ରୁଷିଆ ପାଇଁ ଭାରତ ଉପରେ ଟ୍ରମ୍ପ ଖପ୍ପା: କଲେ ବଡ଼ ଘୋଷଣା, ଅଗଷ୍ଟ ୧ରୁ…

ଓ୍ବାଶିଂଟନ,୩୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖର ଡେଡ୍‌ଲାଇନ୍‌ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି। ଟାରିଫ ଲଗାଇବା ସମୟରେ ଟ୍ରମ୍ପ ଭାରତ ପ୍ରତି ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି। ଏହି ଟାରିଫ ଭାରତର ରୁଷିଆ ସହ ବନ୍ଧୁତ୍ୱ ଯୋଗୁ ଲଗାଯାଇଛି। ଗତ କିଛି ବର୍ଷ ଧରି ଭାରତ ରୁଷିଆରୁ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଛି, ଯେଉଁଥିପାଇଁ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୫ ପ୍ରତିଶତ ଟାରିଫ ସହ ଜୋରିମାନା ମଧ୍ୟ ଲଗାଇଛନ୍ତି।
ଗତ ୩ ବର୍ଷ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି କାରଣରୁ ୟୁରୋପୀୟ ଦେଶମାନେ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ରୁଷିଆରୁ ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ କରୁନାହାନ୍ତି। ହେଲେ ଭାରତ ଗତ କିଛି ବର୍ଷ ଧରି ରୁଷିଆରୁ ଶସ୍ତା ଅଶୋଧିତ ତୈଳ କିଣୁଛି, ଯାହା ଆମେରିକା ଓ ୟୁରୋପ ପାଇଁ ଅସନ୍ତୋଷର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଓ ଜୋରିମାନା ଲଗାଇଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଯଦିଓ ଭାରତ ଆମର ବନ୍ଧୁ, କିନ୍ତୁ ବର୍ଷ ବର୍ଷ ଧରି ଆମେ ସେମାନଙ୍କ ସହ ବହୁତ କମ ବ୍ୟବସାୟ କରିଛୁ। କାରଣ ସେମାନଙ୍କର ଟାରିଫ (ଆମଦାନୀ ଶୁଳ୍କ) ବହୁତ ଅଧିକ, ବିଶ୍ୱରେ ସବୁଠାରୁ ଅଧିକ ମଧ୍ୟରୁ ଗୋଟିଏ। ଏହା ସହ ସେମାନଙ୍କର କଠୋର ଓ ଚିନ୍ତିତ କରୁଥିବା ଅଣ-ଅର୍ଥନୈତିକ ବାଣିଜ୍ୟ ଅବରୋଧ ରହିଛି, ଯାହା ଯେକୌଣସି ଦେଶରେ ସବୁଠାରୁ କଷ୍ଟକର ବୋଲି ଗଣାଯାଏ। ଏହା ବ୍ୟତୀତ ଭାରତ ସର୍ବଦା ନିଜର ଅଧିକାଂଶ ସାମରିକ ସାମଗ୍ରୀ ରୁଷିଆରୁ କିଣୁଛି। ଚାଇନା ସହ ମିଶି ରୁଷିଆରୁ ସର୍ବାଧିକ ଶକ୍ତି ମଧ୍ୟ କିଣୁଛି। ଏପରି ସମୟରେ ଯେତେବେଳେ ସମସ୍ତେ ଚାହୁଁଛନ୍ତି ରୁଷିଆ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରୁ, ଏହି ସବୁ କଥା ଭଲ ନୁହେଁ। ତେଣୁ ଏବେ ଭାରତକୁ ଅଗଷ୍ଟ ପହିଲାରୁ ୨୫% ଟାରିଫ ଦେବାକୁ ହେବ। ଏହି କାରଣରୁ ଏକ ଜୋରିମାନା ମଧ୍ୟ ଲାଗୁ ହେବ। ଏହି କଥା ପ୍ରତି ଧ୍ୟାନ ଦେଇଥିବା ପାଇଁ ଧନ୍ୟବାଦ। MAGA!

ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବା ନିଷ୍ପତ୍ତିର ପ୍ରଭାବ ଆସନ୍ତାକାଲି ଅର୍ଥାତ ଗୁରୁବାର ଶେୟାର ବଜାର ଉପରେ ଦେଖାଯାଇପାରେ। ବିଶେଷଜ୍ଞଙ୍କ ମତରେ, ଏହି ଟାରିଫ ନିଷ୍ପତ୍ତି ଭାରତୀୟ ଶେୟାର ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବଜାରରେ ବଡ଼ ଧରଣର ହ୍ରାସ ଦେଖାଯାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri