ଭିଜିଲାନ୍ସ ଜାଲରେ ତହସିଲଦାର

ବାରିପଦା ଅଫିସ,୨୯ା୫: ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ ନାଏକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ତାଙ୍କ ସରକାରୀ ବାସଗୃହ,କାର୍ଯ୍ୟାଳୟ ସହିତ ଭଦ୍ରକ ଜିଲା ପୈତୃକ ଘରେ ଚଢ଼ାଉ ଜାରି ରହିଛି। ବାଲେଶ୍ୱର ଓ କଟକ ଟିମ୍‌ ମିଳିତ ଭାବେ ଚଢ଼ାଉ କରୁଛନ୍ତି। ତାଙ୍କ ନାମରେ ବେଆଇନ ଖଣି ଲିଜ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ଅଭିଯୋଗ ହୋଇଛି। ଆଜି ସକାଳ ୭ଟାରୁ ୩ଟି ଟିମ୍‌ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତି ଆକଳନ କରାଯାଇପାରିନାହିଁ।