Tag Archives: odisha

ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିଲେ, ବାଟରେ ଧକ୍କା ଦେଲା ବସ୍‌; ଚାଲିଗଲା ଜଣଙ୍କ ଜୀବନ, ଆଉ…

ଆର୍‌.ଉଦୟଗିରି,୧୭।୫(ମନ୍ମଥ ମିଶ୍ର): ବିବାହ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରୁଥିଲେ। ଧକ୍କା ଦେଲା ଘରୋଇ ବସ୍‌। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା...

ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ

ମୋହନା, ୧୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି ପାଇଛନ୍ତି। ତାଙ୍କୁ ସିସିଆର୍‌ଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ନୟାହାଟ ଫାଣ୍ଡି ଅଧୀନ ସୋରଭା ପଞ୍ଚାୟତର ମୂରୁଡ଼ା...

ସଡ଼କ ଦୁର୍ଘଟଣାରେ ଆଖି ବୁଜିଥିଲେ ୨ ଓଡ଼ିଆ ଶ୍ରମିକ, ଏମ୍‌ପି ଅନନ୍ତ ନାୟକଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଖଜିରାପାଟ ପଞ୍ଚାୟତ ସୁରେନ୍ଦ୍ରପୁର ଗ୍ରାମର ୨ ଜଣ ଶ୍ରମିକ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ। ଗତ ମେ’ ୧୧ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ...

ଗାଁ ଦାଣ୍ଡରେ ଖେଳୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା ୨ ପିଲାଙ୍କ ଜୀବନ…

ଧର୍ମଶାଳା,୧୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତର ବୁରୁସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ଦୁଇଜଣ ପିଲାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୫ଟା ସମୟରେ ବୁରୁସାହି...

ଦିଗପହଣ୍ଡିରେ କାଳବୈଶାଖୀର ଭୀମ ତାଣ୍ଡବ: ଉପୁଡ଼ି ପଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଲା ଟିଣ ଛପର

ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିରାଟ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ କିଛି ଲୋକଙ୍କ...

ମହାନଦୀ ଶାଖା ନଦୀର ପ୍ରଦୂଷଣ ସ୍ତର ଗମ୍ଭୀର, ଗାଧୋଇବା ପାଇଁ ନୁହେଁ ଉପଯୁକ୍ତ

ଭୁବନେଶ୍ୱର,୧୬।୫: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି), ଓଡ଼ିଶା, ମହାନଦୀ ନଦୀର ଏକ ଶାଖା ଜୀରା ନଦୀରେ ବିପଦଜନକ ସ୍ତରରେ ପ୍ରଦୂଷଣ ହେଉଥିବା ନେଇ ଚେତାବନୀ ଜାରି କରିଛି। ଏସପିସିବି ଜାତୀୟ ହରିତ ଅଧିକରଣ (ଏନଜିଟି)କୁ ଦାଖଲ କରିଥିବା ଏକ...

ଭଞ୍ଜନଗରରେ ତ୍ରିରଙ୍ଗା ଶୋଭାଯାତ୍ରା,ସାମିଲ ହେଲେ ସବୁ ବର୍ଗର ଲୋକେ

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗୁରୁବାର ଭାରତୀୟ ଯବାନଙ୍କ ପରାକ୍ରମକୁ ଦର୍ଶାଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଉଁଶଲୁଣ୍ଡି ବାଇପାସ ଛକରୁ ବାଇକ ଶୋଭାଯାତ୍ରା ବାହାରି ଭଞ୍ଜନଗର ସହର ପରିକ୍ରମା କରିବା...

ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା, ଅପରେଶନ ସିନ୍ଦୂରରେ ଯବାନଙ୍କ ବିରତ୍ୱକୁ ନେଇ ପରାକ୍ରମ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୧୫।୫ (ସିମାଞ୍ଚଳ ମିଶ୍ର): ଜମ୍ମୁ କଶ୍ମୀରର ପହଲଗାମ୍‌ରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ ଜବାବ ଦେଇ ‘ଅପରେଶନ ସିନ୍ଦୂର’ ଜରିଆରେ ପରାକ୍ରମ ଦେଖାଇଥିଲେ ଭାରତୀୟ ବୀର ଯବାନ। ସେମାନଙ୍କ ସାହସିକତାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ବିଡିଓ...

ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍‌ପି-ଜିଲାପାଳ

ଭଦ୍ରକ, ୧୫।୫(ସନାତନ ରାଉତ): ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂରରେ ସଫଳତା ପରେ ସାରା ଦେଶରେ ପରାକ୍ରମ ଶୋଭଯାତ୍ରା କରାଯାଉଛି l ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବୁଧବାର ଶୋଭଯାତ୍ରାର ଶୁଭାରମ୍ଭ କରିବା ପରେ ଭଦ୍ରକରେ ଗୁରୁବାର ପୂର୍ବାହ୍ନ ୮ ଟାରେ ସାଇକେଲ ଓ...

କିଡ୍‌ନୀ ରୋଗରେ ଆକ୍ରାନ୍ତ ମାନସଙ୍କ ଚିକିତ୍ସାରେ ଅର୍ଥ ବାଧକ, ସହାୟତା ପାଇଁ ସ୍ତ୍ରୀଙ୍କ ନିବେଦନ

କାଏମା,୧୪ା୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗଁାର ମାନସ ଦଳାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଅର୍ଥ ନ ଥିବାରୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ୩୫ ବର୍ଷୀୟ ମାନସଙ୍କ ସ୍ତ୍ରୀ ଓ...

ସହି ପାରିଲେନି ସ୍ତ୍ରୀଙ୍କ ମୃତ୍ୟୁ, ଜଳଖିଆରେ ପୁଅ ଝିଅଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ବାପା

ଗଜପତି,୧୪ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri