୍ବାନ୍‌କୁ ସାମରିକ ସହଯୋଗ ମିଳିବ। ଏସବୁ ବାଦ୍‌ ନାନ୍ସିଙ୍କ ଏବକାର ଗସ୍ତକୁ ନେଇ ଦେଖାଦେଇଥିବା ଉତ୍ତେଜନା ସାରା ଏସିଆକୁ ଏକ ପ୍ରକାର ଖଣ୍ଡାଧାରରେ ଠିଆ କରାଇଦେଇଛି। ଅନ୍ୟପକ୍ଷରେ ଚାଇନାର ଧମକ ଓ ଆହ୍ବାନ ବିଶ୍ୱର ଦୁଇ ବୃହତ୍‌ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଏକ ମୁହାଁମୁହିଁ ଯୁଦ୍ଧ ଭଳି ପରିସ୍ଥିତି ଜନ୍ମାଇଛି। ଚାଇନା କମ୍ୟୁନିଷ୍ଟ ପାର୍ଟିର ଜଣେ ଦୃଢ଼ ସମାଲୋଚକ ଭାବେ ଜଣାଶୁଣା ନାନ୍ସି ତାଇଓ୍ବାନରେ ପହଞ୍ଚତ୍ ଇତିହାସ ସୃଷ୍ଟି କରିଛନ୍ତି। ୧୯୯୭ରେ ତତ୍କାଳୀନ ବାଚସ୍ପତି ନ୍ୟୁୟୁଟ୍‌ ଗ୍ରୀନ୍‌ରିଚ ତାଇଓ୍ବାନ ଗସ୍ତ କରିଥିଲେ। କିନ୍ତୁ ୧୯୯୭ର ଚାଇନା ଓ ୨୦୨୨ ଚାଇନା ମଧ୍ୟରେ ଯଥେଷ୍ଟ ଅନ୍ତର ରହିଛି।
ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ତାଙ୍କ ଅମେରିକା ପ୍ରତିପକ୍ଷ ଜୋ ବାଇଡେନଙ୍କୁ ‘ନିଆଁ ସହ ଖେଳ ନାହିଁ’ ବୋଲି ସତର୍କ କରିଦେଇଛନ୍ତି। କୁହାଯାଇପାରେ ୨ କୋଟି ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ତାଇଓ୍ବାନ ଏକ ସମ୍ଭାବ୍ୟ ଆକ୍ରମଣ ଅପେକ୍ଷାରେ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ସହିତ ରୁଷିଆ ଆରମ୍ଭ କରିଥିବା ଯୁଦ୍ଧ ସମଗ୍ର ପଶ୍ଚିମ ୟୁରୋପ ଦେଶଗୁଡ଼ିକୁ ସେହି ଭଉଁରି ଭିତରକୁ ଟାଣିଆଣିଛି। ଖୋଲାଖୋଲି ରୁଷିଆ ବିରୋଧରେ ଯୁଦ୍ଧରେ ସାମିଲ ହୋଇ ନ ଥିଲେ ମଧ୍ୟ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଏବଂ ଅନ୍ୟ ଦେଶଗୁଡ଼ିକର ନେତା ୟୁକ୍ରେନ ଗସ୍ତରେ ଯାଇ ନୈତିକ ସମର୍ଥନ ଜଣାଇଛନ୍ତି। ଅନ୍ୟପଟେ ଭିତିରିଆ ଭାବେ ଆର୍ଥିକ ଏବଂ ସାମରିକ ସହଯୋଗ ମଧ୍ୟ କରୁଛନ୍ତି। ଏଥିସହିତ ଆମେରିକା ଏହି ଯୁଦ୍ଧରେ ନିଜେ ସାମିଲ ହୋଇ ନ ଥିଲେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ୟୁକ୍ରେନ୍‌ ଯୁଦ୍ଧରେ ସମଗ୍ର ପାଶ୍ଚାତ୍ୟ ଦେଶଗୁଡ଼ିକ ବନ୍ଧା ହୋଇଯାଇଥିବାବେଳେ ଏପଟେ ଏସିଆରେ ଯଦି ତାଇଓ୍ବାନକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୁଏ, ସେଥିରେ ଭାରତଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ବିଭିନ୍ନ ଦେଶ ଟାଣି ହୋଇଯାଇପାରନ୍ତି। ଏସବୁ ପରିସ୍ଥିତିର ଲାଭ ଆମେରିକା ନେଇପାରେ। କାରଣ ଯେତେ ଏହିଭଳି ଯୁଦ୍ଧ ରାଜନୀତି ହେବ ସେତେ ବେଶି ଆମେରିକାର ଅସ୍ତ୍ରଶସ୍ତ୍ର ବିକ୍ରି ହେବ। ଏହି ବିକ୍ରିବଟା ଏସିଆକୁ ଗ୍ରାସ କଲେ ଭାରତ ପାଇଁ ଅଧିକ ଦୁର୍ଦ୍ଦିନ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri