ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ ହୋଇ ୧୦ ରୁ ୧୫ ଜଣ ବାଲି ମାଫିଆମାନେ ମିଳିତ ଭାବେ ଆକ୍ରମଣ କରିଥିଲେ। ତେବେ ତହସିଲଦାର ଚନ୍ଦ୍ରଜିତ ବେହେରାଙ୍କୁ ସୁରକ୍ଷା ଦେବାକୁ ଯାଇ ତାଙ୍କ ଗାଡ଼ିର ଡ଼୍ରାଇଭର ନିହାର ରଞ୍ଜନ ବିଶ୍ୱାଳ ଓ ପିଅନ ସତ୍ୟବ୍ରତ ନାୟକ ଆକ୍ରମଣର ଶିକାର ହୋଇଥିବା ବେଳେ ନିହାରଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଖବର ପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତହସିଲଦାରଙ୍କ ସହ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଥାନାକୁ ଆଣିଥିଲେ। ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳଙ୍କ ନେତୃତ୍ୱରେ ଦୁଇଟି ପୋଲିସ ଟିମ ଗଠନ କରାଯାଇ ଚଢାଉ କରି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ମାନଙ୍କୁ ଖୋଜା ଚାଲିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଚଳିତ ମାସ ୧୧ ତାରିଖ ଦିନ ଚନ୍ଦ୍ରଜିତ ବେହେରା ବେତନଟୀ ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବାରିପଦା ଉପଜିଲାପାଳ ଡ଼ ଦୟାସିନ୍ଧୁ ପରିଡ଼ା ବେତନଟୀରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ପଛରେ ପିଟିହେଲା ବାଇକ୍‌ , ଆଉ ତା’ପରେ..

ଖଜୁରିପଡ଼ା, ୧୦ା୩ ( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନ ବାଉଁଶୁଣି ପୋଲରେ ମଙ୍ଗଳବାର ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୁରୁତର ୩ଜଣ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୦।୩: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ମନ୍ତ୍ରୀ କହିଛନ୍ତି।…

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ ପୋଲିସ, ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ଆରମ୍ଭ ହେଲା ଅପରେଶନ

ବଲାଙ୍ଗୀର,୧୦।୩ ( ସୁନିଲ କୁମାର ମହାନ୍ତି): ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ ।…

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଗକୁ ଆସିଲା ବିଜେଡି: ପୋଲିସ ସହିତ ମୁହାଁମୁହିଁ ପରେ…

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ, ରାସ୍ତାରେ ଯାଉଥିବା ଦମ୍ପତିଙ୍କୁ ବି କଲେ ଗୁଳିମାଡ଼, ଅଞ୍ଚଳରେ ଆତଙ୍କ

ଫୁଲବାଣୀ, ୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଛାପଡ଼ା ଥାନା କଟାପଙ୍ଗା ଗାଁରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାରୀ କେହି ନୁହେଁ ଖୋଦ୍‌…

ଜୋରଦାର ଚାଲିଛି ଦୈନିକ ବଜାର ଗୃହ ନିର୍ମାଣ କାର୍ଯ୍ୟ: ତୁରନ୍ତ ସାରିବାକୁ ବିଡିଓଙ୍କ ନିର୍ଦ୍ଦେଶ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଦୈନିକ ବଜାରର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାକୁ ଦୈନିକ ତଦାରଖ କରୁଛନ୍ତି ଦାରିଙ୍ଗବାଡି…

ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇଙ୍କ ଆତ୍ମହତ୍ୟା, କାରଣ ଜାଣିଲେ….

ଜଳେଶ୍ୱର,୧୦।୩ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଆଗକୁ ଡେଇଁ ଶାଳୀ ଓ…

ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବାରେ ହେଉଛି ବିଳମ୍ୱ: ପରୀକ୍ଷା ଦେବାକୁ ଆସି ବସି ରହୁଛନ୍ତି ଛାତ୍ରୀଛାତ୍ର

ଗୋପ,୧୦ା୩(ଭାରତୀ ଭୂଷଣ ଉପାଧ୍ୟାୟ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସୋମବାରଠାରୁ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ହେଲେ ପୁରୀ ଜିଲା ଗୋପ ବ୍ଲକର ବିଭିନ୍ନ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri