ତାଳଦଣ୍ଡା କେନାଲ ପାଣି ପିଇବା, ଗାଧୋଇବାକୁ ଅନୁପଯୁକ୍ତ

ପାରାଦୀପ,୧୧ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳ ପାଇଁ ତାଳଦଣ୍ଡା କେନାଲ ହେଉଛି ଜୀବନରେଖା। କାରଣ ସବୁ ଶିଳ୍ପସଂସ୍ଥା, ପାରାଦୀପ ବନ୍ଦର ଏବଂ ସହରାଞ୍ଚଳବାସୀ ତାଳଦଣ୍ଡା କେନାଲ ପାଣି ଉପରେ ନିର୍ଭରଶୀଳ। ଏହାବାଦ୍‌ ଜଗତ୍‌ସିଂହପୁର ଜିଲାର ବହୁ ଗ୍ରାମାଞ୍ଚଳ ବାସିନ୍ଦା ମଧ୍ୟ ଏହି କେନାଲ ପାଣି ବ୍ୟବହାର କରିଥା’ନ୍ତି। ସମ୍ପ୍ରତି ଉକ୍ତ କେନାଲରେ ଏବେ ଜଳସଙ୍କଟ ଲାଗି ରହିଛି। କାରଣ ମହାନଦୀରେ ପାଣି ନ ଥିବାରୁ ଆବଶ୍ୟକ ମୁତାବକ ପାଣି କଟକ ଯୋବ୍ରା ଆନିକଟରୁ ଯୋଗାଣ ହୋଇ ପାରୁନାହିଁ ବୋଲି ସରକାରୀ ଭାବେ କୁହାଯାଇଛି। ଜଳାଭାବ ସହ ଆଉ ଗୋଟିଏ ସମସ୍ୟା ଏହି ତାଳଦଣ୍ଡା କେନାଲ ପାଣିରେ ଦେଖାଦେଇଛି। ଯଥା ଉକ୍ତ ପାଣି ପ୍ରଦୂଷିତ ହୋଇଗଲାଣି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରତିବର୍ଷ ତାଳଦଣ୍ଡା କେନାଲର ପାଣି ପରୀକ୍ଷା କରାଯାଇଥାଏ। ତା’ର ରିପୋର୍ଟ ବୋର୍ଡର ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି। ସେହି ରିପୋର୍ଟ ମୁତାବକ, ଉକ୍ତ କେନାଲ ପାଣିରେ ଟିସି (ଟୋଟାଲ କେମିକାଲ) ଓ ଏଫ୍‌ସି (ଫେକାଲ କେମିକାଲ) ମାତ୍ରା ଅଧିକ ରହୁଛି। ଟିସି ଓ ଏଫ୍‌ସି ସମ୍ପର୍କରେ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରେ କେନାଲ ପାଣିରେ ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ମିଶିଲେ ତାହା ପ୍ରଦୂଷିତ ହୋଇଥାଏ। ଏହାବାଦ୍‌ ପାଣିରେ ସ୍ନାନ, ଶୌଚ କରିବା ଦ୍ୱାରା ଏଫ୍‌ସି ବୃଦ୍ଧି ପାଇଥାଏ। ଏହି ଟିସି ଓ ଏଫ୍‌ସି ଅଧିକ ରହିଲେ ଚର୍ମରୋଗ ହେବାର ସମ୍ଭାବନା ଅଛି। ଏତଦ୍‌ ବ୍ୟତୀତ ଉକ୍ତ କେନାଲର ଅଧିକାଂଶ ସ୍ଥାନରେ ଲୋକମାନେ ଗୃହପାଳିତ ପ୍ରାଣୀ ଗାଈ, ମଇଁଷି, ମେଣ୍ଢା, ଛେଳି, କୁକୁର ଆଦିକୁ ଗାଧୋଇ ଦେଇଥାନ୍ତି। ତାହା ମଧ୍ୟ ହେବାକଥା ନୁହେଁ। କେନାଲ କଡ଼ରେ ଅନେକ ସ୍ଥାନରେ ଗାଡ଼ି ସର୍ଭିସିଂ ସେଣ୍ଟର ଅଛି। ଗାଡ଼ି ଧୁଆରୁ ଉଦ୍‌ବୃତ୍ତ ତୈଳାକ୍ତ ପାଣି ମଧ୍ୟ ମଣିଷ ଶରୀର ପାଇଁ କ୍ଷତିକାରକ, ଯାହା ଏହି କେନାଲରେ ଅଧିକ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୂଷଣ ବୋର୍ଡ ୨୦୨୨ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ତାଳଦଣ୍ଡା କେନାଲର ୬ଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେହି ୬ଟି ସ୍ଥାନ ହେଲା କଟକ ଯୋବ୍ରା, ରାଣୀହାଟ, ଛତ୍ରବଜାର, ନୂଆବଜାର, ବିରିବାଟୀ ଓ ପାରାଦୀପର ଅଠରବାଙ୍କୀ। ଅନେକ ବୈଷୟିକ ତଥ୍ୟ ଉକ୍ତ ରିପୋର୍ଟରେ ରହିଛି। କେନାଲକୁ ନିୟମିତ ସଫା କରିବା ସହ ଏଥିରେ ଯେପରି ବର୍ଜ୍ୟବସ୍ତୁ ନ ମିଶିବ, ସେଭଳି ବ୍ୟବସ୍ଥା ହେବା ଦରକାର ବୋଲି ପରିବେଶବିତ୍‌ ଅମରେଶ ନରେଶ ସାମନ୍ତ କହିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ କେନାଲକୁ ଏବେ ନବୀକରଣ କରାଯାଉଛି। କାମ ସମ୍ପୂର୍ଣ୍ଣ ହୋଇଗଲେ ସ୍ବଚ୍ଛତା ଆସିଯିବ। ଖାଲି ତାଳଦଣ୍ଡା କେନାଲ ନୁହେଁ, ରାଜ୍ୟର ଅଧିକାଂଶ ନଦୀର ପାଣି ପ୍ରଦୂଷିତ ବୋଲି ବୋର୍ଡ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri