ଅଗଷ୍ଟ ୧ ପୂର୍ବରୁ ଭାରତକୁ ଏହି ଗୁଡ୍ନ୍ୟୁଜ୍ ଦେବ ଆମେରିକା! ଭାରତବାସୀଙ୍କ ପାଇଁ ହେବ ଖୁସିଖବର
ନୂଆଦିଲ୍ଲୀ,୨୦।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଖୁବ ଶୀଘ୍ର ସ୍ଥିର ହୋଇପାରେ। ନିକଟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ସମାପ୍ତ ହୋଇଥିଲା। ଏଥିରେ ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତ ରୂପରେଖା ଦିଆଯିବାର ଥିଲା। ଏହି ଚୁକ୍ତିକୁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ…
ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୂର୍ବରୁ ଯାହା କେହି କହି ନ ଥିଲେ, ତାହା କହିଦେଲେ ଟ୍ରମ୍ପ: ବିଶ୍ୱରେ ଖେଳିଗଲା…
ଓ୍ବାଶିଂଟନ୍,୧୯।୭: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ୪-୫ଟି ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା। ସେ ବାଣିଜ୍ୟ…
ପୁଟିନଙ୍କୁ ଟ୍ରମ୍ପଙ୍କ ଅଲଟିମେଟମ୍: ୫୦ ଦିନ ମଧ୍ୟରେ ଯୁକ୍ରେନ ଯୁଦ୍ଧ ଶେଷ କର ନଚେତ୍ ୧୦୦% ଟାରିଫ୍
ଭୁବନେଶ୍ୱର,୧୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ୫୦ ଦିନ ମଧ୍ୟରେ ଯୁକ୍ରେନ ସହ ଯୁଦ୍ଧବିରତି ପାଇଁ ରାଜି ନ ହେଲେ ରୁଷ ଉପରେ “କଡ଼ା…
ପୁଟିନଙ୍କ ଉପରେ ଟ୍ରମ୍ପଙ୍କ କ୍ଷୋଭ: ୟୁକ୍ରେନକୁ ପେଟ୍ରିଅଟ୍ ମିସାଇଲ ପଠାଇବାକୁ କଲେ ଘୋଷଣା
ନୂଆଦିଲ୍ଲୀ,୧୪ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ କଡ଼ା ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ପୁଟିନ ଦିନରେ ମିଠା କଥା କୁହନ୍ତି, କିନ୍ତୁ ସନ୍ଧ୍ୟାରେ ସମସ୍ତଙ୍କ ଉପରେ ବୋମା ମାଡ଼ କରନ୍ତି।” ଏହି କ୍ଷୋଭ ପ୍ରକାଶ…
ରାଗିଲେ ଟ୍ରମ୍ପ, ଲଗାଇଲେ ୩୦ ପ୍ରତିଶତ ଶୁଳ୍କ
ଓ୍ବାଶିଂଟନ,୧୨।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର (୧୨ ଜୁଲାଇ, ୨୦୨୫) ମେକ୍ସିକୋ ଏବଂ ୟୁରୋପୀୟ ସଂଘ ଉପରେ ତାଙ୍କର ଶୁଳ୍କ ବୋମା ପକାଇଛନ୍ତି। ଟ୍ରମ୍ପ ମେକ୍ସିକୋ ଏବଂ ୟୁରୋପୀୟ ସଂଘ ପାଇଁ ନୂତନ ଶୁଳ୍କ ସମ୍ପର୍କରେ ଏକ ଚିଠି ଜାରି…
କାନାଡା ଉପରେ ୩୫% ଟାରିଫ ଲଗାଇଲେ ଟ୍ରମ୍ପ, ଦେଲେ ଏମିତି ଚେତାବନୀ
ନୂଆଦିଲ୍ଲୀ,୧୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି ଯେ, ଆଗାମୀ ମାସରୁ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ୩୫% ଟାରିଫ ଲଗାଇବ। ସେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ…
ବଜେଟ କାଟ କଲେ ଟ୍ରମ୍ପ, କର୍ମଚାରୀଙ୍କୁ ଦେଲେ ରିଟାୟରମେଣ୍ଟ ପ୍ଲାନ ଅଫର, NASAରୁ ୨୦୦୦ କର୍ମଚାରୀଙ୍କର ହେବ ଛଟେଇ!
ଓ୍ବାଶିଂଟନ,୧୦।୭: ଆମେରିକୀୟ ମହାକାଶ ସଂସ୍ଥା ନାସା ଏବେ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି। ରିପୋର୍ଟ ହୋଇଛି ଯେ ନାସା ଏହାର ପ୍ରାୟ ୨୧୪୫ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇବାକୁ ପ୍ରସ୍ତୁତ ହେଉଛି। ଆମେରିକୀୟ ଗଣମାଧ୍ୟମ ପଲିଟିକୋ ଏ ବିଷୟରେ…
ଟ୍ରମ୍ପଙ୍କୁ ଡ୍ରୋନ ହମଲାର ଧମକ: ଇରାନର ବରିଷ୍ଠ ଅଧିକାରୀଙ୍କ ଖୋଲା ଚେତାବନୀ
ତେହେରାନ/ୱାଶିଂଟନ,୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନ ନେଇ ଖୋଲାଖୋଲି ଧମକ ଦେଇଛନ୍ତି। ଲାରିଜାନୀ କହିଛନ୍ତି, ଟ୍ରମ୍ପ ଯେତେବେଳେ ତାଙ୍କ ଫ୍ଲୋରିଡାସ୍ଥିତ ବିଳାସପୂର୍ଣ୍ଣ ବାସଭବନ ମାର-ଏ-ଲାଗୋରେ ସୂର୍ଯ୍ୟକିରଣରେ ଶୋଇଥାଆନ୍ତି,…
ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପରମାଣୁ ଆକ୍ରମଣ କଥା ଉଠାଇଲେ ଟ୍ରମ୍ପ
ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୭: ଚଳିତ ବର୍ଷ ମେ’ ମାସରେ ଲଗାତାର ତିନି ଦିନ ଧରି ଚାଲିଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି ଯେ…
ଭାରତ ସହ ବାଣିଜ୍ୟ ଚୁକ୍ତି ବିଷୟରେ ଖୁସି ଖବର ଦେଲେ ଟ୍ରମ୍ପ, ୧୪ଟି ଦେଶକୁ ପଠାଇଲେ ଟାରିଫ ନୋଟିସ
ନୂଆଦିଲ୍ଲୀ,୮।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ବାଣିଜ୍ୟ ଘାଟତି ଦୂର କରିବା ଓ ଟାରିଫ ମାଧ୍ୟମରେ ଆମେରିକାର ପ୍ରଭାବ ପ୍ରତିଷ୍ଠା କରିବା ପାଇଁ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି ସମ୍ପାଦନରେ ଆମେରିକା ନିକଟତର ହେଉଛି। ୧୪ଟି…
ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ
ନୂଆଦିଲ୍ଲୀ,୮।୭: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଶାନ୍ତି ପ୍ରତିଷ୍ଠା”ରେ ତାଙ୍କର ଭୂମିକା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୋମବାର ହ୍ୱାଇଟ ହାଉସରେ ଆୟୋଜିତ ରାତ୍ରିଭୋଜନ ସମୟରେ ନେତାନ୍ୟାହୁ ନୋବେଲ ପୁରସ୍କାର କମିଟିକୁ…
ଭାରତକୁ ଧମକ ଦେଲେ ଟ୍ରମ୍ପ: ବନ୍ଦ ହୋଇଯିବ କି ଭାରତ-ଆମେରିକା ଟ୍ରେଡ୍ ଡିଲ୍
ଓ୍ବାଶିଂଟନ୍,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ BRICS ଦେଶଗୁଡ଼ିକର ସଦସ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସେ ଆମେରିକା ବିରୋଧୀ ଯେକୌଣସି ନୀତିକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଟାରିଫ୍ ଲାଗୁ କରିବେ। ତାଙ୍କ ଅନୁସାରେ, ଆମେରିକାକୁ ବିରୋଧ କରିବା…

