Tag Archives: daringibadi

ଦାରିଙ୍ଗବାଡିରେ ଲାଗୁଛି ଗରମ: ନିରାଶ ହେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୨୩।୧୧(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛ। ଜଳବାୟୁ ପରିବର୍ତ୍ତନ ସହ ଆଉ ଏକ ଲଘୁଚାପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ଦ୍ବିଗୁଣିତ...

ଇକୋ ରିଟ୍ରିଟ୍‌ କର୍ମଚାରୀ ଶିଖୁଛନ୍ତି ନିଆଁ ଲିଭାଇବାର କୌଶଳ

ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପରିସର ମଧ୍ୟରେ ପର୍ଯ୍ୟଟକଙ୍କୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ପୂର୍ବ ଯୋଜନା ଅନୁଯାୟୀ ଅଗ୍ନିଶମ ବିଭାଗର ଗାଡ଼ି ସାଇରନ...

ଇକୋ ରିଟ୍ରିଟ୍‌ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ…

ଦାରିଙ୍ଗବାଡ଼ି,୨୬ା୧୦(ଅରୁଣ ସାହୁ): ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର ପରିଦର୍ଶନ କରିଛନ୍ତି। ସେ କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ...

ଦାରିଙ୍ଗବାଡ଼ିରେ ପ୍ରଥମ: କଲମୀ ବାଇଗଣ ଚାଷ କରି ଲାଭବାନ ହେଲେ ମହିଳା

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ନୂଆ କିସମ ଓ କଲମୀ ପ୍ରସ୍ତୁତିରେ ଚାଷ କରି ଜଣେ ମହିଳା ଲାଭବାନ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମରେ। ପ୍ରକାଶ...

ଦୁର୍ଗମ ପଞ୍ଚାୟତର ମାଳମାଳ ଅଭିଯୋଗ ନେଇ ଆଗେଇ ଆସିଲେ ସରପଞ୍ଚ-ସମିତି ସଭ୍ୟ, ଜିଲାପାଳଙ୍କୁ କହି…

ଦାରିଙ୍ଗବାଡ଼ି,୧୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ୨୫ଟି ପଞ୍ଚାୟତକୁ ନେଇ ଗଠିତ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ୧ ଲକ୍ଷ ୧୦ ହଜାର ଜନସଂଖ୍ୟା ରହିଛନ୍ତି। ତେବେ ଜନସଂଖ୍ୟା ତୁଳନାରେ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ମୌଳିକ ସୁବିଧା ମିଳୁ...

ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଏସ୍‌ଏନ୍‌ଏଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୧ ବର୍ଷ ଧରି ସିଆଙ୍ଗବାଲି ପଞ୍ଚାୟତରେ ବିଏସ୍‌ଏନ୍‌ଏଲ ମୋବାଇଲ ସେବା ଅଚଳ ହୋଇଥିବା ବେଳେ ସିମନବାଡ଼ି ଏବଂ ଗଦାପୁର ପଞ୍ଚାୟତରେ ପ୍ରାୟ ୧...

ଦାରିଙ୍ଗବାଡ଼ି-ବେଲଘରରେ ହେବ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା: ଗାଁ ଭିତରେ ହେବ ହୋମ୍‌ ଷ୍ଟେ

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏଥିପାଇଁ ନୂତନ ଯୋଜନାକୁ ସଫଳ କରିବା ପାଇଁ ସର୍ଭେ କାର୍ଯ୍ୟ କରାଉଛନ୍ତି। ବିଶେଷକରି କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ...

ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ ଟ୍ରକ୍‌ କାଦୁଅରେ ଫସିଯିବା ପରେ ସେହି ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ିମୋଟର...

ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ କ୍ଷେତ୍ର: ମୁକୁଳା ପଡ଼ିଛି ଡୁଲୁରୀ ପାଇନବଣ, ରାଜସ୍ବ ହରାଉଛି ପ୍ରଶାସନ

ଦାରିଙ୍ଗବାଡ଼ି,୧୪ା୬(ଅରୁଣ ସାହୁ): ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲୁଛନ୍ତି। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଖରାଛୁଟିରେ ଛାତ୍ରୀଛାତ୍ର ପରିବାର ସହ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଏହି ପରିପ୍ରେକ୍ଷୀରେ ଉକ୍ତ ବ୍ଲକର ପର୍ଯ୍ୟଟନକ୍ଷେତ୍ର ହିଲ୍‌ଭିୟୁ ପାର୍କ ସମେତ ନେଚର ପାର୍କ, କଫି ବଗିଚା,...

ଏବେ ତାତିରେ ସିଝୁଛି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି, ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଓଡ଼ିଶାର ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ଜଣାଶୁଣା କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଏବେ ଅସମ୍ଭାଳ ହୋଇପଡ଼ିଛି ଏହି ଥଣ୍ଡା ଅଞ୍ଚଳ। ସକାଳ ୮ଟାରୁ ଖରାର ପ୍ରଭାବ ଯୋଗୁ ଜରୁରୀକାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ...

ଦାରିଙ୍ଗବାଡ଼ିରେ ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଲୋକଙ୍କୁ ସଚେତନ

ଦାରିଙ୍ଗବାଡ଼ି,୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଏପିଓ...

ଗଛରେ ପିଟିହେଲା କାର୍‌: ସିଟ୍‌ରେ ଲାଗିଛି ରକ୍ତ, ଭିତରେ ନାହାନ୍ତି କେହି, ପୋଲିସର ତନାଘନା

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟରେ ଏକ କାର୍‌ ଗଛରେ ପିଟି ହୋଇଛି। ତେବେ ଉକ୍ତ କାର୍‌ରେ କିଏ ଥିଲା ଏବଂ କେଉଁଠିକୁ ଯାଉଥିଲା ତାହା ବର୍ତ୍ତମାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri